Friday , October 18 2019
Breaking News
Home / ସ୍ୱାସ୍ଥ୍ୟ / ରୋଗୀ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟରେ ସଂଶୋଧନ ଦାବିକଲା ସ୍ୱାସ୍ଥ୍ୟ ଓ ଶିକ୍ଷା ଅଧିକାର ମଂଚ

ରୋଗୀ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟରେ ସଂଶୋଧନ ଦାବିକଲା ସ୍ୱାସ୍ଥ୍ୟ ଓ ଶିକ୍ଷା ଅଧିକାର ମଂଚ

ଭୁବନେଶ୍ୱର,୦୪/୧୦/୨୦୧୯ ( ଓଡ଼ିଶା ସମାଚାର)- ରୋଗୀ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଘରୋଇ ଚିକିତ୍ସାଳୟ ଓ ଅନ୍ୟାନ୍ୟ କ୍ଲିନିକ୍ ଉପରେ ନିୟନ୍ତ୍ରଣ କରିବା ପାଇଁ ଥିବା କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଆଇନ୍ ଆଣିବା ଲାଗି ସାମାଜିକ କର୍ମୀମାନେ ଦାବି କରିଛନ୍ତି ।
ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଅଧିକାର ମଂଚ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ଘରୋଇ ଚିକିତ୍ସାଳୟରେ ଚିିକିତ୍ସିତ ହୋଇ ଶୋଷିତ, ପୀଡ଼ିତ ଏବଂ ସର୍ବହରା ହୋଇଥିବା ରୋଗୀମାନେ ତାଙ୍କ ଯନ୍ତ୍ରଣାର ଲୋମହର୍ଷଣର କାହାଣୀ ଶୁଣାଇବା ବେଳେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା । ଜନସ୍ୱାସ୍ଥ୍ୟ ଅଭିଯାନ, ଓଡ଼ିଶାର ଆବାହକ ଗୌରାଙ୍ଗ ମହାପାତ୍ର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବର୍ତମାନର ସ୍ଥିତି, ରୋଗୀ ଅଧିକାର ସନନ୍ଦ ଏବଂ ରାଜ୍ୟ କ୍ଲିନିକାଲ ଏଷ୍ଟାବ୍ଲିସମେ ଆକ୍ଟର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଜନସ୍ୱାସ୍ଥ୍ୟ ଅଭିଯାନର ଜାତୀୟ ଯୁଗ୍ମ ଆବାହକ ଡଃ ଅଭୟ ଶୁକ୍ଲା ରୋଗୀ ଅଧିକାର ସୁରକ୍ଷା ପାଇଁ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାରକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହା ସହିତ ଘରୋଇ ଚିକିତ୍ସାଳୟରେ ରୋଗୀଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ପାଇଁ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟରେ ସଂଶୋଧନ ଆଣିବା ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ମେଡ଼ିକାଲ କଲେଜର ପ୍ରଫେସର ଡଃ ନନ୍ଦିତା ଏଥିକାଲ ଚିକିତ୍ସା ଏବଂ ଆଂଟି ବାୟୋଟିକ୍ସର ଉପଯୁକ୍ତ ପରିଚାଳନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ପାଇଁ ରୋଗୀ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା କରିବା ପାଇଁ ମତପ୍ରକାଶ ପାଇଥିଲା । ଏହି ଆଲୋଚନା ଚକ୍ରକୁ ଅକ୍ସଫାମର ସନ୍ତୋଷ ପାତ୍ର, ୱାଇଏସ୍ଡ଼ିର ବିଭୂ ପ୍ରସାଦ ସାହୁ, ସହଯୋଗ ଅନୁଷ୍ଠାନର ବିଜୟଲକ୍ଷ୍ମୀ ରାଉତରାୟ, ଶିକ୍ଷା ସନ୍ଧାନର ଅନିଲ୍ ପ୍ରଧାନ, ସିସିଡ଼ବ୍ଲଡ଼ିର ସିଦାଶିବ ସ୍ୱାଇଁ ଏବଂ ଏଚ୍ଆରଏଲ୍ଏନ୍ର ସୁଜାତା ଦାସ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅନ୍ଧତ୍ୱଦୂରୀକରଣ କାର୍ଯ୍ୟକ୍ରମର ସମୀକ୍ଷା : ଆଉ ୧୦ ଜିଲ୍ଲାରେ ଗଡିବ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଆଉ ୧୦ଟି ଜିଲ୍ଲାରେ …

Leave a Reply

Your email address will not be published. Required fields are marked *