Tuesday , July 16 2019
Home / ସ୍ୱାସ୍ଥ୍ୟ / ରେଢ଼ୁଆ ପିଏଚସି ରେ ରୋଗୀ କଲ୍ୟାଣ ସମିତି ବୈଠକ 

ରେଢ଼ୁଆ ପିଏଚସି ରେ ରୋଗୀ କଲ୍ୟାଣ ସମିତି ବୈଠକ 

ରଘୁନାଥପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ରେଢ଼ୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଜିଲାପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ ।  ସମ୍ମାନୀତ ଅତିଥି ଭାବେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ବିଡ଼ିଓ ପଂଚାନନ ପଟାୟତ,  ମେଡ଼ିକାଲ ଅଫିସର ସୁକାନ୍ତ କୁମାର ଦଳେଇ, ପ୍ରଭାସ ଚନ୍ଦ୍ର ତ୍ରିପାଠୀ,  ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ , ଡ଼ାକ୍ତର ଅସରଫ ପରଭେଜ,  ଡ଼ାକ୍ତର ସୁକୁମାର ଦାସ, ନବଜ୍ୟୋତି କ୍ଲବ୍ ସମ୍ପାଦକ କ୍ଷିରୋଦ କୁମାର ଦାଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।  ବୈଠକ ଆରମ୍ଭ ହେବା ମ।।ତ୍ର କେବଳ କାଗଜ ପତ୍ରରେ ରେଢ଼ୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିବାବେଳେ ବାସ୍ତବିକ ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି ବୋଲି କର୍ମଚାରୀମାନେ ପ୍ରକାଶ କରିଥିଲେ । କେବଳ ହାତ ଗଣତି କେତେ ଜଣ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା,  ଉଚ୍ଚ ଅଧିକାରୀଙ୍କ ମୌଖିକ ଅନୁରୋଧକୁ ସମ୍ମାନ ଜଣାଇ ଉଭୟ କର୍ମଚାରୀ ଓ ଡ଼ାକ୍ତର  ୨୪ ଘଂଟିଆ ସେବା ଯୋଗାଇ ଆସୁଛନ୍ତି ।  ତେବେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଥିବା ସୁବିଧା ସୁଯୋଗ  ଲପଲବ୍ଧ ନହେବା, ଔଷଧ ପ୍ରଦାନ କରାନଯିବା ଓ ରାତିରେ ବିନା ଆଟେଣ୍ଡାଣ୍ଟରେ ଡ଼ାକ୍ତର ରୋଗୀ ଦେଖିବା ସମୟରେ ଅନେକ ସମସ୍ୟା ଉପୁଯୁଥିବାର କର୍ମଚାରୀମାନେ ବୈଠକରେ ଆପତି ଉଠାଇଥିଲେ । ଯାହାକି ଡ଼ାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନର କୌଣସି ନିର୍ଯ୍ୟାସ ବାହାରିପାରିନଥିଲା । ଡ଼ାକ୍ତର ଓ କର୍ମଚାରୀ ରହିବା ପାଇଁ ୨ ଟି ସ୍ୱାର୍ଟର , ଗ୍ଲୋ ସାଇନବୋର୍ଡ଼,  ଠିକା ରେ ଜଣେ ମାଳିଙ୍କୁ ରଖାଯିବା ବିଷୟରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରଟି ସମ୍ପୂର୍ଣ୍ଣ ଗ୍ରାମଂଚଳ ପରିବେଶରେ ଥିବା ଓ ଅନେକ ସମୟରେ ବିଦ୍ୟୁତ ରହୁନଥିବାରୁ ଜେନେରେଟର ର ଆବଶ୍ୟକ ବୋଲି ଡ଼ାକ୍ତର ଦାସ ବୈଠକରେ ପ୍ରସ୍ତାବ ଉଠାଇଥିଲେ ।  ଏଥିପାଇଁ ଅନୁଦାନ ବ୍ଲକ୍ ଅଧ୍ୟକ୍ଷା ଓ ବିଡ଼ିଓ ଦାୟିତ୍ୱ ନେବା ପାଇଁ ମତ ପ୍ରକାଶ ପାଇଥିଲା ।  ଯେହେତୁ ବ୍ଲକ୍ ଅଧ୍ୟକ୍ଷାଙ୍କ ନିଜ ପଂଚାୟତ କୌଣସି ପ୍ରକାର ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ କିଲୋ ୱାଟ ଜେନେରେଟର ଯୋଗାଇ ଦେବା ପାଇଁ ଉଭୟ ବ୍ଲକ୍ ଅଧ୍ୟକ୍ଷା ଓ ବିଡ଼ିଓ ପ୍ରତିଶୃତି ଦେଇଥିଲେ ।  ଅଧିକ ର୍ମଚାରୀ ଯୋଗାଇ ଦେବାପାଇଁ ବୈଠକରେ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ମହାପାତ୍ର ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଥିବାବେଳେ ଫାର୍ମାସିଷ୍ଟ ଜିତେନ୍ଦ୍ର ଦଳେଇ ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ସମସ୍ୟା ରେ କନିମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ତିର୍ତୋଲ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାର ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ଉନ୍ନତି ଦିଗରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ସ୍ଥାୟୀ ଡାକ୍ତର ନିଯୁକ୍ତି …

Leave a Reply

Your email address will not be published. Required fields are marked *