Thursday , September 19 2019
Breaking News
Home / ବିଶେଷ / ରେଳ ଯାତ୍ରା ବେଳେ ଯାତ୍ରୀମାନଙ୍କ ବନ୍ଧୁ ସାଜିଛି ହେଲ୍ପ ଲାଇନ ନଂ – ୧୮୨

ରେଳ ଯାତ୍ରା ବେଳେ ଯାତ୍ରୀମାନଙ୍କ ବନ୍ଧୁ ସାଜିଛି ହେଲ୍ପ ଲାଇନ ନଂ – ୧୮୨

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)-  ରେଳ ସୁରକ୍ଷା ହେଲ୍ପ ଲାଇନ ନମ୍ବର – ୧୮୨ ଦ୍ୱାରା ଅସଂଖ୍ୟ ରେଳଯାତ୍ରୀ ଉପକୃତ ହୋଇପାରୁଛନ୍ତି  । ବ୍ୟାଗ, ଲଗେଜ ଓ ମନିପର୍ସ ଠାରୁ ଆରମ୍ଭ କରି ମୋବାଇଲ ଫୋନ, କମ୍ପ୍ୟୁଟର ଲ୍ୟାପଟପ, ସୁନା ଅଳଙ୍କାର ଏବଂ ନଗଦ ଟଙ୍କା  । ଟ୍ରେନରେ ଛାଡିଯାଇଥିବା ଯାତ୍ରୀମାନଙ୍କର ଜିନିଷପତ୍ରକୁ ଉଦ୍ଧାର କରିବା ସହିତ ସେଗୁଡିକୁ ଯାତ୍ରୀମାନଙ୍କୁ ଫେରସ୍ତ କରିବାରେ ଏହି ହେଲ୍ପ ଲାଇନ ନମ୍ବର – ୧୮୨ ରେଳ ଯାତ୍ରୀମାନଙ୍କୁ ସହାୟକ ହୋଇପାରିଛି  । ଚଳିତ ବର୍ଷର ପ୍ରଥମ ଆଠ ମାସ ରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୫୪ ଲକ୍ଷ ଟଙ୍କାରୁ ଅଧିକ ଜିନିଷପତ୍ର ଯାତ୍ରୀମାନଙ୍କୁ ଫେରାଯାଇପାରିଅଛି  । ସାଧାରଣତ ଯାତ୍ରୀମାନେ ଟ୍ରେନ ରେ ଯାତ୍ରା କରିସାରିବାପରେ ଭୁଲ ବଶତଃ ହେଉ କିମ୍ବା ତରତର ହୋଇ ଓହ୍ଲାଇଯିବା ପରେ ସେମାନଙ୍କର ଜିନିଷପତ୍ର ବାବଦରେ ଚୋରି ଅଭିଯୋଗ କରିଥାନ୍ତି  । ଯାତ୍ରୀମାନଙ୍କ ଜିନିଷପତ୍ର ସମ୍ବନ୍ଧରେ ଅଭିଯୋଗ ପାଇଲାପରେ ରେଳବାଇ ସୁରକ୍ଷାବଳ ପକ୍ଷରୁ ଅନୁସନ୍ଧାନ କରାଯାଇ ସେଗୁଡିକୁ ଉଦ୍ଧାର କରାଯାଇଥାଏ ଏବଂ ପରେ ଅଭିଯୋଗ କରିଥିବା ଯାତ୍ରୀ ମାନଙ୍କୁ ଡକାଯାଇ ସଠିକ ପ୍ରାପ୍ତି ସ୍ୱୀକାରପରେ ସେମାନଙ୍କ ଜିନିଷପତ୍ର ଫେରସ୍ତ କରାଯାଇଥାଏ  । ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀମାନଙ୍କଦ୍ୱାରା ଛାଡିଯାଉଥିବା ଜିନିଷପତ୍ରକୁ ଉଦ୍ଧାର କରାଯାଉଥିବା କାର୍ଯ୍ୟ ବହୁ ଲୋକଙ୍କ ପାଇଁ ସର୍ବନାଶରୁ ମୁକ୍ତି ଦେଇଅଛି  । ବହୁଗୁଡ଼ିଏ ଗୁରୁôବପୂର୍ଣ୍ଣ କାଗଜପତ୍ର, ପରିଚୟ ପତ୍ର, ଦସ୍ତାବିଜ ପ୍ରଭୁତି ରେଳବାଇ ସୁରକ୍ଷାବଳ ଦ୍ୱାରା ୧୮୨ ହେଲ୍ପ ଲାଇନ ଯୋଗୁଁ ଉଦ୍ଧାର କରାଯାଇଅଛି  । ବିବାହ ସମ୍ବନ୍ଧୀୟ ସୁନା ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇ ଯାତ୍ରୀମାନଙ୍କୁ ଫେରସ୍ତ ଦିଆଯାଇଅଛି  । ଏହା ସହିତ ମୋବାଇଲ ଫୋନ ଗୁଡିକୁ ଉଦ୍ଧାର କରାଯାଇ ଫେରସ୍ତ କରାଯାଇଛି ଯାହାଫଳରେ ଯାତ୍ରୀମାନେ ସେମାନଙ୍କର ବହୁ ବନ୍ଧୁ ଓ ପରିବାର ବର୍ଗଙ୍କ ଫୋନ ନମ୍ବର ଆଉ ଥରେ ପାଇବାକୁ କଠିନ ହୋଇଥାନ୍ତା  । ଲ୍ୟାପଟପ ଫେରିପାଇଥିବା ଯାତ୍ରୀମାନେ ସେମାନଙ୍କର ଗୁରୁôତ୍ୱପୂର୍ଣ୍ଣ ତଥ୍ୟ ହରାଇବାରୁ ବଂଚିତ ହୋଇଛନ୍ତି  । ଏହା କେବଳ ସମ୍ଭବ ହୋଇପାରିଛି ୧୮୨ ହେଲ୍ପ ଲାଇନ ଦ୍ୱାରା । ରେଳବାଇର ହସ୍ତଗତ ତଥ୍ୟ ଅନୁଯାଇ ଚଳିତ ବର୍ଷର ପ୍ରଥମ ଆଠ ମାସରେ ୧୮୨ ହେଲ୍ପ ଲାଇନ ମାଧ୍ୟମରେ ୩୧୦ଟି ଅଭିଯୋଗ ଉପରେ ଜିନିଷପତ୍ର ଉଦ୍ଧାର କରାଯାଇଅଛି  । ସେଥିମଧ୍ୟରୁ ୨୩୭ଟି ଜିନିଷପତ୍ର ଓ ମନିପର୍ସ, ୯୬ଟି ମୋବାଇଲ ଏବଂ ୩୧ଟି ଲ୍ୟାପଟପ ଉଦ୍ଧାର କରାଯାଇଥିବାବେଳେ ୨୬ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଏବଂ ଚାରି ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଉଦ୍ଧାର କରାଯାଇ ଯାତ୍ରୀମାନଙ୍କୁ ଫେରସ୍ତ କରାଯାଇଅଛି  । ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମ ପ୍ରତ୍ୟକ ଆରପିଏଫ ପୋଷ୍ଟର କାର୍ଯ୍ୟ ଦକ୍ଷତାକୁ ନିଜେ ପ୍ରତିଦିନ ସମୀକ୍ଷା କରୁଛନ୍ତି  । ଏଥିପାଇଁ ଅନେକ ଯାତ୍ରୀ ରେଳବାଇର ଏହି କାର୍ଯ୍ୟ ପାଇଁ ଆଭାର ବ୍ୟକ୍ତ କରିଥିବାବେଳେ କୃତଜ୍ଞତା ଜଣାଇଅଛନ୍ତି  । ପୂର୍ବତଟ ରେଳପଥ ଏହି କାର୍ଯ୍ୟକୁ ପୂର୍ଣ୍ଣ ଉତ୍ସାହର ସହିତ ଜାରିରଖି ରେଳଯାତ୍ରୀ ଏବଂ ଏହି ଅଂଚଳର ଲୋକମାନଙ୍କୁ ସୋପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ଅଟେ  । ରେଳଯାତ୍ରୀ ଓ ସାଧାରଣ ଜନତାଙ୍କୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି ଯେ ସେମାନେ ରେଳ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୮୨ କୁ ଡାଏଲ କରି ରେଳବାଇ ସୁରକ୍ଷା ସମ୍ବନ୍ଧୀୟ ଅଭିଯୋଗ କଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ  । ଓଡ଼ିଶା ସମାଚାର

About admin

Check Also

ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷାକୁ ନେଇ ସଚେତନତା

ରାଜଗାଙ୍ଗପୁର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ ଏକ ମୁଖ୍ୟ କାରଣ ହୋଇଥିବା ଯୋଗୁ …

Leave a Reply

Your email address will not be published. Required fields are marked *