Saturday , February 29 2020
Breaking News
Home / ରାଜନୀତି / ରେଳ ବଜେଟ୍ ଓଡ଼ିଶାକୁ ଅନୁଦାନ କମିଲା : ସାଂସଦମାନେ ପାର୍ଲାମେଂଟରେ ଏକଥା ଉଠାଇବାକୁ ଦାବି : ସମାଜବାଦୀ ପାର୍ଟି

ରେଳ ବଜେଟ୍ ଓଡ଼ିଶାକୁ ଅନୁଦାନ କମିଲା : ସାଂସଦମାନେ ପାର୍ଲାମେଂଟରେ ଏକଥା ଉଠାଇବାକୁ ଦାବି : ସମାଜବାଦୀ ପାର୍ଟି

ଭୁବନେଶ୍ୱର ,୦୬/୦୨/୨୦୨୦ (ଓଡ଼ିଶା ସମାଚାର)- ଗତ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଈ କ୍ଷେତ୍ରକୁ ଅନୁଦାନ ଥିଲା ୫୯୯୩କୋଟି ଟଙ୍କା । ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳ ବଜେଟ୍ ରହିଛି ୪୩୭୩ କୋଟି ଟଙ୍କା । ପୂର୍ବବର୍ଷ ଅପେକ୍ଷା ପ୍ରାୟ ୧୬୯୦ କୋଟି ଟଙ୍କା ଅନୁଦାନ କମିଯାଇଛି । ଅନୁଦାନ ବଢିବା ପରିବର୍ତେ ରେଳବାଈ ଅନୁଦାନ କମିବା ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ଅବହେଳାର ଅନ୍ୟ ଏକ ନମୂନା ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକସ ହାସ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ଅନୁଦାନ ଗତବର୍ଷ ୩୯ ହଜାର କୋଟି ଟଙ୍କା ଥିଲାବେଳେ ଏବର୍ଷ ପ୍ରାୟ ୩୬ ହଜାର କୋଟି ଟଙ୍କା ରହିଛି । ତେଣୁ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ୩ ହଜାର କୋଟି ଟଙ୍କା କମିଯାଇଛି । ବଜେଟ୍ ପୂର୍ବରୁ ରାଜ୍ୟ ସରକାର ରେଳବାଈ କ୍ଷେତ୍ରକୁ ଅଧିକ ଅନୁଦାନ ଆଶା କରୁଥିଲେ । କିନ୍ତୁ ଅନୁଦାନ ଅଧିକ ମିଳିବା ପରିବର୍ତେ ତାହା କମିଗଲା । ସମଗ୍ର ଭାରତ ବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଇଦେବା ସହିତ ପ୍ରକଳ୍ପର ଅର୍ଦ୍ଧାଧିକ ଟଙ୍କା ନିଜେ ବହନ କରୁଛି । ପଡ଼ୋଶୀ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାର ରେଳ ସାନ୍ଧ୍ରତା ବହୁତ କମ୍ ରହିଛି । ବହୁ ଲଢେଇ ପରେ ଆମେ ପୂର୍ବତଟ ରେଳଜୋନ୍ ପାଇପାରିଛୁ । କିନ୍ତୁ ତା’ସତ୍ୱେ ବାର୍ଷିକ ଆମେ ୧୫ ହଜାର କୋଟି ଟଙ୍କା ରେଳବାଈକୁ ଦେଉଥିଲାବେଳେ ଅନୁଦାନ କମ୍ ପାଉଛୁ । ଓଡ଼ିଶାର ଏହି ହକ୍‌କୁ ନେଇ ଦଳମତ ନିର୍ବିଶେଷରେ ବିଜେଡ଼ି, ବିଜେପି ଓ କଂଗ୍ରେସ ସାଂସଦମାନେ ରାଜନୀତିର ଊର୍ଦ୍ଧ୍ୱକୁ ଯାଇ ସ୍ୱର ଉତୋଳନ କରିବାକୁ ଶ୍ରୀ ବେହେରା ସେମାନଙ୍କୁ ଆହ୍ୱାନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏ କଥାର ପ୍ରତିବାଦ ରେଳମନ୍ତ୍ରୀଙ୍କ ପାଖରେ କରିବା ପାଇଁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର …

Leave a Reply

Your email address will not be published. Required fields are marked *