Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ରେନୋ ଟ୍ରାଇବର : ଅଲ୍-ନୁ୍ୟ ସୁପର ସ୍ପେଶିୟସ୍ ଓ ଅଲ୍ଟ୍ରା ମଡୁଲାର ଗେମ୍ ଚେଞ୍ଜର ଟ ୪.୯୫ ଲକ୍ଷରେ ଶୁଭାରମ୍ଭ

ରେନୋ ଟ୍ରାଇବର : ଅଲ୍-ନୁ୍ୟ ସୁପର ସ୍ପେଶିୟସ୍ ଓ ଅଲ୍ଟ୍ରା ମଡୁଲାର ଗେମ୍ ଚେଞ୍ଜର ଟ ୪.୯୫ ଲକ୍ଷରେ ଶୁଭାରମ୍ଭ

 ରେନୋ ଟ୍ରାଇବରକୁ ଆକର୍ଷଣୀୟ ଭାବରେ ଡିଜାଇନ୍ କରାଯାଇଛି । ଏଥିରେ ପର୍ଯ୍ୟାପ୍ତ ରୁମ୍ ଓ ମଡୁଲାର ବୈଶିଷ୍ଟ୍ୟ ଭିତିକ ଯେଉଁଥିରେ ୪ ମିଟର ମଧ୍ୟରେ ଏକରୁ ସାତ ଜଣ ବୟସ୍କ ଲୋକ ବସିପାରିବେ ।

 ରେନୋ ଟ୍ରାଇବର ଚାରିଟି ଟ୍ରିମ୍ରେ ଉପଲବ୍ଧ ହେବ – ଆରଏକ୍ସଇ, ଆରଏକ୍ସଏଲ୍, ଆରଏକ୍ସଟି, ଆରଏକ୍ସଜେଡ୍ । ଏବଂ ଏହା ସହିତ ଏଥିରେ ରହିଛି ୨୦ ଟି ପ୍ରମୁଖ ବୈଶିଷ୍ଟ୍ୟ ଯାହାକି ଷ୍ଟାଣ୍ଡାର୍ଡ଼ ଇକୁ୍ୟପ୍ମେଂଟ ଭାବରେ ସମସ୍ତ ଟ୍ରିମ୍ରେ ରହିଛି ।

 ପ୍ରତି ଭର୍ସନ ଲେଭଲ୍ରେ ରେନୋ ଟ୍ରାଇବର ଭର୍ସନ ଓ ମୂଲ୍ୟ ଗ୍ରାହକ ମୂଲ୍ୟ ଉପଯୋଗୀତାକୁ ସୁନିଶ୍ଚିତ କରିଥାଏ ।

 ୪ ମିଟର ମଧ୍ୟରେ ରେନୋ ଟ୍ରାଇବର ହେଉଛି ଷ୍ଟାଇଲିସ୍, ସ୍ପେଶିୟସ ଏବଂ ଏଥିରେ ରହିଛି ଆଧୁନିକ ଓ ପ୍ରାକ୍ଟିକାଲ୍ ବୈଶିଷ୍ଟ୍ୟ, ଅଲ୍ଟ୍ରା ମଡୁଲାର ଓ ଏହା ୧୦ ରୁ ଅଧିକ ଭିନ୍ନ ସିଟ୍ କନ୍ଫିଗୁରେସନ ।

 ୩୦ ରୁ ଅଧିକ କ୍ଲାସ୍ ଲିଡିଂ ବୈଶିଷ୍ଟ୍ୟ ଯଥା ଇଜିଫିକ୍ସ ସିଟ୍ସ, ଏସ୍ୟୁଭି ସ୍କିଡ୍ ପ୍ଲେଟ୍ସ, ଏଲ୍ଇଡି ଇନ୍ଷ୍ଟ୍ରୁମେଂଟ କ୍ଲଷ୍ଟର, ୨ୟ ଓ ୩ୟ ଧାଡ଼ିରେ ଟୁଇନ୍ ଏସି ଭେଂଟ୍ସ, ୧୮୨ ମିମିର ହାଇ ଗ୍ରାଉଣ୍ଡ କ୍ଲିୟରାନ୍ସ ଓ ଏକ ୨୦.୩୨ ସେମି (୮ ଇଂଚ) ଟଚ୍ସ୍କ୍ରିନ୍ ମିଡିଆ ଏନ୍ଏଭି ଇଭୋଲୁ୍ୟସନ ସିଷ୍ଟମ ।

 ନୂଆ ଏନର୍ଜି ଇଞ୍ଜିନ୍ : ରେନୋ ଟ୍ରାଇବରରେ ରହିଛି ୧.୦ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଯାହା ଉନ୍ନତ କାର୍ଯ୍ୟଦକ୍ଷତା ଓ ଫୁ୍ୟଲ୍ ଇକୋନୋମି ପ୍ରଦାନ କରିଥାଏ ତଥା ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମ୍ ।

 ରେନୋ ଟ୍ରାଇବରରେ ମଧ୍ୟ ରହିଛି କ୍ଲାସ୍ ଲିଡିଂ ସଂପ୍ରସାରିତ ୱାରେଂଟି ପ୍ୟାକେଜ୍ ଓ ବାର୍ଷିକ ରକ୍ଷଣାବେକ୍ଷଣ ପ୍ୟାକେଜ୍ କମ୍ ମୂଲ୍ୟରେ ।

 ୪ ଟି ଏୟାର ବ୍ୟାଗ୍ ସହିତ ରେନୋ ଟ୍ରାଇବରରେ ରହିଛି ଅନେକ ଗୁଡ଼ିଏ ନିରାପତା ବୈଶିଷ୍ଟ୍ୟ

ଭୁବନେଶ୍ୱର ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ରେନୋ, ଭାରତରେ ନମ୍ବର ୧ ୟୁରୋପିୟାନ୍ ବ୍ରାଣ୍ଡ ଏହାର ଅଲ୍ ନୁ୍ୟ ଗେମ୍ ଚେଞ୍ଜର, ରେନୋ ଟ୍ରାଇବରର ଆଜି ଶୁଭାରମ୍ଭ କରିଛି ଯାହାର ଆକର୍ଷଣୀୟ ମୂଲ୍ୟ ରହିଚି ଟ. ୪.୯୫ ଲକ୍ଷ (ଏକ୍ସ-ସୋରୁମ୍, ସାରା ଭାରତ) । ରେନୋ ଟ୍ରାଇବର ଚାରିଟି ଟି୍ରମ୍ରେ ଉପଲବ୍ଧ ହେବ – ଅରଏକ୍ସଇ, ଆରଏକ୍ସଏଲ୍, ଆରଏକ୍ସଟି ଓ ଆରଏକ୍ସଜେଡ୍ । ରେନୋ ଟ୍ରାଇବରକୁ ବିଜ୍ଞାତସମ୍ମତ ଭାବରେ ଭାରତୀୟ ବଜାର ପାଇଁ ପ୍ରସ୍ତୁତ କରାଯାଇଛି ଓ ଏହା ବି-ସେଗ୍ମେଂଟ କାର୍ କ୍ଷେତ୍ରରେ ଏହାର ଗ୍ରାହକମାନଙ୍କୁ ଅତୁଳନୀୟ ସୁବିଧା ପ୍ରଦାନ କରିଥାଏ । ରେନୋ ଟ୍ରାଇବର ହେଉଛି ସ୍ପେସିୟସ, ଅଲ୍ଟ୍ରା ମଡୁଲାର, ଇନ୍ଧନ ଦକ୍ଷ ଗାଡ଼ି ଓ ଏଥିରେ ରହିଛି ଆକର୍ଷଣୀୟ ଇଂଟେରିୟର । ୪ ମିଟର ମଧ୍ୟରେ ଏଥିରେ ଅନେକ ଆଧୁନିକ ଓ ପ୍ରାକ୍ଟିକାଲ୍ ବୈଶିଷ୍ଟ୍ୟକୁ ସନ୍ନିବେଶିତ କରାଯାଇଛି ।

“ଆଜି ରେନୋ ଟ୍ରାଇବରର ଶୁଭାରମ୍ଭ ସହିତ, ଆମେ ଭାରତର ଦ୍ରୁତ ବର୍ଦ୍ଧନଶୀଳ ଅଟୋମୋବାଇଲ୍ ମାର୍କେଟରେ ପ୍ରବେଶ କରିବୁ । ସ୍ପେସ୍ ଓ ମଡୁଲାରିଟି କ୍ଷେତ୍ରରେ ରେନୋ ଟ୍ରାଇବର ଏକ ବିଶେଷ ସ୍ଥାନ ଗ୍ରହଣ କରିବ । ବି ସେଗ୍ମେଂଟର ଏହି ଗାଡ଼ିକୁ ସମସ୍ତ ପ୍ରକାର ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହାର ଆକର୍ଷଣୀୟ ମୂଲ୍ୟ ସହିତ ରେନୋ ଟ୍ରାଇବର ଭାରତୀୟ ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଫିଟ୍ ଯେଉଁମାନେକି କମ୍ ମୂଲ୍ୟରେ ଅଧିକ ପ୍ରିମିୟମ ମାନର ଆଶା କରିଥାନ୍ତି । ଭାରତରେ ସଂପ୍ରସାରଣ କ୍ଷେତ୍ରରେ ରେନୋ ଟ୍ରାଇବର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆମେ ଆଶା କରୁଛୁ” ବୋଲି କହିଛନ୍ତି ଭେଙ୍କଟରାମ୍ ମାମିଲାପାଲେ, କଂଟି୍ର ସିଇଓ ଓ ମ୍ୟାନେଜିଂ ଡାଇରେକ୍ଟର, ରେନୋ ଇଣ୍ଡିଆ ଅପରେସନ୍ସ ।

ରେନୋ ଟ୍ରାଇବର ସହାୟତାରେ ଏହାର ବିକି୍ରର ପରିମାଣକୁ ବାର୍ଷିକ ୨୦୦୦୦୦ ୟୁନିଟ୍ କରି ଦୁଇଗୁଣା କରାଯାଇପାରିବ । ରେନୋର ଭାରତରେ ୩୫୦ ଟି ସେଲ୍ସ ଓ ୨୬୪ ଟି ସର୍ଭିସ୍ କେନ୍ଦ୍ର ରହିଛି ଯାହା ଉକ୍ରୃଷ୍ଟ ସେଲ୍ସ ଓ ସର୍ଭିସ୍ ପ୍ରଦାନ କରିଥାଏ । ମିଡ୍-ଟର୍ମ ଅବଧି ସୁଧା ରେନୋ ଏହାର ନେଟ୍ୱର୍କ ପରିସରକୁ ଦୁଇଗୁଣା କରିବାର ଲକ୍ଷ୍ୟ ରଖିଛି ।

ରେନୋ ଗ୍ରାମୀଣ ବଜାରରେ ମଧ୍ୟ ଏହାର ଉପସ୍ଥିତିକୁ ପ୍ରତିପାଦିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି କ୍ଷେତ୍ରକୁ ରେନୋ ନବୀନ ତଥା ବ୍ୟାପକ କୌଶଳ ଜରିଆରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ରଖିଛି । ସେପ୍ଟେମ୍ବରରେ ରେନୋ ୧୮ ଟି ରାଜ୍ୟର ୩୩୦ ଟି ଗ୍ରାମୀଣ ବଜାରରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛି ଯାହାକୁ ଚଳିତ ବର୍ଷ ସମାପ୍ତ କରାଯିବ । ଏହାସହିତ ରେନୋର ଡିଲରସିପ୍ ଟିମ୍ ସ୍ପେଶିଆଲାଇଜ୍ଡ ସେଲ୍ସ କନ୍ସଲ୍ଟାଂଟଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁମାନେକି ଗ୍ରାମୀଣ ବଜାରରେ ପହଂଚିପାରିବେ ।

ରେନୋ ଟ୍ରାଇବରକୁ ଆକର୍ଷଣୀୟ ଭାବର ଡିଜାଇନ୍ କରାଯାଇଛି । ଏହା କମ୍ପାକ୍ଟ ରୁମି ଓ ମଡୁଲାର, ଭର୍ସାଟାଇଲ୍ ଯାନ ଯେଉଁଥିରେ ୪ ମିଟର କମ୍ ଲମ୍ବ ମଧ୍ୟରେ ଏବଂ ଏଥିରେ ୭ ଜଣ ଲୋକ ଆରାମରେ ବସିପାରିବେ । ଭାରତୀୟ ଗ୍ରାହକମାନଙ୍କର ଆଶାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ରେନୋ ଟ୍ରାଇବର ନିଶ୍ଚିତ ଭାବରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏହାର ଡିଜାଇନ୍ ଆଧୁନିକ, ସ୍ପେଶିୟସ୍ ତଥା କମ୍ପାକ୍ଟ ଅଲ୍ଟ୍ରା ମଡୁଲାର, ଇନ୍ଧନ ଦକ୍ଷ, ଆକର୍ଷଣୀୟ ଇଂଟେରିୟର ତଥା ଏଥିରେ ଆହୁରି ଅନେକ ପ୍ରାକ୍ଟିକାଲ୍ ବୈଶିଷ୍ଟ୍ୟ ରହିଛି । ପାଂଚଟି ସିଟ୍ ବିଶିଷ୍ଟ କନ୍ଫିଗୁରେସନରେ ଏଥିରେ ଅଧିକ ବୁଟ୍ କ୍ଷମତା ରହିଛି ।

“ଭାରତରେ ରେନୋର ବ୍ୟବସାୟର ପ୍ରଥମ ଗୁରୁତ୍ୱର ବିଷୟ ହେଉଛି ନୂତନତା । ଭାରତର ଅଟୋମେଟିଭ୍ ମାର୍କେଟର ପରିବର୍ତିତ ଚାହିଦାକୁ ପୁରଣ କରିବା ପାଇଁ ସର୍ବଦା ଚେଷ୍ଟା କରାଯାଇଥାଏ । ଏହାର ଏକ ଉଦାହରଣ ହେଉଛି ରେନୋ ଟ୍ରାଇବର । ସ୍ୱତନ୍ତ୍ର ବଡି-ଷ୍ଟାଇଲ୍ ବିଶିଷ୍ଟ ରେନୋ ଟ୍ରାଇବର କ୍ୱିଡ୍ ଓ ରେନୋର ଏସ୍ୟୁଭି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିପାରିଛି । ରେନୋ ଏହାର ନୂତନତାର ଯାତ୍ରା ଭାରତରେ ଜାରି ରଖିବ ଓ ଅଟୋମୋବାଇଲ୍ କ୍ଷେତ୍ରରେ ଅନେକ ପରିବର୍ତନ ଆଣିବ” ବୋଲି କହିଛନ୍ତି ଶ୍ରୀ ମାମିଲାପାଲେ

ରେନୋ ଟ୍ରାଇବର ଚାରିଟି ଟ୍ରିମ୍ରେ ଉପଲବ୍ଧ ହେବ – ଆରଏକ୍ସଇ, ଆରଏକ୍ସଏଲ୍, ଆରଏକ୍ସଟି ଓ ଆରଏକ୍ସଜେଡ୍ । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ସେଗ୍ମେଂଟକୁ ପ୍ରସ୍ତୁତ କରାଯାଇଛି । ପ୍ରତି ଭର୍ସନ୍ ମଧ୍ୟରେ ଟ.୫୦,୦୦୦ ର ବ୍ୟବଧାନ ରହିଛି ଯଦ୍ୱାରା ଗ୍ରାହକମାନେ ପ୍ରତି ସ୍ତରରେ ସୁବିଧା ପାଇପାରିବେ ।

ରେନୋ ଟ୍ରାଇବର ମୂଲ୍ୟ ତାଲିକା :

ଆରଏକ୍ସଇ -୪,୯୫,୦୦୦, ଆରଏକ୍ସଏଲ-୫,୪୯,୦୦୦,ଆରଏକ୍ସଟି- ୫,୯୯,୦୦୦ ଓ ଆରଏକ୍ସଜେଡ଼୍-୬,୪୯,୦୦୦ (ସର୍ବ ଭାରତୀୟ ଏକ୍ସ ସୋ ରୁମ୍ ପ୍ରାଇସ)

ରେନୋ ସମ୍ବନ୍ଧରେ :

ରେନୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ରେନୋ ଏସ୍.ଏ.ଏସ୍. ଫ୍ରାନ୍ସର ଏକ ସବସିଡିଆରି ଅଟେ । ରେନୋ ଇଣ୍ଡିଆ କାର ଏହାର ନିର୍ମାଣ କେନ୍ଦ୍ର ଓରାଗାଡାମ୍ ଠାରେ ନିର୍ମାଣ କରାଯାଇଛି । ଏହାର ବାର୍ଷିକ କ୍ଷମତା ହେଉଛି ୪୮୦୦୦୦ ୟୁନିଟ୍ । ବର୍ତମାନ ରେନୋ ଇଣ୍ଡିଆ ସାରା ଭାରତରେ ୩୫୦ ଟି ସେଲ୍ସ ଓ ୨୬୪ ଟି ସର୍ଭିସ୍ କେନ୍ଦ୍ର ଜରିଆରେ ଉପସ୍ଥିତ ରହିଛି । ରେନୋ ଇଣ୍ଡିଆ ଏହାର ସେବାରେ ଉକ୍ରର୍ଷତା ପାଇଁ ୬୦ ରୁ ଅଧିକ ଟାଇଟେଲ୍ ହାସଲ କରିଛି ତଥା ଗୋଟିଏ ବର୍ଷରେ ସର୍ବାଧିକ ପୁରସ୍କାର ଲାଭ କରିଥିବା ଅଟୋମୋଟିଭ୍ ବ୍ରାଣ୍ଡର ମାନ୍ୟତା ଲାଭ କରିଛି । ରେନୋ କ୍ୱିଡ୍ ୩୨ ଟି ପୁରସ୍କାର ଲାଭ କରିଛି ଯେଉଁଥିରେ ୧୦ ଟି କାର ଅଫ୍ ଦି ଇୟର ପୁରସ୍କାର ଅନ୍ତର୍ଭୁକ୍ତ ଅଟେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *