Saturday , December 7 2019
Home / ବିଶେଷ / ରାସ୍ତାକଡର ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ  ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ

ରାସ୍ତାକଡର ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ  ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ

କେନ୍ଦ୍ରାପଡା, ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ପ୍ରବଳ ଶୀତରେ ରାସ୍ତାକଡରେ ରାତିରେ  ଆଶ୍ରୟ ନେଇଥିବା ନିରାଶ୍ରୟ  ଓ ମାନସିକ  ବିକାରଗ୍ରସ୍ତ ଲୋକମାନଙ୍କୁ ରବିବାର ରାତିରେ ଶୀତବସ୍ତ୍ର ଓ ଖାଦ୍ୟ ବଂଟନ କରାଯାଇଥିଲା । ପୂର୍ବତନ ବିଧାୟକ ଏବଂ ବିଜେଡି ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ତରାଇ ଯୋଗଦେଇ ଦୁହୁରିଆ, ତିନିମୁହାଣି, ନୂଆବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, କଚେରି ରୋଡ, ସାନ୍ତସାହି, ମଢିଆଳ ବଜାର ପ୍ରଭୃତି ସ୍ଥାନରେ ଏହି ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ଖାଦ୍ୟ ପୁଡିଆ ଓ ଶୀତବସ୍ତ୍ର ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡିର କାର୍ଯ୍ୟକାରି ସଭାପତି ସରୋଜକାନ୍ତ ସାହୁ,ସେକ ଲିୟାକତ,ମହମ୍ମଦ ଅନସାରି,ସେକ ମେହେବୁବ, ସାବିର ଖାନ,ଦୟାନିଧି ମର୍ଦ୍ଧରାଜ,ଜୟନ୍ତ ସାହୁ,ରାକେଶ ନାୟକ,ଶ୍ରୀନିବାସ ରାଓ,ମନୋରଞ୍ଜନ ଘୋଷ,ବିଜୁ କୃଷକ ଜନତା ଦଳର ଜିଲ୍ଲା ସଭାପତି ସୈାମେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *