Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ରାମଦାସପୁରରେ ଅହୋରାତ୍ର ଉଡିଲା ତ୍ରିରଙ୍ଗା

ରାମଦାସପୁରରେ ଅହୋରାତ୍ର ଉଡିଲା ତ୍ରିରଙ୍ଗା

ପୂର୍ବ ଭାରତର ଉଦୟ ସୂର୍ଯ୍ୟ ଭାରତ ମସଲା : ରାଜ୍ୟପାଳ
କଟକ, ୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଭାଷା ଅନେକ,ଭାବ ଏକ । ରାଜ୍ୟ ଅନେକ ରାଷ୍ଟ୍ର ଏକ । ପଥ ଅନେକ ଲକ୍ଷ୍ୟ ଏକ । ହୋଲିଆ ଅନେକ ସ୍ୱର ଏକ । ଲକ୍ଷ୍ୟସ୍ଥଳ ଏକଭାବନା ଅନେକ । ରୀତିନୀତି ଅନେକସଂସ୍କାର ଏକ । ଦକ୍ଷତା ଏକ ଯୋଜନା ଅନେକ । ପ୍ରତିଭା ଏକ ଚେହେରା ଅନେକ । ଚେହେରା ଅନେକ ହସ ଏକ । ସଂକଳ୍ପ ଏକ ରାସ୍ତା ଅନେକ । ସମାଜ ଅନେକ ଭାରତ ଏକ । ରଙ୍ଗ ଅନେକ ତ୍ରିରଙ୍ଗା ଏକ । ଏହା ହେଉଛି ଦେଶାତ୍ମକ ବୋଧତା ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭାରତ ମସଲାର ରାମଦାସପୁର ପ୍ଲାନ୍ଟ୍ଟ ରେ ସ୍ଥାୟୀ ଜାତୀୟ ପତାକା ଉତୋଳନ ଅବସରରେ କହିଛନ୍ତି । ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ସୁରେନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପତାକା ଉତୋଳନର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଉପରୋକ୍ତ ମତ ରଖିବାସହ ପୂର୍ବ ଭାରତର ଉଦୟ ସୂର୍ଯ୍ୟ ଭାରତ ମସଲା ବୋଲି କହିଥିଲେ । ସାମାନ୍ୟ ଅର୍ଥକୁ ପୁଞ୍ଜି କରି ନିଜର ନିଷ୍ଠାପର ଉଦ୍ୟମ ଯୋଗୁଁ ସେ ଆଜି ଏମଏସଏମଇ ସେକ୍ଟରରେ ବିପ୍ଳବ ସୃଷ୍ଟି କରିଛନ୍ତି । ମନମଧ୍ୟରେ ରହିଥିବା ବିଶ୍ୱାସକୁ ଆଧାର କରି ସେ ଯାହା ଚାହିଁଛନ୍ତି ତାହା କରିବାକୁ ଆଜି ସକ୍ଷମ ହୋଇଛନ୍ତି । ଭାରତ ମସଲା ଏକ ମସଲା କମ୍ପାନୀ ନୁହେଁ ବରଂ ହଜାର ହଜାର କର୍ମଚାରୀଙ୍କୁ ବନ୍ୟଜାତ ଦ୍ରବ୍ୟ ସଂକ୍ରାନ୍ତରେ ଜ୍ଞାନ ପ୍ରଦାନ କରୁଥିବା ବନ ବିଶ୍ୱବିଦ୍ୟାଳୟ । ଦିନେ ବାବର କହିଥିଲେ ଯେ, ଯଦି ସେ ଭାରତର ମସଲା ବିଷୟରେ ଜାଣିପାରନ୍ତେ ତେବେ ସେ ବିଶ୍ୱକୁ ବିଜୟ କରିଥାନ୍ତେ । ତେବେ ଭାରତ ମସଲାର ଚେୟାରମ୍ୟାନ ମସଲାକୁ ଉତ୍ପାଦନ କରି ବିଶ୍ୱରେ ପରିଚୟ ସୃଷ୍ଟି କରିଛନ୍ତି । ଭାରତ ମସଲାର ମାର୍ଗଦର୍ଶକ ସାଜି ଆଉ ଏକ ଦୁନିଆ ଗଢିବାକୁ ପ୍ରୟାସକରି ସଂକଳ୍ପ ନେବାକୁ ସେ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେବଡମ୍ବା ନରସିଂହପୁର ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ ଭାରତ ମସଲା କମ୍ପାନୀ ପୂର୍ବ ଭାରତର ଏକମାତ୍ର ଇଣ୍ଡଷ୍ଟ୍ରିୟାଲ ସେକ୍ଟର ଯିଏକି ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ କମ୍ପାନୀ ପରିସର ଭିତରେ ଅହୋରାତ୍ର ଉଙ୍ଗାଇବାକୁ ସାହସ ଜୁଟାଇଛି । ପରିମାଣ ଓ ମାନରେ ସ୍ୱଚ୍ଛତା ବଜାୟ ରଖିଥିବା ଯୋଗୁଁ ଭାରତମସଲା ଆଗାମୀ ଦିନରେ ତାର ବ୍ୟବସାୟକୁ ୭୦ହଜାର କୋଟିରେ ପହଂଚାଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ପୂର୍ବତନ ଜିଏସଟି ଓ କଷ୍ଟମର ବୋର୍ଡ ସଦସ୍ୟ ସୁଶାନ୍ତ କୁମାର ପଣ୍ଡା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀର୍ଘ ବର୍ଷ ଧରି ଭାରତମସଲା କମ୍ପାନୀ ଶୁଦ୍ଧ ଓ ସ୍ୱଚ୍ଛ ମସଲାଗ୍ରାହକ ମାନଙ୍କୁ ଯୋଗାଇ ଦେଇଆସୁଥିଲାବେଳେ ଆଜିଠାରୁ ଜର୍ମାନ ଟେକ୍ନୋଲୋଜିରେ କ୍ରାୟୋଜେନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଗ୍ରାହକମାନଙ୍କର ପ୍ରିୟ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଭାରତ ମସଲାର ପରିଚାଳନା ନିର୍ଦ୍ଧେଶକ ସୁଶାନ୍ତ କୁମାରପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ଆଜିଠାରୁ ପ୍ଲାନ୍ଟ୍ଟ ପରିସରରେ ଉତ୍ପାଦନ କାର୍ଯ୍ୟ ଓ ସ୍ଥାୟୀ ତ୍ରିରଙ୍ଗା ଉଡାଣ ତାଙ୍କ ପାଇଁ ନିଶ୍ଚିତ ମହତ୍ୱ ରଖୁଛି ବୋଲି କହିଥିଲେ । ଆଜି ରାଜ୍ୟପାଳଙ୍କୁ ପରିସର ମଧ୍ୟରେ ଗାର୍ଡଅଫ ଅନର ପ୍ରଦାନ କରାଯିବା ସହ ଗେରୁଆ ପୋଷାକ ପରିଧାନ କରି କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ଡାଏସ ଉପରକୁ ତାଙ୍କୁ ପାଛୋଟି ନେଇଥିଲେ । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ୮ଜଣ ବୁଦ୍ଧିଜୀବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ହେଲେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଇସାନ କୁମାର ପାତ୍ର, ବିଶିଷ୍ଟ ଐଚ୍ଛିହାସିକ ତଥା ଲେଖକ ଡକ୍ଟର ସୋମା ଚାନ୍ଦ,ଇଂଜିନିୟର ଗୋବିନ୍ଦ ଜି ପ୍ରକାଶ ଜୀଆଲାମ ଜୀ, ଏସ୍ସିବି ମେଡିକାଲର ଇଏନଟି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ କୁମାର ବେହେରା, ଓଙ୍ଗିଶା ଶିଳ୍ପ ସଂଘର ସଭାପତି ଅବନୀ କାନୁନଗୋ, ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ଭାରତ ମସଲାର କର୍ମଚାରୀ ସ୍ନେହଲତା ରାଉତ ଓ କଟକ ନୂଆବଜାର ପୋତାପୋଖରୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ସାହୁ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ମହାପ୍ରବନ୍ଧକ ଅରୁଣ କୁମାର ନାୟକ,(ଅପରେସନ), ମହାପ୍ରବନ୍ଧକ ଅଶ୍ୱନୀକୁମାର ଦାସ (ଫାଇନାନ୍ସ), ମ୍ୟାନେଜର ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ଡାଇରେକ୍ଟର ନନ୍ଦିତା ପଣ୍ଡା, ନମିତା ପଣ୍ଡା,ସୁମନ୍ତ କୁମାର ପଣ୍ଡା, ଦିଗନ୍ତ ପଣ୍ଡା, ଶ୍ରୀମନ୍ତକୁମାର ପଣ୍ଡା, ଟ୍ରଷ୍ଟି ପ୍ରଫୁଲ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଲୋକସମ୍ପର୍କ ଅଧିକାରିଣୀ ସୁଲଗ୍ନା ବାରିକ,ଏଚଆର ଜୟସ୍ମିତା ପଣ୍ଡା ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *