Friday , October 18 2019
Breaking News
Home / ତାଜା ଖବର / ରାବଣ ପ୍ରତିିକୃତି ପଡ଼ି ବାଳକ ଆହତ

ରାବଣ ପ୍ରତିିକୃତି ପଡ଼ି ବାଳକ ଆହତ

ନୂଆପଡ଼ା,୦୯/୧୦/୨୦୧୯ (ଓଡ଼ିଶା ସମାଚାର)- ରାବଣ ପୋଡ଼ି ବେଳେ ଘଟିଛି ଅଘଟଣ । ରାବଣପୋଡ଼ି ପୂର୍ବରୁ ରାବଣ ପ୍ରତିିକୃତି ପଡ଼ି ଜଣେ ୧୩ ବର୍ଷର ବାଳକ ଆହତ ହୋଇଛି । ମିଳିଥିବା ସୂଚନା ଅନୁସାରେ କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁ ରେ ରାବଣ ପୋଡ଼ି ଉତ୍ସବ ପାଇଁ ଏକ ଟ୍ରାକ୍ଟର ରେ ରାବଣର ଏକ ବଡ଼ ପ୍ରତିକୃତି ତିଆରି କରାଯାଇ ଉତ୍ସବ ସ୍ଥଳକୁ ନିଆଯାଉଥିଲା । ହଠାତ ପ୍ରତିକୃତି ଟି ଟ୍ରକ୍ଟରରୁ ପଡ଼ିଯାଇଥିଲା । ସେହି ପ୍ରତିକୃତି ତଳେ ଯୋଗେଶ୍ୱର ସତନାମୀ ନାମକ ଜଣେ ୧୩ ବର୍ଷର ବାଳକ ଚାପିହୋଇଯାଇଥିଲା । ପ୍ରତିକୃତି ତଳୁ ଯୋଗେଶ୍ୱରକୁ ଉଦ୍ଧାର କରାଯାଇ ନୂଆପଡ଼ା ଜିଲା ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ …

Leave a Reply

Your email address will not be published. Required fields are marked *