Monday , December 16 2019
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟିମ୍ କାଲିମେଳା ମେଡିକାଲ ପରିଦର୍ଶନ

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟିମ୍ କାଲିମେଳା ମେଡିକାଲ ପରିଦର୍ଶନ

କାଲିମେଳା, ୨୦/୧୧/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ଜଣିଆ ଟିମ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଏହି ଟିମ ବିଶେଷ କରି ମେଡିକାଲରେ ସ୍ୱଛତା ଉପରେ ଅଧିକ ଗୁରୁତ୍ୱାରୋପ ଦେଇ ବିଭିନ୍ନ ୱାର୍ଡ ବୁଲି ତଦାରଖ କରିଥିଲେ । ଏହି ଟିମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଇ.ଡି.ଏସ.ପି ଡା . ଏ .କେ ପାଇକରାୟ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରଶାନ୍ତ କୁମାର ଦାସ, ୟୁନିସେଫର ଗୈାତମ ପଟ୍ଟନାୟକ ଏହି ଗସ୍ତରେ ଆସିଥିବା ବେଳେ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରର ଏଙ୍ଗିଏମଓ ଶଶୀଭୂଷଣ ମହାପାତ୍ର ,ଗାଁ କଲ୍ୟାଣ ସମିତି ପରିଚାଳକ ସଚିନ ଦେବ ଗୋ÷ଡ , କାଲିମେଳା ପରିବାର କଲ୍ୟାଣ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସତ୍ୟନାରାୟଣ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟିମ ଜିଲାର ସଦର ମେଡିକାଲ, କାଲିମେଳା ମେଡିକାଲ, ପାଣ୍ଡିପାଣି, କୋରୁକୋଣ୍ଡା, କେ.ଗୁମ୍ମା ଇଦ୍ୟାତି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବେ । ମେଡିକାଲରେ କାୟାକଳ୍ପ ପୁରସ୍କାର ପାଇଁ ଏହି ଅନୁଧ୍ୟାନ ହେଉଥିବା ଜଣାପଡିଛି । ଯେଉଁ ସ୍ୱାସ୍ଥ୍ୟରେ ସ୍ୱଛତା ଭଲ ଥିବ ସେହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କାୟାକଳ୍ପ ଯୋଜନାରେ ଅର୍ଥରାଶି ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି ।   ଆସିଥିବା ଏହି ଟିମ କାଲିମେଳା ମେଡିକାଲର ଲେବର ରୁମ, ଓ.ଟି,ରୋଗୀଙ୍କ ୱାର୍ଡ, ଲାବୋରୋଟାରୀ ସହ ମେଡିକାଲର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ । କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଅବିଦ ହୁସେନ ଖାନଙ୍କ ସହ ରୋଗୀ ସେବା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଥିରେ ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଲିଙ୍ଗ ନିରୂପଣ ବନ୍ଦ ପାଇଁ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାସ୍ତରୀୟ ଆଡଭାଇଜରୀ କମିଟି ଓ ଟାସ୍କଫୋର୍ସ ସଭା କଟକ, ୧୦/୧୨/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାସ୍ତରୀୟ ଆଡଭାଇଜରି କମିଟି ସଭା ଓ ଜିଲ୍ଲାସ୍ତରୀୟ …

Leave a Reply

Your email address will not be published. Required fields are marked *