Tuesday , January 28 2020
Breaking News
Home / ରାଜନୀତି / ରାଜ୍ୟ ସରକାରଙ୍କ ୬ ମାସରେ ୬ ବଡ ବିଫଳତା ଗଣାଇଲା ବିଜେପି

ରାଜ୍ୟ ସରକାରଙ୍କ ୬ ମାସରେ ୬ ବଡ ବିଫଳତା ଗଣାଇଲା ବିଜେପି

ଭୁବନେଶ୍ୱର, ୦୮/୧୨/୨୦୧୯(ଓଡ଼ିଶା ସମାଚାର)-ଓଡିଶାରେ ବିଜେଡି ଶାସନରପଂଚମ ପାଳିର ପ୍ରଥମ ୬ ମାସରେ ୬ ମହାବିଫଳତାକୁ ପ୍ରସଙ୍ଗକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କୈଫିୟତ ମାଗିଛିବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତିସମୀର ମହାନ୍ତି ରାଜ୍ୟରେ ମହିଳା ଧର୍ଷିତା-ଲାଂଚ୍ଛିତା-ଅପମାନିତାହେବା, ଗରିବଙ୍କ ପକ୍କା ଘର ଯୋଜନାରେ ଗରିବ ବଦଳରେ ଦଳୀୟକର୍ମୀ ଯୋଜନା ହାତେଇ ନେବା, ଫନିର ପ୍ରଚୁର କେନ୍ଦ୍ରୀୟ ସହାୟତାଶାସନ ଓ ପ୍ରଶାସନ ଦ୍ୱାରା ବାଟମାରଣା ହେବା, ମେକ୍ ଇନ୍ ଓଡିଶାନାରା ସମ୍ପୂର୍ଣ୍ଣ ବିଫଳ ହେବା, ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡିବା ଏବଂ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନଥିବା ରାଜ୍ୟ ସରକାର ଏବେ ନିଜସ୍ୱ ଯୋଜନାପାଇଁ ଅର୍ଥ ଅଭାବ ହେବାରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବା ଆଦି ୬ଟି ପ୍ରସଙ୍ଗ ବିଜେଡି ଶାସନର ପ୍ରଥମ ୬ ମାସର ବଡ ଉପଲବ୍ଧି କହି ତାଚ୍ଛଲ୍ୟ କରିଛନ୍ତି ଶ୍ରୀ ମହାନ୍ତି । ଓଡିଶାରେ ମହିଳା ଦୁଷ୍କର୍ମ ଖାଲିବଢିନି ବରଂ ମହିଳାକୁ ସୁରକ୍ଷା ଦେବା ପାଇଁ ଉଦ୍ଧିଷ୍ଟ ରକ୍ଷଣ ପୋଲିସ ରାଜ୍ୟରେ ନଗଣ୍ୟ ଚାର୍ଜ ସିଟ୍ ହେଉ ଅଥବା ଦଣ୍ଡବିଧାନରାଷ୍ଟୀୟ ସ୍ତରରୁ ଖସିଛି ବହୁ ତଳକୁ । ଏହାକୁ କଣ ନବୀନବାବୁ ମହିଳା ମାମଲାରେ ରାଜନୈତିକ ନକରିବା କହି ନିଜଦାୟିତ୍ୱକୁ ଏଡାଇ ଦେଇପାରିବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନକରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସର ମହାଘୋଟାଲା ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ମହାଙ୍ଗା ନିର୍ବାଚନମଣ୍ଡଳିରେ ମିଳିଥିବାର ପ୍ରମାଣ ରାଜ୍ୟବାସୀଙ୍କ ଆଖି ଖୋଲିଦେଇଛି । ଶାସକ ଦଳର ଧନୀ ବଡ ନେତାଙ୍କୁ ଘରମିଳିଛି । ମାତ୍ର ବିଧବା, ମହିଳା, ଭୂମିହୀନ, ଦିବ୍ୟାଙ୍ଗ ପରିପରିବାର ଲାଂଚ ଦେଇନପାରିବା କାରଣରୁ ସରକାରୀଯୋଜନାରୁ ବଂଚିତ ହୋଇଛନ୍ତି । ମାହାଙ୍ଗାରେ ଆବାସ କେଳେଙ୍କାରୀରେ ଯେଉଁ ବିଡିଓ ସମ୍ପୃକ୍ତ ତାଙ୍କୁ ଖୋଦ୍ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କର ଓଏସଡି ଭାବେ ସରକାର ପଦୋନ୍ନତି ଦେଇଛନ୍ତି । ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ପରି ଆବାସ ଯୋଜନା ବଂଟନରେ ଗରିବ ବଂଚିତ ହେବା କଣ ନବୀନ ବାବୁଙ୍କ ୬ ମାସ ଶାସନର ବଡ ଉପଲବ୍ଧି ?ସେହିପରି ଫନି ଆସିବା ପୂର୍ବରୁ ଓ ପରେ କେନ୍ଦ୍ର ସରକାର ରେକର୍ଡ ପରିମାଣର ଆର୍ଥିକ ସହାୟତା ରାଜ୍ୟକୁ ଯୋଗାଇ େଦେଲେ । ଫନିରେ ପୁରୀ,ଖୋଦ୍ଧା ସମେତ ଅଳ୍ପ କେତୋଟି ଉପକୂଳ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେଏବେ ବି ପଲିଥିନ୍ ତଳେ ଲୋକ ଜୀବନ ବିତାଉଛନ୍ତି । ଟଙ୍କା କେଉଁଆଡେ ଯାଉଛି କିଏ ନେଉଛି, କ୍ଷତିପୂରଣ ଟଙ୍କା କିଏ ପାଉଛନ୍ତି ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରି ଲୋକ ଲୋକୟୁକ୍ତଙ୍କୁ ଆଗରେ ଅଭିଯୋଗ କରିବା ପରେସରକାର ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ନୋଟିସଦେବା ଆରମ୍ଭ କଲେଣି । ମାତ୍ର ଯାଂଚ କରି କ୍ଷତି ପୂରଣ ପାଇଁ ଯୋଗ୍ୟ ବାଛିବାର ଦାୟିତ୍ୱରେ ଥିବା ସରକାର କାହିଁକି ଭୁଲ ଲୋକଙ୍କୁ ଏହି ସୁବିଧା ଦେଲେ ତାହାରାଜ୍ୟ ସରକାରଙ୍କ ମହାବିଫଳତାକୁ ପ୍ରମାଣିତ କରୁଛି କି ନାହିଁ ବୋଲି ଶ୍ରୀମହାନ୍ତି ପ୍ରଶ୍ନ କରିଛନ୍ତି । ଶିଳ୍ପାୟନର ଡିଣ୍ଡିମ ପିଟୁଥିବା ନବୀନ ବାବୁଙ୍କ ରାଜ୍ୟସରକାର ମେକ୍ ଇନ୍ ଓଡିଶା ପ୍ରକଳ୍ପରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ୨୦୧୬ଓ ୧୮ ମସିହାରେ ଉଭୟ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀମାନଙ୍କର ପ୍ରକୃତ ପୁଞ୍ଜିନିବେଶ ବିଫଳ ହେଉ ଅଥବା ଯେତେକି ସଂଖ୍ୟକ ଲୋକଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କର୍ମସଂସ୍ଥାର ପ୍ରତିଶ୍ରୁତି ଦେଇଥିଲେତାହା ଏବେ ପାଣିର ଗାର ସଦୃଶ ହେବା ନବୀନ ବାବୁଙ୍କ ୬ ମାସର ସଫଳତାକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ସିଏଜିଙ୍କ ସଦ୍ୟତମ ରିପୋର୍ଟ ରାଜ୍ୟ ସରକାରଙ୍କର ମୁଖା ଖୋଲିଦେଇଛି । ଆସୁଥିବା ପ୍ରଚୁର କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବାବଦଳରେ ବିନା କାରଣରେ ଋଣ ଆଣି ଓଡିଶା ଅର୍ଥନୀତିକୁ ଦେବାଳିଆ କରିବାରେ ବଡ ଭୂମିକା ନେଇଛନ୍ତି ରାଜ୍ୟ ସରକାର । ସିଏଜି ତାଙ୍କ ସଦ୍ୟତମ ରିପୋର୍ଟରେ ରାଜ୍ୟ ତହବିଲର ୩୮ ହଜାର ୪୨୭ କୋଟି ଟଙ୍କା ଗାଏବ ହେବା, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଫେରସ୍ତ ନଦେବା, ତଥା ଅର୍ଥଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କୁଆଡେ ଗଲା ବୋଲିପ୍ରଶ୍ନ ଉଠାଇଛନ୍ତି । ଏହା କଣ ରାଜ୍ୟ ସରକାରଙ୍କ ୬ ମାସର ସଫଳତାବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।ଏବେ ରାଜ୍ୟ ସରକାର କାଳିଆ ଯୋଜନାକୁ ପିଏମ କିଷାନ ନିଧିଯୋଜନାରେ ସାମିଲ କରବା ପାଇଁ ଯାଉଛନ୍ତି । ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟଯୋଜନାକୁ ଲାଗୁ କରାଇ ଦେଉନଥିବାବେଳେ ନିର୍ବାଚନ ସରିବା ପରେ ରାଜ୍ୟଯୋଜନାର ଅର୍ଥ ଅଭାବ ହେବା ପରେ ଏବେ କେନ୍ଦ୍ରୀୟ ଯୋଜନାରେ ସାମିଲକରି ମିଶାଇବା ପାଇଁ ପ୍ରୟାସ କରୁଛନ୍ତି । ପ୍ରସ୍ତାବିତ କୋଷ୍ଟାଲ ହାଇୱେକୁ ଥଣ୍ଡାବାକ୍ସରେ ବର୍ଷ ବର୍ଷ ଧରି ପକାଇବା ପରେ ଏବେ କ୍ରିୟାନ୍ୱୟନ ପାଇଁ ଅନୁମତିଦେବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀଆୟୁଷ୍ମାନ ଯୋଜନାକୁ ବନ୍ଦ ରଖିବା କଣ ନବୀନ ବାବୁଙ୍କ ସଫଳତାର ମାପକାଠିା ଓଡିଶାର ଲୋକଙ୍କ ସ୍ୱାର୍ଥ ପଛେ ରସାତଳଗାମୀ ହେଉ ମାତ୍ର ବିଜେଡିର ଭୋଟ ସୁରକ୍ଷିତ ରହୁ ବୋଧହୁଏ ଏଥିପାଇଁ ମୋଦିଙ୍କ ଏତେବଡ ଦୁଇ ଯୋଜନାକୁଲୋକଙ୍କ ପାଖରେ ପହଁଚାଇବା ପାଇଁ ରାଜ୍ୟ ସରକାର କଳାପାହାଡ ପରି ଠିଆହେବା କଣ ନବୀନ ବାବୁଙ୍କ ୬ ମାସର ବଡ ଉପଲବ୍ଧି କି ବୋଲି ଶ୍ରୀମହାନ୍ତି ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକକାଳନ୍ଦୀ ସାମଲ ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରଘୁନାଥପୁର ବିଜେପି ପକ୍ଷରୁ ଜନ ଜାଗରଣ ପଦଯାତ୍ରା

ତାରପୁର,୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିଜେପି ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲା କାର୍ଯ୍ୟକାରିଣୀ ସଭ୍ୟ …

Leave a Reply

Your email address will not be published. Required fields are marked *