Saturday , February 29 2020
Breaking News
Home / ରାଜନୀତି / ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ସମୀର

ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ସମୀର

ଭୁବନେଶ୍ୱର ,୧୯/୦୧/୨୦୨୦ (ଓଡ଼ିଶା ସମାଚାର)- ଓଡିଶାର ସାଧାରଣ ଜନତାଙ୍କ ସେବା ଏବଂ ୩୭ ହଜାର ବୁଥ ସଙ୍ଗଠନକୁ ମଜଭୁତ କରିବା ମୋର ପ୍ରାଥମିକତା ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକୁ ତୃଣମୂଳସ୍ତରରେ ପହଂଚାଇବା ଲକ୍ଷ୍ୟ ହେବ । ୩୭ ହଜାର ବୁଥର କର୍ମକର୍ତାମାନେ ଏହାର ଦାୟିତ୍ୱ ନେବେ । ମୋଦି ସରକାର ଓଡିଶାବାସୀଙ୍କ ବିକାଶ ପାଇଁ ପଠାଉଥିବା ଅନୁଦାନର ଖର୍ଚ୍ଚ କିପରି ବାଟମାରଣ ନହୋଇ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚିବ ତାହାକୁ ତଦାରଖ କରିବେ । ଦୃଢ ସଙ୍ଗଠନ, ଲୋକଙ୍କ ସ୍ୱାର୍ଥ ପାଇଁ ସଂଘର୍ଷ ଏବଂ ଲୋକଙ୍କ ବିଶ୍ୱାସକୁ ଆଧାର କରି ଦଳ ମଜଭୁତ ହେବ । ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେବ ଦଳର ମୂଳମନ୍ତ୍ର ବୋଲି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ବିଜେପି ଶାଖାର ସଭାପତି ନୁହେଁ ମୁଁ ଆମ ଦଳର ଜଣେ ସାଧାରଣ କାର୍ଯ୍ୟକର୍ତା । ମୋତେ ସର୍ବସମ୍ମତି କ୍ରମେ ସଭାପତିର ପଦ ନୁହେଁ ଜଣେ କାର୍ଯ୍ୟକର୍ତା ଭାବେ ସଭାପତିର ଦାୟିତ୍ୱ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଭାପତି ଭାବରେ ଦଳର ସଂଗଠନ ଓ ଜନଆକାଂକ୍ଷାର ପ୍ରତିନିଧିତ୍ୱ ପାଇଁ ଜଣେ ସଂଯୋଜକ ବା ଫାସିଲିଟେଟରର ଦାୟିତ୍ୱରେ ରହି କାମ କରିବା ପାଇଁ ମୁଁ ସଂକଳ୍ପବଦ୍ଧ । ଏହି ଅବସରରେ ବିଜେପିର ୩୭ ହଜାର ବୁଥ ସ୍ତରରୁ ନେଇ ସବୁ ସ୍ଥାନରେ କାମ କରୁଥିବା ଲକ୍ଷ ଲକ୍ଷ ନିଷ୍ଠାପର କାର୍ଯ୍ୟକର୍ତାଙ୍କୁ ହୃଦୟରୁ ଅଭିନନ୍ଦନ ଓ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି । ଶ୍ରୀ ମହାନ୍ତି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କ ନାଁ ଘୋଷଣା ହେବା ପରେ ପୂର୍ବତନ ସଭାପତି ଓ ସାଂସଦ ବସନ୍ତ ପଣ୍ଡା ନବନିର୍ବାଚିତ ଶ୍ରୀ ମହାନ୍ତିଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଥିଲେ । ଏହା ପରେ ରାଷ୍ଟ୍ରୀୟ ସହ ସାଧାରଣ ସଂପାଦକ (ସଂଗଠନ) ସୌଦାନ ସିଂ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡ଼ିଶା ପ୍ରଭାରୀ ସାଂସଦ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଦଳୀୟ ବିଧାୟକ ଓ ବରିଷ୍ଠ କର୍ମକର୍ତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତ ବିଜେଡି ସଭାପତିଙ୍କୁ ସ୍ୱାଗତ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମ ପଂଚାୟତର ବିଜେଡି ସଭାପତି ଭାବେ ଯୁବନେତା ଅଶୋକ କୁମାର …

Leave a Reply

Your email address will not be published. Required fields are marked *