Sunday , December 8 2019
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟ ରକ୍ତ ସଂଚାଳନ ପରିଷଦ ୩୧ ତମ ପରିଚାଳନା କମିଟ ବୈଠକ

ରାଜ୍ୟ ରକ୍ତ ସଂଚାଳନ ପରିଷଦ ୩୧ ତମ ପରିଚାଳନା କମିଟ ବୈଠକ

୨୦୧୯-୨୦ ବର୍ଷ ପାଇଁ୨୮ କୋଟି ୭୫ ଲକ୍ଷ ଟଙ୍କାର ବଜେଟ ଅନୁମୋଦିତ
ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟ ରକ୍ତ ସଂଚାଳନ ପରିଷଦ ୩୧ ତମ ପରିଚାଳନା କମିଟ ବୈଠକ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୨୦୧୯-୨୦ ବର୍ଷ ପାଇଁ୨୮ କୋଟି ୭୫ ଲକ୍ଷ ଟଙ୍କାର ବ୍ୟୟବରାଦ ଅନୁମୋଦିତ ହୋଇଛି । ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ଅଧିକ ବ୍ୟାପକ କରାଯାଇ ଆବଶ୍ୟକ ପଡୁଥିବା ୪.୫ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ ଶତପ୍ରତିଶତ ହାସଲ କରିବାକୁ ନିଷ୍ପତି ହୋଇଛି । ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମକୁ ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଅଧିକ ସୁଦୃଢ କରାଯିବ । ୭ ଗୋଟି ମେଡିକାଲ କଲେଜ ଓ ହସପିଟାଲ ସମେତ ଆର୍ଜିଏଚ୍ ରାଉରକେଲା ଓ ବରଗଡ ପାଇଁ ରକ୍ତସଂଗ୍ରହ ଭ୍ୟାନ ବ୍ୟବସ୍ଥା ହେବ । ଘରୋଇ ଡାକ୍ତରଖାନା ମାନଙ୍କରେ ଥିବା ରକ୍ତଭଣ୍ଡାର ସହିତ ସମନ୍ୱୟ ରଖି କାର୍ଯ୍ୟକରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ୮୩ ଟି ରକ୍ତ ଭଣ୍ଡାର ରହିଥିବା ବେଳେ ସେଥିରୁ ୫୫ଟି ରାଜ୍ୟ ସରକାରଙ୍କ ଅଧୀନରେ ରହିଛି । ୧୬ ଟି ରକ୍ତ ଉପାଦାନ ପୃଥକୀକରଣ ୟୁନିଟ୍ କାର୍ଯ୍ୟକରୁଛି । ପ୍ରକାଶ ଥାଉକି ରାଜ୍ୟ ସରକାର ସରକାରୀ ଡାକ୍ତରଖାନା ମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ଏବଂ ହେମୋଗ୍ଳୋବିନୋପାଥି ରୋଗୀଙ୍କ ପାଇଁ ଯାତାୟତ ବାବଦକୁ ୫୦୦ ଟଙ୍କା ପ୍ରଦାନ କରୁଛନ୍ତି । ୨୦୧୮ ମାର୍ଚ୍ଚ ୧ ତାରିଖରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୧୧୭୦୬ ଜଣ ଏହି ଭଳି ରୋଗୀ ଉପକୃତ ହୋଇଥିବା ପ୍ରକାଶ ।
ରାଜ୍ୟ ରକ୍ତ ସଂଚାଳନ ପରିଷଦ କାର୍ଯ୍ୟଧାରାରେ ପରବର୍ତନ ଆଣି ସ୍ୱଚ୍ଛାକୃତ ରକ୍ତ ସଂଗ୍ରହ , କ୍ୟାମ୍ପ ଆୟୋଜନ ଆଦିକୁ ଅଧିକ ସୁଦୃଢ କରିବା ସହିତ ଗୁଣାତ୍ମକ ରକ୍ତ ଯୋଗାଣ ନିମନ୍ତେ ଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ଏସ୍ବିଟିସି ନିର୍ଦ୍ଦେଶକ ଡାଃ ମାନସ ସାମନ୍ତରାୟ , ଅର୍ଥ ବିଭାଗର ଅତିରିକ୍ତ ସଚିବ ଗଦାଧର ନନ୍ଦି , ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ , ଭିମ୍ସାର ଅଧୀକ୍ଷକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଥାଲାସେମିଆ ରୋଗୀଙ୍କ ଉନ୍ନତ ଚିକିତ୍ସା ଦାବିରେ ଅନଶନ

ବାଲେଶ୍ୱର,୦୫/୧୨/୨୦୧୯(ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ରୋଗୀଙ୍କ ଚିକିତ୍ସା ଜନିତ ସମସ୍ୟା ସାମାଧାନ ଦାବିରେ ‘ଆଚ୍ଛା ସଂଗଠନ’ …

Leave a Reply

Your email address will not be published. Required fields are marked *