Tuesday , August 20 2019
Breaking News
Home / ବିଶେଷ / ରାଜ୍ୟ ବେଳାଭୂମି ତଟରେ ଥିବା ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ରାଜ୍ୟ ବେଳାଭୂମି ତଟରେ ଥିବା ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ପାକିସ୍ଥାନ ପଟୁ ଜଳପଥରେ ଆକ୍ରମଣ ହେବାର ଆଶଙ୍କା ଥିବାରୁ ରାଜ୍ୟ ବେଳାଭୂମି ତଟରେ ଥିବା ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ସେହିପରି ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା ଗୁଡ଼ିକୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ରେଳ ଏବଂ ମେରାଇନ ସଂସ୍ଥାର ଏଡ଼ିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଧୀବରମାନେ ସମୁଦ୍ର ଭିତରେ ଏବଂ କୂଳରେ ସନ୍ଦିଗ୍ଧ ବ୍ୟକ୍ତିକୁ ଦେଖିଲେ ତୁରନ୍ତ ସେ ସମ୍ପର୍କରେ ଥାନାକୁ ଖବର ଦେବାପାଇଁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବାକୁ ପିୟୂଷ ଗୋଏଲଙ୍କ ଘୋଷଣା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରଖିଲେ ରେଳମନ୍ତ୍ରୀ ନୂଆଦିଲ୍ଲୀ/ ଭୁବନେଶ୍ୱର , ୧୯/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଭୁବନେଶ୍ୱରରୁ …

Leave a Reply

Your email address will not be published. Required fields are marked *