Tuesday , January 28 2020
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟ ବାହାରକୁ ଯିବେନି ସରକାରଙ୍କ ଅର୍ଥରେ ପଢ଼ୁଥିବା ଡାକ୍ତରୀ ଛାତ୍ରଛାତ୍ରୀ

ରାଜ୍ୟ ବାହାରକୁ ଯିବେନି ସରକାରଙ୍କ ଅର୍ଥରେ ପଢ଼ୁଥିବା ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟରେ ୫ମ ଥର ସରାକର ଗଠକ ପରେ ମୁଖ୍ରମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନିଜ ନିଜ ଦାୟିତ୍ୱ ବଂଟନ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଆକ୍ସନ ମୋଡ଼ରେ ଅଛନ୍ତି ପ୍ରାୟ ସବୁ ମନ୍ତ୍ରୀ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ ଦାସ ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ସ୍ୱାସ୍ଥ୍ୟ ନୀତି ଲାଗୁ ହେବା ନେଇ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ କରୁଛି ଡାକ୍ତର ଅଭାବ । ଏହି ସମସ୍ୟା ଦୂର କରିବାକୁ ଏବେ ରାଜ୍ୟ ସରାକର ପଦକ୍ଷେପ ନେଉଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୨ ବର୍ଷ ମଧ୍ୟୟରେ ରାଜ୍ୟରେ ପୂରଣ ହେବ ଖାଲିଥିବା ଡାକ୍ତରୀ ପଦବୀ । ଏନେଇ ରାଜ୍ୟ ସରକାର ଆଣିବେ ନୂଆ ସ୍ୱାସ୍ଥ୍ୟ ନୀତି । ଏହି ନୀତି ଅନୁସାରେ ସରକାରଙ୍କ ଅର୍ଥରେ ପଢ଼ୁଥିବା ଡାକ୍ତରୀ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଯିବେନି । ପାଠପଢ଼ା ସରିବା ପରେ ଏହି ଛାତ୍ରଛାତ୍ରୀ ପ୍ରଥମେ ରାଜ୍ୟରେ ସ୍ୱାସ୍ଥ୍ୟସେବାର ନିୟୋଜିତ ହେବେ । ଏହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ଆଉ ଡ଼ାକ୍ତର ଅଭାବ ରହିବ ନାହିଁ । ଓଡ଼ିଶା ସମାଚାର

About admin

Check Also

ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ଭୁବନେଶ୍ୱର ,୨୩/୦୧/୨୦୨୦ (ଓଡ଼ିଶା ସମାଚାର)- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି)ମେଡିକାଲର ନବକଳେବର ହେବ । ଏସସିବିକୁ ବିଶ୍ୱସ୍ତୀୟ ମେଡିକାଲ୍ କରାଯିବାପାଇଁ …

Leave a Reply

Your email address will not be published. Required fields are marked *