Saturday , December 7 2019
Home / ବିଶେଷ / ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ

ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ

ଭୁବନେଶ୍ୱର,୦୩/୧୨/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ୨୦୧୯ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ ଓ କିସ ର ସଂପାଦକ ଆର ଏନ ଦାଶ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଦ୍ଧେଶ୍ୟରେ କହିଲେ ଛାତ୍ରଛାତ୍ରୀମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ପ୍ରଦୂଷଣ ନିବାରଣ ଦିଗରେ କାର୍ଯ୍ୟ କରିବା ଉଚିତ । ଯେଉଁଭଳି ଭାବେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ସେଥିପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ସେ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଜେ କେ ପେପର ୟୁନିଟ ର ମୁଖ୍ୟ ପ୍ରବନ୍ଧକ (କର୍ପୋରେଟ ସାମାଜିକ ଦାୟିତ୍ୱ) ଡ. ପ୍ରଫୁଲ୍ଲ କୁମାର ଧଳ କହିଲେ, ବୃକ୍ଷରୋପଣ, ଜଳବାୟୁ ପରବର୍ତନ ଓ ପ୍ରଦୂଷଣ ଦିନକୁ ଦିନ ଭୟାବହ ହୋଇପଡ଼ୁଛି । ଏଥି ନିମନ୍ତେ ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀମାନେ ସଚେତନ ହେବା ଆବଶ୍ୟକ । ବୋର୍ଡର ଆଂଚଳିକ ଅଧିକାରୀ ଡା. ବିନୋଦ ବିହାରୀ ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରି ପ୍ରଦୂଷଣ ନିବାରଣ ଦିବସର ତାପôର୍ଯ୍ୟ ସଂପର୍କରେ କହିଥିଲେ । ଏହା ସହ ଭୋପାଳ ଗ୍ୟାସ ଦୁର୍ଘଟଣାର ଭୟବହତା, ବାୟୁ, ଜଳ ଓ ମୃତିକା ପ୍ରଦୂଷଣ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟର ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ରାଉରକେଲା ଓ ବାଲେଶ୍ୱରରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ତାକୁ କମ କରିବା ପାଇଁ ବିଭିନ୍ନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟର ବିଶିଷ୍ଟ ପରିବେଶ ବିଜ୍ଞାନୀ ଡ. ରେବତୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ କିଟ ଓ କିସ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେମିତି ଚାଲିଛି ମୋ ସରକାର : ଫୋନ୍ରେ ଲୋକଙ୍କ ସହ କଥାହେଲେ ପଂଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ଦୁର୍ନୀତିକୁ ସମୂଳେ ନାଶ କରିବା ସହ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି …

Leave a Reply

Your email address will not be published. Required fields are marked *