Wednesday , November 20 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ରାଜ୍ୟ ପର୍ଯ୍ୟଟନକୁ ସହଯୋଗ କରିବେ ଜାତୀୟ ଟୁର୍ ଅପରେଟର

ରାଜ୍ୟ ପର୍ଯ୍ୟଟନକୁ ସହଯୋଗ କରିବେ ଜାତୀୟ ଟୁର୍ ଅପରେଟର

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶିଳ୍ପ ଓ ବଣିକ ମହାସଂଘ(ଫିକି) ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି)ର ତୃତୀୟ ସଂସ୍କରଣ ଉଦ୍ୟାପିତ ହୋଇଛି । ଏହି ଆନ୍ତର୍ଜାତୀୟ ମେଗା ଟ୍ରାଭେଲ ବଜାରରେ ଚଳିତ ବର୍ଷ ମୋଟ୍ ୧୬ଟି ରାଷ୍ଟ୍ରରୁ ୨୫ଜଣ ଆଗଧାଡ଼ିର ବିଦେଶୀ ଟୁର୍ ଅପରେଟର୍ ଙ୍କ ସହ ଭାରତର ୧୯ଟି ରାଜ୍ୟରୁ ୬୦ ଟୁର୍ ଅପରେଟର୍ ଯୋଗ ଦେଇଥିଲେ । ତେବେ ରାଜ୍ୟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ସମେତ ଧାର୍ମିକ କ୍ଷେତ୍ର, ଆଦିବାସୀ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପାଇଁ ଦେଶୀୟ ସଂସ୍ଥାମାନେ ସହଯୋଗର ହାତ ବଢ଼ାଇଛନ୍ତି । ବିଶେଷଭାବେ, ଏହି ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ପ୍ରଚାର ପ୍ରସାରର ଦାୟିତ୍ୱ ନେବାକୁ ଜାତୀୟ ଉଦ୍ୟୋଗମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏକଜୋଟିକ୍ ହଲିଡେର ବିକ୍ରି ଓ ମାର୍କେଟିଂ ନିର୍ଦ୍ଧେଶକ ଆନନ୍ଦ ଦାୟ କହିଛନ୍ତି ଯେ ଓଡ଼ିଶାରେ ଜଗନ୍ନାଥ ମନ୍ଦିର ସମେତ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ।
ଏହାର ପ୍ରଚାର ପ୍ରସାର ଦିଗରେ ଆମେ ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛୁ । ବିଜ୍ଞାପନ ଓ ପ୍ରଚାର ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡିକୁ ଜାତୀୟ ସ୍ତରରେ ପରିଚୟ ଦେବା ସମ୍ଭବପର । କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତାମିଲନାଡ଼ୁ ଭଳି ରାଜ୍ୟରୁ ବିପୁଳ ସଂଖ୍ୟକ ଯାତ୍ରୀ ଓଡ଼ିଶା ଆସୁଛନ୍ତି । ତେବେ ସାରା ଦେଶରେ ଓଡ଼ିଶାର ପର୍ଯ୍ୟଟନକୁ ପହଂଚାଇବା ପାଇଁ ଏହି ଦେଶୀୟ ଟୁର୍ ଅପରେଟର୍ ମାନେ ସହାୟକ ହେବେ ବୋଲି ଓଡ଼ିଶା ଟ୍ରାଭେଲ୍ ବଜାରରେ ଆଲୋଚନା ହୋଇଥିଲା । ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀକୁ ଜାତୀୟ ମର୍ଯ୍ୟଦା ଦେବା ପାଇଁ ଉକ୍ତ ରାଜ୍ୟଗୁଡ଼ିକ ନିଜ ଟ୍ରାଭେଲ୍ ଗାଇଡ୍ ରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ସ୍ଥାନିତ କରିବା ପାଇଁ ନିଷ୍ପତି ନେଇଛନ୍ତି । ବିଭିନ୍ନ ରାଜ୍ୟର ଟୁର୍ ଅପରେଟରମାନେ ଓଡ଼ିଶାର ଐତିହାସିକ କଳା ଓ ସ୍ଥାପତ୍ୟ ଦେଖି ଭୂରିଭୂରି ପ୍ରଶଂସା କରିଥିଲେ । ଟୁର୍ ଅପରେଟର୍ ବେଞ୍ଜାମିନ୍ ସିମନ୍ କହିଛନ୍ତି ଯେ ଓଙ୍ଗÿିଶାରେ ଅନେକ ମନ୍ଦିର ରହିଛି ଯେଉଁଠାରେ ଆଦିମ ପରମ୍ପରାର ଛବି ରହିଛି । ଐତିହାସିକ ଦୃଷ୍ଟିକୋଣରୁ ଏହା ଯଥେଷ୍ଟ ଗୁରୁତ୍ୱବହନ କରେ । ଏହା କେବଳ ଦେଶ ମଧ୍ୟରେ ସୀମିତ ହୋଇ ରହିବା ଠିକ୍ ନୁହେଁ । ଆମେ ଏହାର ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ ଅଛୁ । ଦଶମ ଶତାବ୍ଦୀ ମୁକ୍ତେଶ୍ୱର ମନ୍ଦିରକୁ ଦେଖି ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ । ଓଡ଼ିଶା ସରକାର ପର୍ଯ୍ୟଟକଙ୍କ ପାଇଁ ରାଜ୍ୟରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ସୃଷ୍ଟି କରିବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *