Saturday , February 29 2020
Breaking News
Home / କୃଷି / ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ୨ ଦିନିଆ କନ୍ଧମାଳ ଗସ୍ତ

ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ୨ ଦିନିଆ କନ୍ଧମାଳ ଗସ୍ତ

 

ଭୁବନେଶ୍ୱର ,୦୯/୦୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ସେଠାରେ କ୍ଷେତ୍ର ପରିଦର୍ଶନ କରିବା ସହିତ ପ୍ରଥମ ଦିନରେ ବାଲିଗୁଡ଼ା  ଓଏଲ୍‌ଆଇସିସବ୍ ଡିଭିଜନ  ଓ ଦ୍ୱିତୀୟ ଦିନରେ ଫୁଲବାଣୀ  ଡିଭିଜନ କାର୍ଯ୍ୟାଳୟରେଜିଲ୍ଲାର ସମସ୍ତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ସମ୍ପୃୃକ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କ ସହିତ  ବିସ୍ତୃତ ଆଲୋଚନା କରିଥିଲେ । ନିଗମ ଦ୍ୱାରା କିପରି ଚାଷୀ ଆହୁରି ଅଧିକ ସୁଫଳ ପାଇପାରିବେ, ସେ ବିଷୟରେ ଶ୍ରୀ ପତ୍ରୀ କୃଷକଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ । ରାଜ୍ୟର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ, ଯୁବପିଢି  କୃଷିର ଉନ୍ନତିକୁ ଏକ ବିପ୍ଳବ ଭାବେ ନେଇ ଏହାକୁ ଲାଭଜନକ ଶିଳ୍ପରେ ପରିଣତ କରିବାକୁ ଶ୍ରୀ ପତ୍ରୀ ଗୁରୁତ୍ୱ ଦେଇଛନ୍ତି । ଓଏଲ୍‌ଆଇସି  ଅଧିକ୍ଷଣ ଯନ୍ତ୍ରୀ ନିରଞ୍ଜନ ପ୍ରଧାନ, ଫୁଲବାଣୀର ନିର୍ବାହୀଯନ୍ତ୍ରୀ ରୁଦ୍ର ପ୍ରସାଦ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ନାୟକ,ସହକାରୀ ଯନ୍ତ୍ରୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା ୨୬/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି …

Leave a Reply

Your email address will not be published. Required fields are marked *