Saturday , December 7 2019
Home / କ୍ରୀଡ଼ା / ରାଜ୍ୟସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାରେ ସରୋଜ ପ୍ରଥମ

ରାଜ୍ୟସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାରେ ସରୋଜ ପ୍ରଥମ

କେନ୍ଦ୍ରାପଡ଼ା ୧୦/୧୧/୨୦୧୯(ଓଡ଼ିଶା ସମାଚାର)-୬୫ତମ ରାଜ୍ୟ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାର ହାଇଜମ୍ପ ଇଭେଂଟରେ କେନ୍ଦ୍ରାପଡା କଲେଜର ଛାତ୍ର ସରୋଜ କୁମାର ଲୁଗୁନ ପ୍ରଥମ ସ୍ଥାନ ଅଧିକାର କରି କଲେଜ ତଥା ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । କେନ୍ଦ୍ରାପଡା ଜୁନିଅର କଲେଜର +୨ କଳା ପ୍ରଥମ ବର୍ଷର ଛାତ୍ର ସରୋଜ କୁମାର ଲୁଗୁନ ବାଲେଶ୍ୱର ଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  ଆନୁକୁଲ୍ୟରେ  ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍କୁଲ ଆଥଲେଟିକ ମିଟରେ ହାଇଜମ୍ପରେ ୧.୬୫ମିଟର ଉଚ୍ଚତା ଡେଇଁ  ଏକ ନୂତନ ରେକର୍ଡ ସୃଷ୍ଟି କରିବା ସହିତ ପ୍ରଥମ ସ୍ଥାନ ଅଧିକାର କରି ସାର୍ଟିଫିକେଟ ଓ ଗୋଲ୍ଡ ମେଡାଲ ପାଇଛନ୍ତି । ଏଥିନିମନ୍ତେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ,କୋଚ ସୈାକତ ଖାନ ଓ ସେକ ଆବାସ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

ବୋରିଗୁମ୍ମା, ୦୩/୧୨/୨୦୧୯(ଓଡ଼ିଶା ସମାଚାର)- ବୋରିଗୁମ୍ମା ବ୍ଲକ ଅଧୀନ ଦୁଲାଗୁଡା ମା’ଦୁଲାରଦେଇ ଫୁଟବଲ କମିଟି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଛି …

Leave a Reply

Your email address will not be published. Required fields are marked *