Sunday , January 26 2020
Breaking News
Home / କ୍ରୀଡ଼ା / ରାଜ୍ୟସ୍ତରୀୟ ରିପବ୍ଲିକ କପ୍ କ୍ୟାରମ୍ ଉଦ୍ଘାଟିତ

ରାଜ୍ୟସ୍ତରୀୟ ରିପବ୍ଲିକ କପ୍ କ୍ୟାରମ୍ ଉଦ୍ଘାଟିତ

କଟକ, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ବଡ଼ଝରିଲୋସ୍ଥିତ ହନୁମାନ କ୍ଲବଦ୍ୱାରା ଆୟୋଜିତ ସପ୍ତମ ବାର୍ଷିକ ରାଜ୍ୟସ୍ତରୀୟ କ୍ୟାରମ ପ୍ରତିଯୋଗିତା ଶନିବାର ଉଦ୍ଘାଟିତ ହୋଇଛି । ବାରଙ୍ଗ ବ୍ଲକ କୁରାଙ୍ଗଶାସନସ୍ଥ ହୋଟେଲ ଆମ୍ରପଲ୍ଲୀ ରିସର୍ଟ୍ସ ସମ୍ମିଳନୀ ଗୃହରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ ସମ୍ପାଦକ ଶ୍ରୀ ସନ୍ନ୍ୟାସୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରାଚୀ ପ୍ରଜ୍ଞା ପରିଷଦ’ର ସଭାପତି ଅଶ୍ୱିନୀ ମହାପାତ୍ର, ପରିବେଶ ପ୍ରେମୀ ପ୍ରତାପ କେଶରୀ ପାତ୍ର ଏବଂ ଟୁର୍ଣ୍ଣାମେଂଟର ପରିଚାଳକ ରବୀନ୍ଦ୍ରନାଥ ଓଝା ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ୪୦ଟି କ୍ୟାରମ ଦଳ ଅଂଶଗ୍ରହଣ କରିଛନ୍ତି ।
ଆୟୋଜକ କ୍ଲବ ସମ୍ପାଦକ ପ୍ରଦୀପ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ କାଳୀପ୍ରସାଦ ଦାସ, ରମେନ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର, ନବଜ୍ୟୋତି ଦାସ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

କେନ୍ଦ୍ରାପଡା,୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଶନିବାର ପୂର୍ବାହ୍ନରେ ଦୁଇଦିନିଆ …

Leave a Reply

Your email address will not be published. Required fields are marked *