Wednesday , December 11 2019
Home / ରାଜନୀତି / ‘ରାଜ୍ୟସଭା ନିର୍ବାଚନରେ ହୋଇଛି ସ୍କାମ’

‘ରାଜ୍ୟସଭା ନିର୍ବାଚନରେ ହୋଇଛି ସ୍କାମ’

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)-ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିବା ପରେ ଏହି ଦୁଇ ଦଳ ମଧ୍ୟରେ ଥିବା ଭିତିରି ସମ୍ପର୍କସାରା ଓଡ଼ିଶାବାସୀ ଜାଣି ସାରିଲେଣି ବୋଲି କଂଗ୍ରେସ ମିଡିଆ ସେଲ୍ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଯେ ରାଜ୍ୟସଭା ନିର୍ବାଚନରେ ବିଜେଡି ସ୍କାମ କରିଛି । ଅଶ୍ୱିନୀଙ୍କ ନାଁକୁ ବିଜେଡି ନିଜର ପ୍ରାର୍ଥୀ ଭାବରେ ପ୍ରଥମେ ଘୋଷଣା କରିବା ଓ ଏହାର କିଛି ସମୟ ମଧ୍ୟରେ ବିଜେପି ସମାନ ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ ଭାବରେ ଟୁଇଟ କରି ଜଣାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ । ତେବେ ନବୀନ ସମସ୍ତଙ୍କୁ ଚକିତ କଲାଭଳି ଗୃହରେ ସଂଖ୍ୟା ନଥିବା ବିଜେପିର ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବା “ସିଟ୍ ଫର ସପୋର୍ଟ’ ଡିଲ୍କୁ ଧରା ପକାଇ ଦେଇଛି ବୋଲି ସତ୍ୟ ଅଭିଯୋଗ କରିଛନ୍ତି । ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେଉଥିବା ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନିଜେ ଅଶ୍ୱିନୀ ବୈଷ୍ଣବଙ୍କର କେଉଁ ପ୍ରତିଭା ଓ ଗୁଣକୁ ଦେଖି ବିରୋଧି ପ୍ରାର୍ଥୀ ହୋଇଥିବା ସତ୍ୱେ ସମର୍ଥନ ଦେବେ ବୋଲି ଘୋଷଣା କରିଛିନ୍ତି ସେ ନେଇ କଂଗ୍ରେସ ଦଳ ପକ୍ଷରୁ ସେ ପ୍ରଶ୍ନ କରିଛନ୍ତି । ପୂର୍ବତନ ପ୍ରଶାସକ ଅଶ୍ୱିନୀଙ୍କର ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି କ’ଣ ଅବଦାନ ରହିଛି ଓ ଭବିଷ୍ୟତରେ ସେ ଓଡ଼ିଶାର କ’ଣ କଲ୍ୟାଣ କରିବେ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି । ଆଶ୍ଚର୍ଯ୍ୟର କଥା ନିଜର ସଂଖ୍ୟା ନଥାଇ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପ୍ରାର୍ଥୀ କରି ତାଙ୍କ ପାଇଁ ଶାସକ ଦଳଠୁ ସମର୍ଥନ ମାଗିବା ଭାରତୀୟ ଜନତା ପାର୍ଟି କେଉଁ ଆଦର୍ଶ ଓ ସଂସ୍କାରର ପରିଚୟ ଦେଉଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ବିଜେଡିଠାରୁ ସମର୍ଥନ ନେଇ ବିଜେପି ଗୃହରେ ପ୍ରମୁଖ ବିରୋଧି ଦଳ ଭାବରେ ନୈତିକତା ହରାଇଛି । ଖାଲି ସେତିକି ନୁହେଁ ବିରୋଧି ଦଳଙ୍କୁ ଏଭଳି ଅନୁକମ୍ପା ଦେଖାଇ ଶାସକ ଦଳ ମଧ୍ୟ ସଂସଦୀୟ ଗଣତାନ୍ତ୍ରିକ ଓ ରାଜନୈତିକ ମୂଲ୍ୟବୋଧକୁ ନଷ୍ଟ କରିଛି ବୋଲି କହିଛି କଂଗ୍ରେସ । କେବଳ ସେତିକି ନୁହଁ ଉଭୟ ବିଜେଡି-ବିଜେପି ନିର୍ବାଚନ ସମୟରେ ରାଜ୍ୟବାସୀଙ୍କ ସମ୍ମୁଖରେ ନାଟକ କରୁଥିଲେ ବୋଲି ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱରୁ ଧରାପଡ଼ିଛି । ନିଜ ଦଳର ବହୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ୍ ଦେଇ ବିଜେପିର ପ୍ରାର୍ଥୀକୁ ସମର୍ଥନ ଦେବା ପଛରେ ନବୀନ ବାବୁ ବିଜେପି ସହିତ ଡିଲ୍ କରିଛନ୍ତି । ଚିଟ୍ଫଣ୍ଡ ସ୍କାମ୍, ବ୍ଲାକ୍ରୋଜ୍ ସ୍କାମ୍ରେ ସିବିଆଇ ଠାରୁ ବଂଚିବା ପାଇଁ ବିଜେପି ପାଖରେ ନବୀନ ବାବୁ ଆତ୍ମସମର୍ପଣ କରିଛନ୍ତି ବୋଲି ସତ୍ୟପ୍ରକାଶ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଜେଡି ଅନୁସୂଚିତ ଜାତୀ ସେଲ ପକ୍ଷରୁ ସମ୍ବିଧାନ ପ୍ରଣେତା ଭି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦ୍ରାପଡା ୦୬/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁଜନତାଦଳ ଅନୁସୂଚିତଜାତି ସେଲ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଟାଉନହଲ ପରିସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଭିମରାଓ …

Leave a Reply

Your email address will not be published. Required fields are marked *