Saturday , November 16 2019
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ ଭାବେ ସମ୍ ସମ୍ମାନିତ

ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ ଭାବେ ସମ୍ ସମ୍ମାନିତ

ଭୁବନେଶ୍ୱର,୦୭/୧୧/୨୦୧୯(ଓଡ଼ିଶା ସମାଚାର)- ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ । ଟିଭି ଚ୍ୟାନେଲ୍ ଜୀ ଓଡ଼ିଶା ପକ୍ଷରୁ ଆୟୋଜିତ ହେଲ୍ଥ କନ୍କ୍ଲେଭ୍ରେ ସମ୍ ହସ୍ପିଟାଲ୍ କୁ ମଙ୍ଗଳବାର ରାଜ୍ୟର ସବୁଠାରୁ ପ୍ରତିବର୍ଗକୁ ସୁହାଇଲା ଭଳି ଘରୋଇ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ ହସ୍ପିଟାଲକୁ ସମ୍ମାନିତ କରାଯାଇଥିବା ବେଳେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ସହିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆଡିସନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମଧ୍ୟ ପୁରସ୍କାର ଗ୍ରହଣ କରିବା ସମୟରେ ଉପସ୍ଥିତ ଥିଲେ । ଏହି କନକ୍ଲେଭରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ଆପୋଲୋ ହସ୍ପିଟାଲ୍ ସେଂଟ୍ରାଲ୍ ରିଜିଅନ୍ ର ସିଇଓ ଶ୍ରୀ ସୁଧୀର ଏମ୍ ଡିଗିକର୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜୀ ମିଡିଆ କର୍ପୋରେସନ୍ର ସିଇଓ ଶ୍ରୀ ପୁରୁଷୋତମ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରାଣଘାତକ ରୋଗ ଏବଂ ଏଥିରୁ ମୁକୁଳିବାର ରାସ୍ତା, ଉତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସରକାରୀ ଓ ଘରୋଇ ହସ୍ପିଟାଲ୍ର ଭୁମିକା ଏବଂ ଆହ୍ୱାନ୍ ଓ ସାମ୍ପ୍ରତିକ ଜୀବନଶୈଳୀରେ ପରିବର୍ତନ ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କିତ ତିନୋଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରର ଦୁଇଟି ପର୍ଯ୍ୟାୟରେ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ସର୍ଜିକାଲ୍ ଅେଙ୍କାଲୋଜିଷ୍ଟ ଡକ୍ଟର ସୁନିଲ୍ ଅଗ୍ରୱାଲ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୨ରୁ ୬ଟି ଜିଲ୍ଲାରେ ହେବ ଟିକାକରଣ

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଶିଶୁମାନଙ୍କୁ ବିଭିନ୍ନ ମାରାତ୍ମକ ରୋଗ ଦାଉରୁ ରକ୍ଷା କରିବା ପାଇଁ ସରକାର ବ୍ୟାପକ ଟିକାକରଣ ଉପରେ …

Leave a Reply

Your email address will not be published. Required fields are marked *