Monday , December 16 2019
Breaking News
Home / କୃଷି / ରାଜ୍ୟର ଅଗ୍ରଣୀ ଚାଷୀମାନେ ପ୍ରଶିକ୍ଷଣ ନେଇ ଫୁଲପୁରରୁ ଫେରିଲେ

ରାଜ୍ୟର ଅଗ୍ରଣୀ ଚାଷୀମାନେ ପ୍ରଶିକ୍ଷଣ ନେଇ ଫୁଲପୁରରୁ ଫେରିଲେ

ଗରଦପୁର, ୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଉଦ୍ୟାନ କୃଷି,ଗୋ-ପାଳନ,ମୃତିକା ପରୀକ୍ଷଣ କରାଯାଇ କୃଷି କ୍ଷେତରେ ଜୈବ ସାର ଓ ରସାୟନିକ ସାରର ପ୍ରୟୋଗ ଏବଂ ବିଜ୍ଞାନ ପଦ୍ଧତିରେ କୃଷି କାର୍ଯ୍ୟ କରାଯିବା ଆଦି ସମ୍ପର୍କରେ ରାଜ୍ୟର ୧୨ଜଣ ଅଗ୍ରଣୀ ଚାଷୀମାନଙ୍କୁ ଉତର ପ୍ରଦେଶର ଏଲହାବାଦ ନିକଟସ୍ଥ ଫୁଲପୁର ଠାରେ ୩ ଦିନ ପ୍ରଶିକ୍ଷଣ ଦିଆଯାଇଛି । ସମ୍ପୃକ୍ତ ଚାଷୀମାନେ ପ୍ରଶିକ୍ଷଣ ନେବା ସହିତ ବିଭିନ୍ନ କ୍ଷେତ୍ର ସ୍ଥାନ ପରିଦର୍ଶନ କରି ଫେରିଆସିଛନ୍ତି । ପ୍ରକାଶ ଯେ, ପାରାଦ୍ୱୀପ ଠାରେ ଥିବା ‘ଇଫକୋ’ ସାରକାରଖାନା ପକ୍ଷରୁ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାର ୧୨ଜଣ ଅଗ୍ରଣୀ ଚାଷୀମାନଙ୍କୁ ଚିହ୍ନଟ କରାଯାଇ ଏଲ୍ହାବାଦ ନିକଟସ୍ଥ ଫୁୂଲଫୁର ଠାରେ ଥିବା ‘ଇଫକୋ’ ସରକାରଖାନାର ମୋତିଲାଲ ନେହେରୁ ‘କୋରଡେଟ୍’ ଅନୁଷ୍ଠାନରେ ଗତ ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ କୃଷି ଉତ୍ପାଦନକୁ ବହୁ ଗୁଣିତ କରାଯିବା,କୃଷି କ୍ଷେତ୍ର ଓ ଗୋ-ପାଳନରେ ପ୍ରଶିକ୍ଷଣ ନେବା ସହିତ କୃଷି ଆଧାରିତ ସ୍ଥାନଗୁଡିକୁ ପରିଦର୍ଶନ କରାଇଥିଲେ । ଅନୁଷ୍ଠିୀତ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ,ଆସାମ ଓ ଓଡିଶାର ଅଗ୍ରଣୀ ଚାଷୀମାନେ ଭାଗ ନେଇଥିବାବେଳେ,କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ଫୁଲପୁରସ୍ଥିତ ମୋତିଲାଲ ନେହେରୁ ‘କୋରଡେଟ୍’ କୃଷି ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଡି.ପିଏସ.ତୋମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଦାଇତ୍ୱରେ ଥିବା ପ୍ରଶିକ୍ଷଣ ଅଧିକାରୀ ଜି.କେ.ପାଣ୍ଡେ,ପି.କେ ଅଗ୍ରୱାଲ,ଜୈବ ସାରର ପରିଚାଳକ ଡଃ.ଏଚ୍.ଏମ୍.ଶୁକ୍ଳା ଓ ପଶ୍ଚିମବଙ୍ଗର କ୍ଷେତ୍ର ଅଧିକାରୀ ସ୍ୱରୂପ ପାଲ ପ୍ରମୁଖ ଉପସ୍ଥିତ ରହି ବର୍ତମାନ ସମୟରେ ଶିକ୍ଷିତ ଯୁବକମାନେ କୃଷି କ୍ଷେତ୍ରକୁ ଆପଣେଇବା,କୃଷି ଉତ୍ପାଦନକୁ ବହୁଗୁଣିତ କରିବା,ସମବାୟ ପ୍ରଣାଳୀରେ ଚାଷକୁ ଆଗେଇ ନେବା,କୃଷି କ୍ଷେତରେ ଜୈବ ସାରର ପ୍ରୟୋଗ,ନିୟମିତ ମୃତିକା ପରୀକ୍ଷଣ,ୟୂରିଆ ସାରରେ ନିମ୍ବର ପ୍ରୟୋଗ କରାଯିବା, ନିମ୍ବ ତେଲର ବ୍ୟବହାର, ଉଦ୍ୟାନ କୃଷି,ଗୋ-ପାଳନ, ମହୁ ଚାଷ ଆଦି ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇବା ସହିତ ଏହିସବୁ କୃଷି କାର୍ଯ୍ୟ ପାଇଁ ପ୍ରଶିକ୍ଷଣମାନ ଦେଇଥିଲେ । ସେହିପରି ଅନ୍ୟ ଦିନ ମାନଙ୍କରେ ‘କୋରଡେଟ୍’ ପକ୍ଷରୁ ଅଗ୍ରଣୀ ଚାଷୀମାନଙ୍କୁ ନେଇ ନିକଟସ୍ଥ ନଇନ୍ କୃଷି ଫାର୍ମ ସହିତ ସେହି ସ୍ଥାନର କେତେକ ପ୍ରମୁଖ ଦର୍ଶନୀୟ ସ୍ଥାନମାନଙ୍କୁ ପରିଦର୍ଶନରେ ନେଇଥିଲେ । ପାରାଦ୍ୱୀପ ‘ଇଫକୋ’ର ‘କୋରଡେଟ୍’ ଅଧ୍ୟକ୍ଷ ସତ୍ୟାନନ୍ଦ ପରିଡାଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ଜିଲାରୁ ଯଶୋବନ୍ତ ପାତ୍ର, ବିରଂଚି ନାରାୟଣ ଦାସ, ଶ୍ରୀମନ୍ତ କୁମାର ଦାସ, ଶରତ ଚନ୍ଦ୍ର ପାଇଟାଲ, ଉଦୟଚାନ୍ଦ ବିଶ୍ୱାଳ, ଜଗତସିଂହପୁର ଜିଲାରୁ ପ୍ରଦ୍ୟୁମ୍ନ କୁମାର ସେଠୀ, ଦେବେନ୍ଦ୍ର କୁମାର ରାଉତ,ଫକିର ରାଉତ ଓ ଡେରାବିଶ ବ୍ଲକ ଅଂଚଳରୁ ଭାବଗ୍ରାହୀ ଭୋଇ, ଜିତେନ୍ଦ୍ର କୁମାର ବେହେରା, ଭ୍ରମରବର ବେଉରା ଓ ବିନୋଦ କୁମାର ଦାସ ୧୨ଜଣ ଅଗ୍ରଣୀଚାଷୀମାନେ ପ୍ରଶିକ୍ଷଣ ନେବା ସହିତ ବିଭିନ୍ନ ସ୍ଥାନ ପ୍ରଦର୍ଶନ କରିଥିଲେ । ପ୍ରଶିକ୍ଷଣ ନେବା ସମୟରେ ଅଗ୍ରଣୀ ଚାଷୀମାନଙ୍କୁ ଗୋ-ପାଳନ,ଆଳୁ ଚାଷ,କଦଳୀ ଚାଷ ଭଳି ଉଦ୍ୟାନ ବିଭାଗର ବିଭିନ୍ନ ପ୍ରକାର ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ସହିତ ମହୁ ଚାଷ ଓ ଆଚାର ପ୍ରସ୍ତୁତି ଭଳି ଅନ୍ୟ କେତେକ ସମବାୟ ଭିତିକ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେଇ ଥିଲେ । ପାରାଦ୍ୱୀପ ‘ଇଫକୋ’ର ପୂର୍ବତନ ରାଜ୍ୟ ବଜାର ମୂଖ୍ୟ ପରିଚାଳକ ସୌମ୍ୟରଞ୍ଜନ ଚଟୋପାଧ୍ୟୟ କୃଷି କ୍ଷେତ୍ର ପାଇଁ ଶିକ୍ଷିତ ଯୁବ ଚାଷୀମାନଙ୍କୁ ଅଗ୍ରାଧିକାର ଭିତିିରେ ପ୍ରଶିକ୍ଷଣ ଦିଆଯିବା ସମ୍ପର୍କରେ ପ୍ରଶିକ୍ଷଣ ପାଇଁ ଯାଇଥିବା ଅଗ୍ରଣୀ ଚାଷୀମାନଙ୍କୁ ବୁଝାଇଥିଲେ । ୨୮ତାରିଖ ଦିନ ଉଦଯାପନ ଉତ୍ସବରେ ଫୁଲ୍ପୁରସ୍ଥିତ ମୋତିଲାଲ ନେହେରୁ ‘କୋରଡେଟ୍’ କୃଷି ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଡି.ପିଏସ.ତୋମାର, ପ୍ରଶିକ୍ଷଣ ଅଧିକାରୀ ଜି.କେ.ପାଣ୍ଡେ,ପି.କେ ଅଗ୍ରୱାଲ,ଆର.ପି.ସିଂ ଓ ପଶ୍ଚିମବଙ୍ଗର କ୍ଷେତ୍ର ଅଧିକାରୀ ସ୍ୱରୂପ ପାଲ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

‘ଚାଷୀ ବ୍ୟବହାର କରନ୍ତୁ, ବୈଜ୍ଞାନିକ ଉଦଭାବନ କରନ୍ତୁ’

ଭୁବନେଶ୍ୱର ,୧୧/୧୨/୨୦୧୯(ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ଓୟୁଏଟି ପକ୍ଷରୁ କୃଷି କାର୍ଯ୍ୟରେ …

Leave a Reply

Your email address will not be published. Required fields are marked *