Thursday , September 19 2019
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନି ନୀତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ତ୍ୱରାନ୍ୱିତ

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନି ନୀତି : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ୱର,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ସରକାର ଖୁବଶୀଘ୍ର ନୂତନ ଟେଲିମେଡିସିନି ନୀତି ଆଣିବାକୁ ଯାଉଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ରୋଗୀଙ୍କୁ ଚିକିତ୍ସାସେବାକ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଉନ୍ନତ ଯନ୍ତ୍ରପାତି ଏବଂ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ଯୋଗାଇବା ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ଟେଲି ମେଡିସିନି କାର୍ଯ୍ୟକାରିତା ନେଇ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କରିଥିବା ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି । କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଟେଲିମେଡିସିନିର ନୋଡାଲ ସେଂଟର ଥିବାବେଳେ ନୂତନ ନୀତି କାର୍ଯ୍ୟକାରୀ ହେଲେ ଏହାକୁ ରାଜ୍ୟର ଅନ୍ୟାନ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ କରାଯାଇ ପାରିବ ।\nବୈଠକରେ ଓଡିଶା ଟେଲି ମେଡିସିନି ନେଟୱାର୍କର ବର୍ତମାନ ସ୍ଥିତି ସମେତ ଇ-ଆସିୟୁ ଏବଂ ଭାରତ ସଂଚାର ନିଗମର ଯୋଗାଯୋଗ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ଟେଲି ମେଡିସିନି କାର୍ଯ୍ୟକାରିତା ଫଳରେ ୨୦୧୭ ଏବଂ ୨୦୧୮ ମସିହାରେ ରୋଗୀଙ୍କର ୪କୋଟି ଟଙ୍କାରୁ ଅଧିକ ପକେଟ ଅର୍ଥ ବଂଚିଯାଇଛି । ନିଷ୍ପତିି ଅନୁଯାୟୀ ଟେଲି ମେଡିସିନି ନେଟୱାର୍ଡକୁ ସମସ୍ତ ସରକାରୀ ମେଡିକାଲ ଓ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କାର୍ଯ୍ୟକାରୀ ହେଉଥିବା ୱେଲନେସ ସେଂଟର ସହିତ ଯୋଡିଦିଆଯିବ । ଏହା ଫଳରେ ଗାଁ ଗହଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ସିଧାସଳଖ ବିଶେଷଜ୍ଞ ଚିକିତ୍ସକଙ୍କ ସେବା ପାଇପାରିବେ । ଏତଦବ୍ୟତିତ ସମସ୍ତ ମେଡିକାଲ କଲେଜରେ ଇ-କ୍ଲାସ ରୁମ ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ ଆବଶ୍ୟକ ପଡୁଥିବା ମାନବସମ୍ବଳ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି । ଟେଲିମେଡିସିନି କାର୍ଯ୍ୟକାରିତା ଲାଗି ଇଂଟରନେଟ ଅତ୍ୟନ୍ତ ଜରୁରୀ ହୋଇଥିବା ଯୋଗୁଁ ନିରବଛିନ୍ନ ବେଗଗାମୀ ଇଂଟରନେଟ ପାଇଁ ଅପ୍ଟିକାଲ ଫାଇବର ସଂଯୋଗ ଦେବାକୁ ବିଏସଏନଏଲ କର୍ତୃପକ୍ଷଙ୍କୁ କୁହାଯାଇଛି । ଉକ୍ତ ବୈଠକରେ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଓଡିଶା ଟେଲି ମେଡିସିନି ଅବୈତନିକ ପରାମର୍ଶଦାତା ଡାକ୍ତର ପ୍ରଫେସର ବି.ଏନ.ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟ ଦାବିରେ ଏଏସଏସ୍ ପକ୍ଷରୁ ମାନବ ଶୃଙ୍ଖଳା ଘୋଷଣା

ପାରାଦ୍ୱୀପ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ନିକଟସ୍ଥ ଭୁତମୁଣ୍ଡାଇ ଠାରେ ସୁପର ସ୍ପେଷାଲିଷ୍ଟ ଚିକିତ୍ସାଳୟଦାବିରେ ଆଂଚଳିକ ସୁରକ୍ଷା ସମିତି (ଏଏସଏସ୍) ଆସନ୍ତା ଅକ୍ଟୋବର …

Leave a Reply

Your email address will not be published. Required fields are marked *