Thursday , September 19 2019
Breaking News
Home / ରାଜନୀତି / ରାଜ୍ୟପାଳଙ୍କ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିଲେ ମହିଳାମୋର୍ଚ୍ଚା

ରାଜ୍ୟପାଳଙ୍କ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିଲେ ମହିଳାମୋର୍ଚ୍ଚା

ଭୁବନେଶ୍ୱର , ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧୀଦଳ ରାଜଭବନକୁ ଯାଇ ମହାମହିମ ରାଜ୍ୟପାଳଙ୍କ ହସ୍ତରେ ରାକ୍ଷୀ ବାନ୍ଧିଛନ୍ତି । ସେହିପରି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ମୋର୍ଚ୍ଚାର ପ୍ରତିନିଧିମାନେ ପୂର୍ବତନ ସେନା ଅଧିକାରୀମାନଙ୍କ ହାତରେ ରାକ୍ଷୀ ବନ୍ଧିବା ସହ ଦେଶର ସୁରକ୍ଷା ସଂର୍ପକରେ ଆଲୋଚନା କରଯାଇଥିଲା । ସେନା ଅଧିକାରୀମାନେ ଅନୁଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ମ୍ୟାବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଆନ୍ତରିକତା ଓ ଦୃଢ ସାହାସକୁ ପ୍ରଶଂସା କରିବା ସହ ଆଜି ଗୋଟିଏ ଦେଶରେ ଗୋଟିଏ ବିଧାନ, ଗୋଟିଏ ସମ୍ବିଧାନ ଏବଂ ଗୋଟିଏ ପ୍ରଧାନ ଲାଗୁ ହେଲା ସେ ସଂପର୍କରେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ପୁରୀ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ବିଜୁ ଜନତା ଦଳରପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତହୋଇଯାଇଛି । ଜିଲ୍ଲା ବିଜେଡି …

Leave a Reply

Your email address will not be published. Required fields are marked *