Monday , February 24 2020
Home / ପର୍ଯ୍ୟଟନ ଓ ସଂସ୍କୃତି / ରାଜାରାଣୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧ୍ୟାରେ ବଂଶୀର ସ୍ୱର ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

ରାଜାରାଣୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧ୍ୟାରେ ବଂଶୀର ସ୍ୱର ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ ଆନନ୍ଦ ଦେଇପାରିଥିଲା ।

 

ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ବଂଶୀ ବାଦକ ରାଜେନ୍ଦ୍ର ପ୍ରସନ୍ନଙ୍କ ଦ୍ୱାରା ବଂଶୀ ବାଦନ । ପ୍ରଥମେ ରାଗ ମାରୱା ଏବଂ ପରେ ପରେ ପାହାଡ଼ି ଧୁନ ସହିତ ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଷି ଥିଲା । ତାଙ୍କୁ ବଂଶୀବାଦନରେ ସହଯୋଗ କରିଥିଲେ ରିଶଭ ପ୍ରସନ୍ନ ଏବଂ ତବଲାରେ ଅଭିଷେକ ମିଶ୍ରା ।
ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା କୌଶିକୀ ଚକ୍ରବର୍ତୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଶଣ । ସେ ପ୍ରଥମେ ରାଗ ଯୋଗରେ ପିହରୱା ଏକା ବିରମାୟେ ପରେ ପରେ ତରାନା ଧନ ୟୌବନ ନଦୀନାୱ ସହିତ ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା କୌଶିକୀ ଚକ୍ରବର୍ତୀ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ତବଲାରେ ସହଯୋଗ କରିଥିଲେ ସନ୍ଦୀପ ଘୋଷ, ହାରମୋନିୟମରେ ଗୌରବ ଚାଟ୍ଟାର୍ଜୀ, ତାନପୁରାରେ ସଙ୍ଗମିତ୍ରା ସରକାର ଓ ସଚ୍ଚିଦାନନ୍ଦ ସାହୁ ।
ଅନ୍ତିମ ସନ୍ଧ୍ୟାର ଅତିଥିମାନେ ଥିଲେ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ଡ଼. ସୁନିଲ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

 

About admin

Check Also

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆସନ୍ତା ୭ …

Leave a Reply

Your email address will not be published. Required fields are marked *