Friday , October 18 2019
Breaking News
Home / ଶିକ୍ଷା / ରାଜନୀତି ବିଭାଗର ପାଠଚକ୍ର

ରାଜନୀତି ବିଭାଗର ପାଠଚକ୍ର

ସୁନାବେଡ଼ା, ୦୭/୧୦/୨୦୧୯ (ଓଡ଼ିଶା ସମାଚାର)- ସୁନାବେଡ଼ା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଭାରତୀୟ ସଂଘୀୟବାଦ କେନ୍ଦ୍ର ରାଜ୍ୟ ସମ୍ପର୍କ ଉପରେ ପାଠଚକ୍ର ତଥା ନବାଗତା ଛାତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ତଥା ରାଜନୀତି ବିଭାଗର ମୁଖ୍ୟ ଉଷାରାଣୀ ଦାସ ସଭା ପରିଚାଳନା କରିବା ସହ ସଂଘୀୟ ବାଦ ଏବଂ କେନ୍ଦ୍ର ରାଜ୍ୟ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଉକ୍ତ ବିଭାଗର ଅଧ୍ୟାପିକା ସରିତା ପରିଡା ଉକ୍ତ ବିଷୟ ଉପରେ ନିଜର ମତ ଉପସ୍ଥାପନା କରିଥିଲେ । ଛାତ୍ରୀଙ୍କ ମଧ୍ୟରୁ କେ.ବିଦ୍ୟା ସଂଘୀୟ ବୈଶିଷ୍ଟ୍ୟା, ପି୍ରୟଙ୍କା ପାତ୍ର ସଂଘୀୟ ବାଦର ଅର୍ଥ, କାରଣ ଏବଂ କାର୍ଯ୍ୟ, ପି.ଏସ.ସୋନାଲି ଏହାର ପ୍ରକାରଭେଦ ଏବଂ ଉପକାର ଓ ଅପକାର, କାନ୍ତାମା ରନ୍ଧାରୀ କେନ୍ଦ୍ର ରାଜ୍ୟର ବ୍ୟବସ୍ଥାପିକା ସମ୍ପର୍କ, ଗାୟତ୍ରୀ ପାର୍ସାନୀ ପ୍ରଶାସନିକ ସମ୍ପର୍କ, ସୁଜାତା ଖିଲ ଆର୍ଥିକ ସମ୍ପର୍କ, ଶିବାନୀ ସାମଲ ଭାରତୀୟ ସଂଘୀୟ ବାଦର ସମାଲୋଚନା ଉପରେ ନିଜନିଜର ମତ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ବାସନ୍ତୀ ପଟ୍ଟନାୟକ, ଡ. ବାସୁଦେବ ସାହୁ, ଶୁଭଶ୍ରୀ ପରିଡା, ଲକ୍ଷ୍ମୀପି୍ରୟା ଚୌଧୁରୀ, ଲାଇବ୍ରେରୀ ଆସିଷ୍ଟାଂଟ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଆଲୋଚନାରେ ଭାଗ ନେଇଥିଲେ । ଶେଷ ବର୍ଷର ଛାତ୍ରୀ ସୋନାଲି ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ନମିଳିବା ପ୍ରତିବାଦରେ କଟକ ପାରାଦୀପ ରାସ୍ତା ଅବରୋଧ

ରଘୁନାଥପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆର୍ଥିକ ଅନଗ୍ରସର ଜନ ଜାତି ଓ ଉପଜାତି ଛାତ୍ର ଛାତ୍ରୀଙ୍କ ୨୫ ପ୍ରତିଶତ ଶିକ୍ଷା …

Leave a Reply

Your email address will not be published. Required fields are marked *