Saturday , December 7 2019
Home / ବିଶେଷ / ରାଜଧାନୀରେ ନେପାଳ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ରାଜଧାନୀରେ ନେପାଳ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୦୪/୧୨/୨୦୧୯(ଓଡ଼ିଶା ସମାଚାର)- ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ତତ୍ୱାବଧାନରେ ଡ଼ିସେମ୍ବର ୭ ଓ ୮ ଦୁଇଦିନ ଧରି ପୁରୀର ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା କାଠମାଣ୍ଡୁସ୍ଥିତ ପଶୁପତିନାଥ ମନ୍ଦିର ପରିସରରେ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ନେପାଳର ରାଜଗୁରୁ ଶ୍ରୀ ସରୋଜ ବାସ୍ତୋଲା ଉତ୍କଳ ନେପାଳ ମୈତ୍ରୀ ଯାତ୍ରାକୁ ଉଦଘାଟନ କରିଥିଲେ । ଏହି ଯାତ୍ରା ଭୁବେନଶ୍ୱରରେ ପହଂଚିବା ପରେ ଜୟଦେବ ଭବନ ସମ୍ମୁଖରେ ବହୁ ବିଶିଷ୍ଟ ବ୍ୟକ୍ତି ନେପାଳ ଯାତ୍ରୀମାନଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଥମଥର ପାଇଁ ପଶୁପତିନାଥ ମନ୍ଦିର ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ପୂଜା ପାଇବ, ଏହା ଓଡ଼ିଶା ପାଇଁ ଗର୍ବର ବିଷୟ । ଆଜି ସମ୍ବର୍ଦ୍ଧନା ସଭାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାସ ଚୌହ୍ୱାନ, ଏମସର ପୂର୍ବତନ ନିର୍ଦ୍ଦେଶକ ଡଃ ଅଶୋକ କୁମାର ମହାପାତ୍ର, ଶ୍ରୀ କୁନା ନନ୍ଦ, ରାଜକିଶୋର ଦାସ, ଏସ୍‌.ଏସ୍‌. ପଣ୍ଡା, ଜୟପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଜି ସକାଳ ୮ ଘଟିକା ସମୟରେ ୪୦ଜଣ ବିଶିଷ୍ଟ ଭକ୍ତଙ୍କୁ ନେଇ ନେପାଳ ମୈତ୍ରୀ ଯାତ୍ରା ଆରମ୍ଭ କରିଛି । ବସ ରେ ଯାତ୍ରା କରୁଥିବା ସେବାୟତ, ସାଧୁସନ୍ଥମାନେ ଟାଟା ନଗର, ପାଟଣା ଦେଇ କାଠମାଣ୍ଡୁରେ ୬ ତାରିଖ ଦିନ ପହଂଚିବେ । ସେଠାରୁ ପୋଖରା ଯାଇ ୧୧ ତାରିଖ ଦିନ ଫେରିବା କାର୍ଯ୍ୟକ୍ରମ ରହିଛି । ଆଜିର ଉଦଘାଟନ ଉତ୍ସବରେ ଶ୍ରୀ ବାସ୍ତୋଲା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ପୁରୀ ନେପାଳର ସମ୍ପର୍କ ଅତି ଘନିଷ୍ଠ । ଗଜପତି ମହାରାଜାଙ୍କ ଠାରୁ ଅଧିକ ସୁବିଧା ନେପାଳ ରାଜାଙ୍କୁ ଶ୍ରୀମନ୍ଦିରରେ ପ୍ରଦାନ କରାଯାଇଛି ଯାହା ନେପାଳବାସୀଙ୍କ ପାଇଁ ଗର୍ବର ବିଷୟ । ପଶୁପତିନାଥ ମନ୍ଦିର ପରିସର ମଧ୍ୟରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସହ ସୁଦର୍ଶନଙ୍କ ପ୍ରତିଷ୍ଠା ନେପାଳ ଓଡ଼ିଶା ସମ୍ପର୍କ ବହୁଗୁଣିତ କରିବ ବୋଲି କହିଛନ୍ତି । ଏହି ପ୍ରତିଷ୍ଠା ଉତ୍ସବ ପୁରୀ ଶ୍ରୀମନ୍ଦିରର ଛତିଶା ନିଯୋଗର ସଭାପତି ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଓ ବହୁ ବିଶିଷ୍ଟ ପୂଜକମାନେ ନେପାଳ ଯାତ୍ରା କରିବେ । ବିଧି ମୁତାବକ ମନ୍ଦିରରେ ପ୍ରତିଷ୍ଠା ସାରି ୧୦ ତାରିଖ ସାଧୁ ସନ୍ଥମାନଙ୍କ ସହ ଆଚାର୍ଯ୍ୟମାନେ ପ୍ରତ୍ୟାବର୍ତନ କରିବେ । ଏହି କାର୍ଯ୍ୟକ୍ରମରେ ମୁକ୍ତି ମଣ୍ଡପ, ପୁରୀର ଶ୍ରୀ ବିଚିତ୍ରନନ୍ଦ ମିଶ୍ର, ଡଃ ସିଦ୍ଧେଶ୍ୱର ମହାପାତ୍ର, ଜଗନ୍ନାଥ ମନ୍ଦିର ପୁରୋଧା ମହନ୍ତ ବଳରାମ ଦାସ ଗୋସ୍ୱାମୀ, ଗଙ୍ଗାମାତା ମଠ ପୁରୀ ପଣ୍ଡିତ ସୁଧାକର ମିଶ୍ର, ବିଶିଷ୍ଟ ସେବାୟତ ଓ ଓଡ଼ିଶା ଇଂଟରନ୍ୟାସନାଲ ସେଣ୍ଟର ସଭାପତି ପରେଶ ନାୟକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବାଦାମବାଡ଼ିରେ ନିର୍ମାଣ ହେବ ଫ୍ଲାଏଓଭର୍

କଟକ, ୦୭/୧୨/୨୦୧୯(ଓଡ଼ିଶା ସମାଚାର)-ବାଦାମବାଡ଼ି ଛକରେ ନିର୍ମାଣ ହେବ ଓଭରବ୍ରିଜ୍ । ଯେଉଁ ବ୍ରିଜଟି ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡ ପଛ ରାସ୍ତାରୁ …

Leave a Reply

Your email address will not be published. Required fields are marked *