Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା,୦୧/୧୦/୨୦୧୯(ଓଡ଼ିଶା ସମାଚାର)- ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର ବନାଇବାର ମଧ୍ୟ ଲକ୍ଷ୍ୟ ରହିଛି । ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍ କୁ ପରାମର୍ଶ ଦିଆଯାଇଛି । ରାଉରକେଲାର ସ୍ଥାନୀୟ ଖଣିଜ ଦ୍ରବ୍ୟକୁ କଂଚାମାଲ ଭାବେ ଉପଯୋଗ କରି ରାଉରକେଲାର ଅର୍ଥନୀତିକୁ ଦୁଇଗୁଣା କରିବାର ଆବଶ୍ୟକତା ରହିଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ରାଉରକେଲା ଷ୍ଟିଲ୍ ପ୍ଲାଂଟ ବୁଲି ଦେଖିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ୍ ଶିଳ୍ପ ବିଶ୍ୱରେ ଗୋଟିଏ ଚ୍ୟାଲେଞ୍ଜିଂ ସମୟରେ ଗତି କରୁଛି । ଏହା ଭିତରେ ମଧ୍ୟ ଭାରତୀୟ ଇସ୍ପାତ୍ ଶିଳ୍ପକୁ ପ୍ରାସଙ୍ଗୀକ କରି ରଖିବା ତଥା ସେଲକୁ ପ୍ରାସଙ୍ଗୀକ କରି ରଖିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ । ସେଥିପାଇଁ ସେଲର ଭାୟାବିଲ୍ଟି ଅଧିକ ହେଉ ତା ପାଇଁ ବିଭିନ୍ନ ପଦକ୍ଷେପ ଭାରତ ସରକାର ଗତ ୫ ବର୍ଷରେ ନେଇଛନ୍ତି ଏବଂ ଆଗାମୀ ଦିନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତରେ ଷ୍ଟିଲ୍ ଉତ୍ପାଦନର କ୍ଷମତା ଆଜି ଦିନରେ ୧୪୦ ଥିଲାବେଳେ ତାହାକୁ ବୃଦ୍ଧି କରି ୩୦୦ କରିବାର ଯୋଜନା କରାଯାଇଛି । ରାଉରକେଲା ଷ୍ଟିଲ୍ ପ୍ଲାଂଟକୁ ସଂପ୍ରସାରଣ କରାଯିବାର ଯୋଜନା ମଧ୍ୟ ଏହାରି ମଧ୍ୟରେ ରହିଛି । ଆଜିର ପ୍ଲାଟର ଯେଉଁ କାମ ଅସମ୍ପୂର୍ଣ୍ଣ ଅଛି ସେଗୁଡିକୁ ମଧ୍ୟ ପୂରଣ କରାଯିବ, ନୂଆ କ୍ଷମତା ବିଶିଷ୍ଟ କରାଯିବ । ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଅନେକ ଖଣିକୁ ନିଲାମ କରାଯିବା ପାଇଁ ଭାରତ ସରକାର ନିଷ୍ପତି ନେଇଥିବା ବେଳେ ଓଡିଶା ଭଳି ରାଜ୍ୟରେ ସେକେଣ୍ଡାରୀ ସେକ୍ଟରକୁ ମିନେରାଲ୍ ରିସୋର୍ସ କିପରି ଉବଲବ୍ଧ ହେବ ତାହା ଚିନ୍ତାର ବିଷୟ । ପ୍ରଥମେ ସେଲ୍ ନିଜ ଆବଶ୍ୟକତା ପୂରଣ କରିବା ସହ ନିଜ ଉତ୍ପାଦନର ୨୫ ପ୍ରତିଶତ ଅଧିକ ଉତ୍ପାଦନ କରିବାର ନିତିଗତ ନିଷ୍ପତି ସେଲ୍ ପକ୍ଷରୁ କରାଯାଇଛି । ସେଲ୍ ପାଖରେ ପାଖାପାଖି ୭୦ ମିଲିୟନ ମେଟ୍ରିକ୍ ଟନର୍ ଲୋଗ୍ରେଡ୍ ଆଇରନ ଫାଇନ୍ସ ଉପଲବ୍ଧ ଅଛି । ଏହି ଲୋଗ୍ରେଡ୍ ଆଇରନ୍ ଫାଇନ୍ସକୁ ଭଲ୍ୟୁ ଆଡିସନ କରି ବଜାରରରେ ବିକ୍ରି କରିବାକୁ ଅନୁମତି ଦିଆଯାଇଛି । ରାଉରକେଲାର ଷ୍ଟିଲ୍ କାରଖାନା ପାଖାପାଖି ୪ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି । ସେହିପରି ଆଗାମୀ ଦେଢ ବର୍ଷ ଭିତରେ ରାଉରକେଲାର ସ୍ଥାନୀୟ ଖଣିଜକୁ କଂଚାମାଲ ଭାବେ ଉପଯୋଗ କଲେ ରାଉରକେଲାର ଅର୍ଥନୀତି ଦୁଇ ଗୁଣା ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଶାରେ ରାଉରକେଲା ଏକ ବଡ ମାନୁଫ୍ୟାକ୍ଟରିଂ ହବ୍ ହେବା ନେଇ ଲକ୍ଷ୍ୟ ରହିଥିବା ବେଳେ ଏହି ଦୁଇଟି ନିଷ୍ପତି ରାଉରକେଲା ଅର୍ଥନୀତିକୁ ମଜବୁତ୍ କରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲାରେ ପାଖାପାଖି ୩୨ ହଜାର ଏକର ଜମି ରାଉରକେଲା ଷ୍ଟିଲ୍ ପ୍ଲାଂଟ ପାଇଁ ରହିଛି । ତେବେ ରାଉରକେଲାର ଷ୍ଟିଲ୍ ପ୍ଲାଟର ସଂପ୍ରସାରଣ ପାଇଁ ଜମିର ଆବଶ୍ୟକତା ଅଛି । ରାଉରକେଲାର ବସ୍ତି ଲୋକଙ୍କୁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଘର ଉପଲବ୍ଧ କରାଇବାର ଯୋଜନା ମଧ୍ୟ ପ୍ରସ୍ତାବ ଦିଆଯାଇଛି । ବସ୍ତି ଲୋକଙ୍କ ପାଇଁ ସେଲ୍ ଓ ରାଜ୍ୟ ସରକାର ମିଳିତ ଭାବରେ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *