Monday , December 16 2019
Breaking News
Home / ଶିକ୍ଷା / ରାଇଝରଣ ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ମେଳା

ରାଇଝରଣ ଉଚ୍ଚବିଦ୍ୟାଳୟରେ ବିଜ୍ଞାନ ମେଳା

ଛେଣ୍ଡିପଦା, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- ଛେଣ୍ଡିପଦା ବ୍ଲକର ରାଇଝରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଦୁ୍ୟତଲତା ସାହୁଙ୍କ ସଭାପତିତ୍ୱରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇଝରଣ ପଂଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଂଚ ପତିତପାବନ ଦେହୁରୀ ପ୍ରମୁଖ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ଏଥିରେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୭ଟି ପ୍ରକଳ୍ପ ପ୍ରଦର୍ଶିତ ହେଇଥିଲା । ଜିଲା ବିଜ୍ଞାନ ସୁପରଭାଇଜର କେଦାର ବେହେରା ମେଳାରେ ଅତିଥି ମାନଙ୍କ ସହ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ । ପ୍ରକଳ୍ପଗୁଡିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମ୍ବୁଜ କୁମାର ଗଡନାୟକଙ୍କ ସହଯୋଗରେ ହୋଇଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *