କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ବିଜ୍ଞାନମେଳା
କେନ୍ଦ୍ରାପଡା,୦୪/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପବ୍ଲିକ ସ୍କୁଲ ପରିସରରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ବିଜ୍ଞାନମେଳାକୁ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଛନ୍ତି । ଅଧ୍ୟବସାୟ ଜାରି ରଖିଲେ ସଫଳତା ନିଶ୍ଚିତ ମିଳିବ ବୋଲି ଜିଲ୍ଲାପାଳ କହିଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ରସାୟନିକ ପଦାର୍ଥର ବହୁଳ ବ୍ୟବହାର ଦ୍ୱାରା ପରିବେଶକୁ ଧ୍ୱଂସାଭିମୁଖି କରୁଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ପ୍ରମିଳା କୁମାରୀ ବେହେରା, ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ତଥା ପ୍ରାଧ୍ୟାପକ ଅଜୟ କୁମାର ରାଉତ ଯୋଗଦେଇ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜିତ କୁମାର ଦାସ ଓ ଡଃ. ଗୈାତମ କୁମାର ଦାସ ବିଚାରକ ଭାବେ ଯୋଗଦେଇ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡିକର ମୁଲ୍ୟାୟନ କରିଥିଲେ ।
ମେଳାରେ ସ୍କୁଲର ୩୨୦ ଛାତ୍ରୀଛାତ୍ର ଭାଗ ନେଇଥିବା ବେଳେ ସମୁଦାୟ ୧୩୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉସôବରେ ବିଜ୍ଞାନମେଳାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ବିଜ୍ଞାନମେଳା ପରିଚାଳନାରେ ସ୍କୁଲ ଉପାଧ୍ୟକ୍ଷା କଳ୍ପନା ନାୟକ, ଶିକ୍ଷୟତ୍ରୀ ରୋଜାଲିନ ପତି, ରାଜଶ୍ରୀ କର, ସିକନ୍ଦର, ତୃପ୍ତି ମହାନ୍ତି ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର