Wednesday , December 11 2019
Home / ଶିକ୍ଷା / ରମାଦେବୀ ବିଶ୍ୱବିଦ୍ୟାଳୟରୁ ଉଠିଯିବ ଜୁନିଅର କଲେଜ

ରମାଦେବୀ ବିଶ୍ୱବିଦ୍ୟାଳୟରୁ ଉଠିଯିବ ଜୁନିଅର କଲେଜ

 

ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏନେଇ ରମାବେଦୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି । ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଦାବି କରାଯାଉଥିଲା । ବିଶ୍ୱବିଦ୍ୟାଳୟ ପରିସରରେ ଜାଗା କମ ଥିବାରୁ କ୍ଲାସରୁମ ସଂଖ୍ୟା ଅଧିକ ହୋଇପାରୁନାହିଁ । ତେଣୁ ଏଠାରୁ + ୨ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଓଡ଼ିଶା ସମାଚାର

About admin

Check Also

ମାଟ୍ରିକ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ପ୍ରଥମ ମାସ ସୁଦ୍ଧା ଦାଖଲ କର ଅନୁଧ୍ୟାନ ରିପୋର୍ଟ – ବିଦ୍ୟୁତ ସଂଯୋଗ ନଥିଲେ ସୋଲାର ବ୍ୟବସ୍ଥା ଭୁବନେଶ୍ୱର ,୦୯/୧୨/୨୦୧୯(ଓଡ଼ିଶା …

Leave a Reply

Your email address will not be published. Required fields are marked *