Tuesday , February 25 2020
Breaking News
Home / ସ୍ୱାସ୍ଥ୍ୟ / ରବିବାର ପ୍ରାୟ ସରକାରୀ ପ୍ରାଥମିକ ଚିକିତ୍ସାଳୟ ବନ୍ଦ ରହୁଛି: ରୋଗୀ ସେବା  ବାଧାପ୍ରାପ୍ତ

ରବିବାର ପ୍ରାୟ ସରକାରୀ ପ୍ରାଥମିକ ଚିକିତ୍ସାଳୟ ବନ୍ଦ ରହୁଛି: ରୋଗୀ ସେବା  ବାଧାପ୍ରାପ୍ତ

 ନିରାକାରପୁର,୦୯/୦୨/୨୦୨୦ (ଓଡ଼ିଶା ସମାଚାର)-ଅତ୍ୟାବଶ୍ୟକୀୟ ଜରୁରୀକାଳୀନ ସଂସ୍ଥାଗୁଡ଼ିକ ଦିନରାତି ସେବା ଯୋଗାଇବା ପାଇଁ ସରକାରଙ୍କ ନିୟମ ଥିବାବେଳେ ତାର ଏକ ବ୍ୟତକ୍ରମ ଦେଖିବାକୁ ମିଳୁଛି ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ସରକାରୀ ପ୍ରାଥମିକ ଚିକିତ୍ସାଳୟ ମାନଙ୍କରେ । ଏହି ସରକାରୀ ଚିକିତ୍ସାଳୟ ଗୁଡ଼ିକ ରୋଗସେବା କେମିତି କରୁଛନ୍ତି ତାହା ତ ସମସ୍ତଙ୍କୁ ଜଣା  । ସେଥିରେ ପ୍ରା୍ରୟ ଡ଼ାକ୍ତର ଡ଼ାକ୍ତରଖାନା ପରିସରରେ ଡ଼ାକ୍ତର ନ ରହି ଭୁବନେଶ୍ୱର,କଟକ ଓ ଖୋର୍ଦ୍ଧାରୁ ଯିବା ଆସିବା କରୁଛନ୍ତି । ଗୋଟିଏ ଗୋଟିଏ ହସପିଟାଲରେ ଡ଼ାକ୍ତରଙ୍କ ଦିନ ୧୦ ଟା ପର୍ଯ୍ୟନ୍ତ ଦର୍ଶନ ମିଳୁନି । ସେଠାରେ ଫାର୍ମାସିଷ୍ଟଙ୍କ ଉପରେ ରୋଗୀ ଭରଷା କରିବାକୁ ବାଧ୍ୟ ହୋଇଥାନ୍ତି । ପୁଣି ଡ଼ାକ୍ତର ଆସି ୧୨ଟାରେ ତାଙ୍କ ରୋଗୀ ଦେଖା ବନ୍ଦ କରି ଘରକୁ ଫେରିଯାଆନ୍ତି । ଯଦିବା କିଛି ଜାଗାରେ ଦିନ ୩ଟାରେ ପୁନର୍ବାର ହସପିଟାଲ ଖୋଲା ହୁଏ । ସେତେବେଳକୁ କେବଳ ଫାର୍ମସିଷ୍ଟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହି ସେମାନଙ୍କ କର୍ତବ୍ୟ ମାତ୍ର ପାଳନ କରିଥାନ୍ତି । ଫଳରେ ରୋଗୀମାନେ ରାତିବେଳା କୌଣସି କାମ ପଡ଼ିଲେ ସେମାନେ ଖୋର୍ଦ୍ଧା,ଭୁବନେଶ୍ୱର ଯିବାକୁ ବାଧ୍ୟ ହୋଇଥାନ୍ତି । ଯାହା କି କଷ୍ଟସାଧ୍ୟ ଓ  ଖର୍ଚ୍ଚାନ୍ତ ହେଉଛନ୍ତି । ସରକାର ମୋ ସରକାର ସାଇଡ଼ବୋର୍ଡ଼ ଚିକିତ୍ସାଳୟ ମାନଙ୍କରେ ଲଗାଇଥିବାବେଳେ ୫-ଟି ଗଠନ କରି ଉତମ ରୋଗୀ ସେବା ଯୋଗାଇବାର ନାରା ଦେଉଥିବାବେଳେ ବାସ୍ତରେ ତାହାର ସୁଫଳ ହେଉନି । ସେମିତି କିଛି ନିୟମ ନଥିବାବେଳେ ଜିଲ୍ଲାର ବହୁ ସରକାରୀ ପ୍ରାଥମିକ ଚିକିତ୍ସାଳୟ ରବିବାର ଦିନ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ରୋଗୀମାନେ ଏହି ଦିନଟି ହଇରାଣ ହେବା ସହ  ବାଧ୍ୟ ହୋଇ ଅଂଚଳରେ ଥିବା କ୍ୱାକମାନଙ୍କ ନିକଟରେ ଚିକିତ୍ସା ହେଉଛନ୍ତି । କିଛି ହସପିଟାଲ ସକାଳ ବେଳା ଖାଲି ଥିବାବେଳେ ରୋଗୀସେବା ଡ଼ାକ୍ତର ନୁହଁନ୍ତି ଫାର୍ମସିଷ୍ଟ ହିଁ କରିଥାନ୍ତି । ନିରାକାରପୁର, ଓଳସିଂହ,ବଡ଼ପୋଖରରୀଆ,ହାଡ଼ପଦା ଚିକିତ୍ସାଳୟ କୁଡ଼ିକ ବନ୍ଦ ରହୁଥିବାବେଳେ ହଜ,ରାମେଶ୍ୱର ଓ ମଳିପଡ଼ା ସକାଳ ବେଳା କେବଳ ଖୋଲାଯାଉଥିବାର ସୂଚନା ମିଳୁଛି । ଏ ସମ୍ବନ୍ଧରେ ଖୋର୍ଦ୍ଧା ସିଡ଼ିଏମଓଙ୍କୁ ପଚାରିବାରୁ ସେ କହିଥିଲେ ଡ଼ାକ୍ତରମାନେ ସବୁଦିନ ରୋଗୀସେବା କରୁଛନ୍ତି ତେଣୁ ରବିବାରଟି ଡ଼ାକ୍ତରଖାନାକୁ ବନ୍ଦ ରଖୁଛନ୍ତି କିନ୍ତୁ ଏହାର କିଛି ସରକାରୀ ନିୟମ ନାହିଁ ମୁଁ ସେ ବିଷୟରେ ଦେଖୁଛି । ଯଦି ସରକାର ସବୁ ବିଭାଗଗୁଡ଼ିରେ ସ୍ୱଛତା ଓ ଜନସାଧାରଣଙ୍କୁ ଉତମ ସେବା ଯୋଗାଇବାକୁ ବହୁ ନିୟମ କରୁଛନ୍ତି ତେବେ ଏହି ସରକାରୀ ପ୍ରାଥମିକ ଚିକିତ୍ସାଳୟ ଗୁଡ଼ିକରେ ସିସି କ୍ୟାମେରା ଓ ବାୟୋମେଟ୍ରିକ ମେସିନ ଲଗାଇଲେ ଏଥିରେ ସୁଧାର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

About admin

Check Also

ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର

କେନ୍ଦ୍ରାପଡ଼ା ୧୮/୦୨/୨୦୨୦ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସହରର …

Leave a Reply

Your email address will not be published. Required fields are marked *