Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ରନ୍ଧନ ତୈଳର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସମୂହ ସଚେତନତା ଅଭିଯାନ

ରନ୍ଧନ ତୈଳର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସମୂହ ସଚେତନତା ଅଭିଯାନ

ଭୁବନେଶ୍ୱର,୦୨/୧୦/୨୦୧୯ ( ଓଡ଼ିଶା ସମାଚାର)- ରନ୍ଧନ ତୈଳର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସମୂହ ସଚେତନତା ଅଭିଯାନ ରୁକୋ(ରିପରପୋଜଡ ଇୟୁଜ ଅଫ କୁକିଙ୍ଗ ଅଏଲ) କାର୍ୟ୍ୟକ୍ରମ ଆରମ୍ଭ ହୋଇଛି ଯାହା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ତତ୍ୱାବଧାନରେ କାର୍ୟ୍ୟକାରୀ କରାଯିବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷକୀ ୨ ଅକ୍ଟୋବର ୨୦୧୯କୁ ଅଙ୍କିତ କରି ଏହି ଅଭିଜାନର ଶୁଭାରମ୍ଭ ଆଜି ନୂଆ ଦିଲ୍ଲୀ ସମେତ ଅନ୍ୟ ୧୦୦ଟି ସହରରେ ଆରମ୍ଭ କରାଗଲା ପ୍ରତ୍ୟେକ ସହରରେ ଏଲପିଜି ଡେଲିଭରୀ ଜାନ ଗୁଡିକୁ ଏହି ସଚେତନତା ପ୍ରସାରିତ କରିବା ପାଇଁ ନିୟୋଜିତ କରାୟାଇଛି । ଏହା ମାଧ୍ୟମରେ ଗ୍ରାହକ, ପରିବାର ଏବଂ ଫୁଡ ବିଜନେସ ଅପରେଟର ମାନଙ୍କୁ ସୁସ୍ଥ ଭାରତ ଦିଗରେ ଆଗେଇବା ପାଇଁ ସଚେତନ କରାଯିବ ।
ବ୍ୟବହୃତ ରନ୍ଧନ ତୈଳକୁ ଗରମ କରି ଏହାର ପୁନର୍ବ୍ୟବହାର ପ୍ରତ୍ୟେକଙ୍କର ଅଭ୍ୟାସ । ସାଧାରଣତଃ ବ୍ୟବହୃତ ରନ୍ଧନ ତେଲ ଉପରେ ସଫା ତେଲ ପକାଇ ଏହାକୁ ବାରମ୍ବାର ବ୍ୟବହାର କରାଯାଏ । ସାଧାରଣତଃ ବଡବଡ ଖାଦ୍ୟ ବ୍ୟାପାରୀ ସେମାନଙ୍କ ବ୍ୟବହୃତ ରନ୍ଧନ ତୈଳକୁ ଉଦ୍ୟୋଗୀ ମାନଙ୍କୁ ସାବୁନ ତିଆରି ଉଦ୍ଦେଶ୍ୟରେ ବିକ୍ରି କରିଦିଅନ୍ତି । ହେଲେ କେବେକେବେ ଏହି ତେଲ କ୍ଷୁଦ୍ର ବ୍ୟାପାରୀମାନେ ଅଳ୍ପ ଦାମରେ କିଣି ନେଇଥାନ୍ତି । ଘରେ ଏବଂ ରାସ୍ତାକଡର ଦୋକାନୀ ମାନେ ବ୍ୟବହୃତ ରନ୍ଧନ ତେଲକୁ ସ୍ୱରେଜ ଏବଂ ଡ୍ରେନରେ ଫୋପାଡି ଦିଅନ୍ତି ଯାହା ପରିବେଶକୁ ଦୂଷିତ କରେ । ତେଣୁ ଜନତାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏଫଏସଏସଆଇ ଟୋଟାଲ ପୋଲାର କମ୍ପାଉଣ୍ଡ(ଟିପିସି) ଉପରେ ପ୍ରତିବନ୍ଧ ଲଗାଇଛି । ତେଲରେ ଟୋଟାଲ ପୋଲାର କମ୍ପାଉଣ୍ଡ(ଟିପିସି)ର ମାତ୍ରା ୨୫ ପ୍ରତିଶତରୁ ଅଧିକ ହେଲେ ଏହା ଖାଦ୍ୟ ଉପଯୋଗୀ ନୁହଁ । ଖାଦ୍ୟରେ ଟିପିସିର ମାତ୍ରା ଅଧିକ ହେଲେ ଏହା ଉଚ୍ଚ ରକ୍ତଚାପ, ଧମନୀ କାଠିନ୍ୟ, ଆଲଜୈମର ଏବଂ ଯକୃତ ଜନିତ ରୋଗ ଆଦିର କାରଣ ହୋଇପାରେ । ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ ବ୍ୟବହୃତ ରନ୍ଧନ ତୈଳରେ ଗ୍ଲୁକୋଜ, କ୍ରିଟିନାଇନ ଏବଂ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ଥିବା ସହ, ପ୍ରୋଟିନ ଏବଂ ଆଲବୁମିନର ମାତ୍ରା କମ ଥାଏ ।
ବ୍ୟବହୃତ ରନ୍ଧନ ତୈଳ ବାୟୋ ଡିଜେଲ ଉତ୍ପାଦନ ପାଇଁ ଏକ ଯୁକ୍ତିଯୁକ୍ତ କଂଚାମାଲ, ତେଣୁ ବ୍ୟବହୃତ ରନ୍ଧନ ତୈଳକୁ ବାୟୋ ଡିଜେଲ ଉତ୍ପାଦନରେ ଅନୁପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ବ୍ୟବହୃତ ରନ୍ଧନ ତୈଳକୁ ପରିବର୍ତ୍ତନ କରିବା ସ୍ୱାସ୍ଥ୍ୟ ଉପଯୋଗୀ, ସ୍ୱଚ୍ଛ ପରିବେଶ ରକ୍ଷା, ତୈଳ ଆମଦାନୀ ଉପରେ ନିର୍ଭରତା କମିବା ତଥା ଗ୍ରାମୀଣ ସ୍ତରରେ ଭିତ୍ତିଭୂମିରେ ନିବେଶ ଇତ୍ୟାଦିରେ ସହାୟକ ।
ବାୟୋଡିଜେଲ
ବାୟୋଡିଜେଲ ହେଉଛି ଏକ ତରଳ ବାୟୋ ଇନ୍ଧନ ଯାହା, ଉଦ୍ଭିଦ ସ୍ରୋତ କିମ୍ବା ପ୍ରାଣୀ ସ୍ରୋତରୁ ସଂଗୃହିତ ଭେଜିଟେବଲ ଅଏଲ, ଜୈବିକ ଚର୍ବି ଏବଂ ଆଲକହଲକୁ କେମିକାଲ ମାଧ୍ୟମରେ ପ୍ରକ୍ରିୟାକରଣ କରି ଏହାକୁ ଡିଜେଲ ଇଂଜିନ ମାନଙ୍କରେ ସିଧାସଳଖ କିମ୍ବା ଡିଜେଲ ସହ ମିଶ୍ରଣ କରି ବ୍ୟବହାର କରାଯାଇ ପାରିବ । ବାୟୋଡିଜେଲକୁ ଏକ ଟ୍ରାନ୍ସ ଏଥେରିଫିକେସନ ପ୍ରକ୍ରିୟା ମାଧ୍ୟମର ପ୍ରକ୍ରିୟା କରଣ କରାଯାଇ ଭେଜିଟେବଲ ଅଏଲ ଓ ଚର୍ବିରୁ ଗ୍ଲିସେରିନକୁ ଅଲଗା କରାଯାଏ । ଏହି ପ୍ରକ୍ରିୟାରେ ଦୁଇଟି ଉତ୍ପାଦ ମିଳିଥାଏ ତଥା ମିଥେଲ ଇଷ୍ଟର ( ବାୟୋଡିଜେଲର ବୈଜ୍ଞାନିକ ନାମ) ଏବଂ ଗ୍ଲିସେରିନ (ସାଧାରଣତଃ ସାବୁନରେ ବ୍ୟବହାର ହୋଇଥାଏ) ।
ବାୟୋଡିଜେଲ ବ୍ୟବହୃତ ରନ୍ଧନ ତୈଳର ସମସ୍ୟାକୁ ସମାଦାନ କରିବାରେ ସହାୟକ- ବାୟୋଡିଜେଲ ଏକ ପରିବେଶ ଅନୁକୁଳ ବିକଳ୍ପ ଯାହା ବ୍ୟବହୃତ ରନ୍ଧନ ତୈଳର ସମସ୍ୟାକୁ ଦୂର କରିପାରେ । ଯଦି ଏହାକୁ ପ୍ରାକୃତିକ ସମ୍ବଳ ବ୍ୟବହାର କରି ଘରୋଇ ସ୍ତରରେ ଉତ୍ପାଦନ କରାଯାଏ ଏହା ଆମର ଅର୍ଥନୀତିକୁ ସୁଦୃଢ କରିବା ସହ, ତୈଲ ଆମଦାନୀ ପାଇଁ ଆମର ନିର୍ଭରତାକୁ ଦ୍ରାସ କରିବ । ବାୟୋଡିଜେଲ ଉତ୍ପାଦନ ଏକ ଦେଶରେ ପୁଞିନିବେଶ ଏବଂ ରେଜଗାର ସୃଷ୍ଟି ପାଇଁ ଏକ ବୃହତ ସୁଯୋଗ ସୃଷ୍ଟି କରିଛି । ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ କହିଛନ୍ତି, ସାମାଜିକ ବ୍ୟବସାୟୀ ମାନେ ସ୍ୱଚ୍ଛ ଭାରତ ଅଭିଜାନ ମାଧ୍ୟମରେ ଆବର୍ଜନାକୁ ସମ୍ପଦରେ ପରିବର୍ତ୍ତନ କରି ବ୍ୟବସାୟ ଦ୍ୱାରା ଲାଭାନ୍ୱିତ ହୋଇପାରିବେ । ସେ କହିଛନ୍ତି ଆବର୍ଜନାକୁ ସମ୍ପଦରେ ପରିବର୍ତ୍ତନ ଏକ ଉଚିତ ପଦକ୍ଷେପ, ଯଦି ଆମେ ଆବର୍ଜନାକୁ କେବଳ ଆବର୍ଜନା ଭାବେ ପରିଗଣିତ କରିବା ତେବେ ଆମେ ଆମ ପାଖରେ ଥିବା ସମ୍ପଦକୁ ହରାଇବା । ସରକାରୀ କଳ, ଅଏଲ ଇଣ୍ଡଷ୍ଟ୍ରି ଏବଂ ବାୟୋଡିଜେଲ ଆସୋସିଏସନ ମିଳିତ ଭାବରେ ବ୍ୟବହୃତ ରନ୍ଧନ ଗ୍ୟାସ ସଂଗ୍ରହ କରିବା ପାଇଁ ଉଦ୍ୟମ କରିବେ ।

ଗ୍ରାହକ ସଚେତନତା ପାଇଁ ଟିପ୍ସ
• ବ୍ୟବହୃତ ରନ୍ଧନ ତୈଳକୁ ପୁନଃ ଗରମ କରନ୍ତୁ ନାହିଁ
• ବ୍ୟବହୃତ ରନ୍ଧନ ତୈଳର ପୁନଃ ବ୍ୟବହାର ଅନେକ ରୋଗର କାରଣ
• ଛାଣିବା ପାଇଁ ଉତମ ମାନର ତେଲ ବ୍ୟବହାର କରନ୍ତୁ
• ତେଲକୁ ଥରେ ମାତ୍ର ଛାଣିବା ପାଇଁ ବ୍ୟବହାର କରନ୍ତୁ
• ଥରେ ବ୍ୟବହୃତ ଛଣା ତେଲକୁ ଫିଲଟର କରି ତରକାରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରେ
• ବ୍ୟବହୃତ ରନ୍ଧନ ତୈଳକୁ ଅଧିକ ଦିନ ପାଇଁ ସାଇତି ରଖିବା ଅନୁଚିତ । ଏଥିରେ ଫିମ୍ପି ଲାଗିବାର ସମ୍ଭାବନା ଅଧିକ ଥାଏ
• ଖାଦ୍ୟକୁ କମ ନିଆଁ ଚାପରେ ରାନ୍ଧିବା ଉଚିତ, ଏହା ଦ୍ୱାରା ଖାଦ୍ୟର ମାନ ଭଲ ରହିବ
• ତେଲରେ ଥିବା କ୍ଷୁଦ୍ର ଖାଦ୍ୟ ପଦାର୍ଥକୁ ଛାଣିବା ପୁର୍ବରୁ କାଢି ନିଅନ୍ତୁ
• ଛଣାଛଣି ପାଇଁ ଭଲ ମାନର ବାସନ ବ୍ୟବହାର କରନ୍ତୁ । ଏଥି ପାଇଁ ଷ୍ଟେନଲେସ ଷ୍ଟିଲ ଉଚିତ ଅଟେ । ଆଇନ ପ୍ୟାନର ବ୍ୟବହାର ଅନୁଚିତ, ଯେହେତୁ ଏଥିରେ ଅକ୍ସିଡେସନର ମାତ୍ରା ଅଧିକ ଥାଏ । ଓଡ଼ିଶା ସମାଚାର

About admin

Check Also

ଇ-ବାଇକ୍  ବିକ୍ରୟ କେନ୍ଦ୍ର ଉଦଘାଟିତ 

ଗରଦପୁର,୧୪/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଏକ ଇ-ବାଇକ୍ ବିକ୍ରୟ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ …

Leave a Reply

Your email address will not be published. Required fields are marked *