Monday , December 16 2019
Breaking News
Home / ବିଶେଷ / ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପୁରୀଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଂଶଗ୍ରହଣକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କରିବାକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ରଥଯାତ୍ରାରେ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଏହିପରି ଉତ୍ସବର ତାତ୍ପର୍ଯ୍ୟ ସାଙ୍ଗକୁ ଓଡ଼ିଶାର ବିକାଶଯାତ୍ରାର ତଥ୍ୟ ଦେଶ ତଥା ଦେଶ ବାହାରେ ଉପସ୍ଥାପିତ ହେବା ଆବଶ୍ୟକ ଏବଂ ସେଥିପାଇଁ ବିଭାଗର ଆୟୋଜନ ସୁଦୃଢ଼ ହେବା ବାଞ୍ଛନୀୟ । ରଥଯାତ୍ରାରେ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂହ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ନରଖି ଦଳଗତ ମାନସକିତାରେ ବିଭାଗର କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଉଲ୍ଲେଖ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ରଥଯାତ୍ରା ସମ୍ପର୍କିତ ବିବିଧ କାର୍ଯ୍ୟକ୍ରମ ଉପରେ ବିବରଣୀ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ରଥଯାତ୍ରା ପାଇଁ ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତୀ ପାଟପୁର, ସୁଭାଷ ବୋଷ ଛକ, ପାନ୍ଥ ଭବନ, ତାଳବଣିଆ ଓ ରେଳ ଷ୍ଟେସନଠାରେ ୧୧ଟି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ଏଠାରେ ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସୂଚନା ସରବରାହ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ହେବ । ବିଭାଗ ପକ୍ଷରୁ ତିନୋଟି ଫଟୋଚିତ୍ର ପ୍ରଦର୍ଶନ ଆୟୋଜିତ ହେବ । ଏଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏବଂ ଓଡ଼ିଶାର ବିକାଶ ଯାତ୍ରାରେ ରୂପରେଖ ସମ୍ବଳିତ ଫଟୋଚିତ୍ରମାନେ ସ୍ଥାନିତ ହେବ । ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଆରେ ‘ଉକ୍ରଳ ପ୍ରସଙ୍ଗ’ ଓ ଇଂରାଜୀରେ ‘ଓଡ଼ିଶା ରିଭ୍ୟୁ’ ପତ୍ରିକା ସମେତ ଶ୍ରୀଜଗନ୍ନାଥଙ୍କ ଜଣାଣ ଏବଂ ରଥଯାତ୍ରା ସୂଚନା ପୁସ୍ତିକା ଉନ୍ମୋଚିତ ହେବା ସହିତ ସୂଚନା କେନ୍ଦ୍ରଗୁଡ଼ିକରେ ବିକ୍ରୟ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯିବ । ବିଭିନ୍ନ ସରକାରୀ ବିକାଶମୂଳକ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଇଲେକ୍ଟ୍ରୋନିକ୍ ମିଡିଆରେ ପ୍ରସାରଣ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତିି ନିଆଯାଇଛି । ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉପଶାସନ ସଚିବ ଦୁର୍ଗାପ୍ରସାଦ ମହାରଣା, ଦୁର୍ଯ୍ୟୋଧନ ବେହେରା, ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକିଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ତଥା ସୂଚନା ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଖୋର୍ଦ୍ଧା, ୧୬/୧୨/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୱାଇଲ୍ଡ ଲାଇଫ୍ ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ …

Leave a Reply

Your email address will not be published. Required fields are marked *