Tuesday , July 16 2019
Home / ବ୍ୟବସାୟ ବାଣିଜ୍ୟ / ରଥଯାତ୍ରାରୁ ଡାଲମିଆ ସିମେଂଟର ଓଡ଼ିଶାର ପୁନଃ ନିର୍ମାଣରେ ସହଯୋଗର ଶୁଭାରମ୍ଭ

ରଥଯାତ୍ରାରୁ ଡାଲମିଆ ସିମେଂଟର ଓଡ଼ିଶାର ପୁନଃ ନିର୍ମାଣରେ ସହଯୋଗର ଶୁଭାରମ୍ଭ

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ସାତ ଦଶନ୍ଧିରୁ ଭାରତର ଏକ ଅଗ୍ରଣୀ ସିମେଂଟ କମ୍ପାନୀ ଭାବେ ଖ୍ୟାତିଲାଭ କରିଥିବା ଡାଲମିଆ ସିମେଂଟ (ଭାରତ) ଲିମିଟେଡ, ଚଳିତ ରଥଯାତ୍ରାରେ  ‘ରିସର୍ଜେଂଟ ଓଡ଼ିଶା’ ବିଷୟବସ୍ତୁକୁ ଉପସ୍ଥାପନ କରିଛି । ପୁରୀ ବେଳାଭୁମିରେ ନିର୍ମିତ ଏକ ଅଭିନବ ସ୍ଥାପନା ମାଧ୍ୟମରେ କମ୍ପାନୀ ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ର ବିଭିଷିକା ପରେ ଅଂଚଳର ପୁନଃନିର୍ମାଣ ପାଇଁ ଡାଲମିଆ ସିମେଂଟ ଲିମିଟେଡ ଏବଂ ଓଡ଼ିଶାବାସୀ କିଭଳି ହାତକୁ ହାତ ମିଳାଇ ଠିଆ ହୋଇଛନ୍ତି ତାହା ଦର୍ଶାଯାଇଛି ।

ଏହା ଜରିଆରେ ବାତ୍ୟା ମୁକାବିଲାରେ ଓଡ଼ିଶା ବାସୀଙ୍କ ଭୂୟସୀ  ପ୍ରୟାସ, ଦେଢ ଲକ୍ଷ ଲୋକଙ୍କୁ ରିଲିଫ ପ୍ରଦାନ, ବୃକ୍ଷରୋପଣ,  ବାସଗୃହ ଓ ଅନ୍ୟାନ୍ୟ ମରାମତି କାମକୁ ଦର୍ଶାଯାଇଛି । ଏଥିସହ, ‘ରାଇଟ  ଏ ମେସେଜ’   କାର୍ଯ୍ୟକ୍ରମ ଜରିଆରେ ପର୍ଯ୍ୟଟକ ମାନେ ଓଡ଼ିଶାବାସୀଙ୍କ ଏକତା ନେଇ ବାର୍ତା ଜଣାଇବାର ବ୍ୟବସ୍ଥା ଅଛି ।

ଇନ୍ଦ୍ରଜିତ ଚାଟାର୍ଜୀ, ଡାଲମିଆ ସିମେଂଟର ପୂର୍ବାଂଚଳ ସେଲସ୍ ହେଡ୍ କହିଛନ୍ତି, “ରଥଯାତ୍ରା  ଓଡ଼ିଶାବାସୀଙ୍କ ମୁଖ୍ୟ ପର୍ବ । ଚଳିତ ବର୍ଷ ରାଜ୍ୟବାସୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିବାରୁ  ସେମାନଙ୍କର ଏହି ସଂଘର୍ଷରେ ଆମେ ନିଜକୁ ସାମିଲ କରିଛୁ । ଫନୀ  ପରେ,  ଓଡ଼ିଶାରେ ରିଲିଫ କାର୍ଯ୍ୟ, ବୃକ୍ଷରୋପଣ ପରି କାର୍ଯ୍ୟକରିବା ପାଇଁ ଆମ ପ୍ରୟାସ ଜାରିରହିଛି । ଯାହା ଫଳରେ ପୁଣି ଥରେ ଓଡ଼ିଶାବାସୀଙ୍କ ଜୀବନ ପୂର୍ବ ଭଳି ସ୍ୱାଭାବିକ ରହିବ । ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ । ଏହା ରାଜ୍ୟବାସୀଙ୍କ ଅପ୍ରାଣ ଚେଷ୍ଟା ପାଇଁ ଆମ ତରଫରୁ  ପ୍ରଶଂସାପତ୍ର । ସାରା ବିଶ୍ୱ ଜାଣିବା ଦରକାର, କିପରି ଓଡ଼ିଶାବାସୀ  କିଛି ଦିନ ତଳର କଷ୍ଟରୁ ବାହରି  ଜୀବନ ଜିଇଁବାର ନୂଆ ଦିଗଦର୍ଶନ ଦେଇଛନ୍ତି । ଆମେ ଏଠି ଅଛୁ,  ଓଡ଼ିଶା ସହିତ ଅଛୁ- ଜୋ ଭି ହୋ ହାଲାତ୍,  ହମ୍ ହମେସା ହେ ଆପକେ ସାଥ୍” ।

ରଥ ଯାତ୍ରା ଉପଲେକ୍ଷ ପୁରୀ ବେଳାଭୁମିରେ ଡାଲମିଆ ସିମେଂଟ ଦ୍ୱାରା ଗତ ଦୁଇ ବର୍ଷରୁ ବିଭିନ୍ନ ବିଷୟ ବସ୍ତୁକୁ ନେଇ କରାଯାଉଥିବା ପ୍ରୟାସ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି । ୨୦୧୭ ମସିହାରେ, ମହାପ୍ରଭୁ ଜଗନ୍ନାଥଙ୍କ ରଥର  ଅବିକଳ  ଆକୃତିର ରଥ (ନନ୍ଦିଘୋଷ) ନିର୍ମାଣ କରାଯାଇଥିଲା,  ଯାହା ଭକ୍ତମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ୨୦୧୮ରେ ହକି ଷ୍ଟାଡିୟମ ଆକୃତି କରାଯାଇଥିଲା । ଯାହା ବିଶ୍ୱକପ୍ ପୁରୁଷ ହକି ଆୟୋଜନରେ ଓଡ଼ିଶାର ଅବଦାନ ପ୍ରତି ଡାଲମିଆ ସିମେଣ୍ଟର ସମ୍ମାନ । ଚଳିତବର୍ଷ ମୋ ଓଡ଼ିଶା ପୁନଃନିର୍ମିତ ବିଷୟବସ୍ତୁ ଉପରେ  ନିର୍ମିତ ସ୍ଥାପନା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏହି ବିଷୟବସ୍ତୁ କୁ ନେଇ ପର୍ଯ୍ୟଟକଙ୍କ ପାଇଁ ଏକ ସେଲଫି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି । ପର୍ଯ୍ୟଟକ ମାନେ  ସେଲଫି ନେଇ ଫେସବୁକ ପେଜରେ   ଅପଲୋଡ କରି ବିଭିନ୍ନ ଉପହାର ପାଇପାରିବେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ …

Leave a Reply

Your email address will not be published. Required fields are marked *