Monday , February 24 2020
Home / ରାଜନୀତି / ରଘୁନାଥପୁର ବିଜେପି ପକ୍ଷରୁ ଜନ ଜାଗରଣ ପଦଯାତ୍ରା

ରଘୁନାଥପୁର ବିଜେପି ପକ୍ଷରୁ ଜନ ଜାଗରଣ ପଦଯାତ୍ରା

ତାରପୁର,୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ବିଜେପି ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲା କାର୍ଯ୍ୟକାରିଣୀ ସଭ୍ୟ ତଥା ପୂର୍ବତନ ଜିଲାପରିଷଦ ପ୍ରାର୍ଥୀ ମାନସ ମହାପାତ୍ର (ସାଇ) ଙ୍କ ନେତୃତ୍ୱରେ ଖଣ୍ଡତରିସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇ ହରିଶପୁର,ତାରପୁର, ଜଇପୁର,ରାହାଡ଼ିଙ୍ଗା, ନାଲିବର ଆଦି ଅଂଚଳ ପରିକ୍ରମା କରିଥିଲା । ବିଭିନ୍ନ ଛକ ବଜାରରେ ଉପସ୍ଥିତ ଲୋକମାନଙ୍କୁ ପଦଯାତ୍ରାରେ ସାମିଲ ଥିବା ନେତୃବୃନ୍ଦମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିନ୍ଦାବାଦ ଧ୍ୱନୀ ପକାଇଥିଲେ । ବିଶେଷକରି ନୂତନ କରି ଆଇନରେ ପରିଣତ ହୋଇଥିବା ସିଏଏ ନାଗରିକତା ନେବାପାଇଁ ନୁହେଁ ବରଂ ପାକିସ୍ଥ୍ଥାନ, ଆଫଗାନିସ୍ଥାନ ଓ ବାଂଲାଦେଶର ନିର୍ଯ୍ୟାତିତ ସଂଖ୍ୟାଲଘୁ ଯେଉଁମାନେ ଭାରତରେ ଆଶ୍ରୟ ନେଇଛନ୍ତି , ସେମାନଙ୍କୁ ନାଗରିକତା ଦେବା ପାଇଁ ପ୍ରଯୂଯ୍ୟ ବୋଲି ବୁଝାଇବା ସହିତ ଏହାକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏଥିସହିତ ଆଗାମୀ ଦିନରେ ବିଜେପିର ହାତମୁଠା ଟାଣ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଦଳକୁ ଭୋଟ ଦେବା ସହିତ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ପଦଯାତ୍ରାରେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ନେତା ପ୍ରଫେସର ରମାକାନ୍ତ ଭୋଇ, ଜିଲା ବିଜେପି କାର୍ଯ୍ୟକାରୀଣୀ ସଭ୍ୟ ବଟକୃଷ୍ଣ ନାୟକ,ଯୁବ ସଂଗଠକ ଜଗନ୍ନାଥ ବାରିକ, ଦେବେନ୍ଦ୍ର ବରାଳ, ପ୍ରମୋଦିନୀ ସେଠୀ, ଦାଇଁଲୋ ମଣ୍ଡଳ ସଭାପତି ଦିଲିପ ମହାନ୍ତି,ସୁବାସ ପତି , ସୁଶାନ୍ତ ସୂତାର,ପ୍ରଶାନ୍ତ ଦାସ, ପ୍ରଦୀପ ରାଉତ,ସେକ ଜାଫର ବେଗ , ଅମର ମଲିକ, ଏକାଦଣୀ ମହାନ୍ତି, ସୁଜିତ ମହାପାତ୍ର, ରବିନ୍ଦ୍ର ସାହୁ, ବିଜୟ ବେହେରା, ସନ୍ତୋଷ ସୂତାର, ବିଜୟ କୁମାର ଦାସଙ୍କ ସମେତ ୫୦୦ ରୁ ଅଧିକ କର୍ମୀ ସାମିଲ ହୋଇ ଜିଲା କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ବିଜେଡ଼ି ସଭାପତିଙ୍କୁ ସମ୍ବର୍ଦ୍ଧନା 

  ଗରଦପୁର, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଭାବରେ ପୂର୍ବତନ ସରପଂଚ …

Leave a Reply

Your email address will not be published. Required fields are marked *