Saturday , February 29 2020
Breaking News
Home / ସ୍ୱାସ୍ଥ୍ୟ / ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମେଡିସିନ ଡାଇରେକ୍ଟରଙ୍କ ଗସ୍ତ

ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମେଡିସିନ ଡାଇରେକ୍ଟରଙ୍କ ଗସ୍ତ

ରଘୁନାଥପୁର, ୨୪/୦୧/୨୦୨୦ (ଓଡ଼ିଶା ସମାଚାର)-ଜଗତସିଂହପୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଧିନରେ ଥିବା ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ରାଜ୍ୟ ସରକାରଙ୍କ ଓଡିଶା ଷ୍ଟେଟ୍ ମେଡିସିନ୍ ର୍କୋପୋରେଶ ଲିମିଟେଡର ପରିଚାଳନା ନିର୍ଦେଶିକା ୟାମିନୀ ଷଢଙ୍ଗୀ ଆଜି ପୂର୍ବାହ୍ନରେ ଗସ୍ତରେ ଆସିଥିଲେ । ପରିଚାଳନା ନିର୍ଦେଶିକା ଶ୍ରୀମତୀ ଷଢଙ୍ଗୀ ନିରାମୟ କେନ୍ଦ୍ରକୁ ଯାଇ ରୋଗୀ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଔଷଧ ଲୋକମାନଙ୍କୁ ମାଗଣାରେ ନିରାମୟ ଯୋଜନାରେ ଯୋଗାଇଦିଆଯାଉଥିବା ଔଷଧ ଠିକଭାବେ ଦିଆଯାଉଛିନା ନା ନାହିଁ ତନତନ କରି ରେକର୍ଡ ଯାଂଚ କରିଥିଲେ । ଏହାପରେ ମେଡିକାଲ ପରିସରରେ ଥିବା ପାଥୋଲୋଜି ବିଭାଗକୁ ଯାଇ ରୋଗୀମାନଙ୍କର ରକ୍ତ, ମଳ, ମୂତ୍ର ଇତ୍ୟାଦି ପରୀକ୍ଷାରେ କଣ କଣ କେମିକାଲ ବ୍ୟବହାର କରାଯାଉଛି ଆଜକୁ ଦୀର୍ଘଦିନ ହେବ ଦାୟିତ୍ୱରେ ଥିବା ଟେକିନିସିଆନ୍ ପ୍ରଦିପ ଦାସଙ୍କ ଠାରୁ ଟିକିନିକି କରି ପଚାରି ବୁଝିଥିଲେ । ପରେ ଶ୍ରୀମତୀ ଷଢଙ୍ଗୀ ମେଡିକାଲର ଆଉଟ ଡୋରକୁ ଯାଇ ରୋଗୀ ମାନଙ୍କୁ ଠିକଭାବେ ନିରାମୟ ଔଷଧ ଦିଆଯାଉଛି ନା ନାହିଁ ରୋଗୀ ମାନଙ୍କଠାରୁ ପଚାରି ବୁଝିଥିଲେ । ଏହାପରେ ଶ୍ରୀମତୀ ଷଡଙ୍ଗୀ ମେଡିକାଲରେ ଥିବା ମହିଳା ଓ ପ୍ରସୂତି ବିଭାଗକୁ ଯାଇ ରୋଗୀମାନଙ୍କର ପ୍ରସୂତି କାର୍ଯ୍ୟ ଠିକଭାବେ ହେଉଛି ନା ନାହୀଁ ଓ ପ୍ରସୂତି ମହିଳା ମାନଙ୍କୁ ମାଗଣାରେ ଔଷଧ ଓ ଖାଦ୍ୟ ଦିଆଯାଉଛି ନା ନାହିଁ ପଚାରିବୁଝିଥିଲେ । ରଘୁନାଥପୁର ମେଡିକାଲର ଚର୍ତୁପାଶ୍ୱର୍ ପରିଦର୍ଶନ କରି ପରିବେଶ ପରିଷ୍କାର ପରିଛନ୍ନ ଓ ସବୁଜମୟ କରାଯାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ଶ୍ରୀମତୀ ଷଢଙ୍ଗୀଙ୍କ ଗସ୍ତ ସମୟରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବସନ୍ତ ବାରିକ, ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିନଟେଣ୍ଡେଂଟ ଡଃ ଶୁକାନ୍ତ କୁମାର ଦଳାଇ ,ବ୍ଲକ ପୋଗ୍ରାମ ମ୍ୟାନେଜର ରଞ୍ଜିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଶ୍ରୀମତୀ ଷଢଙ୍ଗୀ ଜଗତସିଂହପୁର ଜିଲ୍ଲା ହସ୍ପିଟାଲକୁ ଗସ୍ତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଏସସିବିରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗ ରେ  ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ, ୨୨/୦୨/୨୦୨୦ (ଓଡ଼ିଶା ସମାଚାର)- ଏସ୍‌ସିବି ମେଡିକାଲ କଲେଜ୍ ଏଣ୍ଡ୍ ହସପିଟାଲ୍‌ରେ ଏକାଧିକ ମେସିନ୍ ଅଚଳ ପ୍ରସଙ୍ଗରେ ହାଇକୋର୍ଟ ନିଜ …

Leave a Reply

Your email address will not be published. Required fields are marked *