Saturday , November 16 2019
Breaking News
Home / ସ୍ୱାସ୍ଥ୍ୟ / ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ  ଅବ୍ୟବସ୍ଥା

ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ  ଅବ୍ୟବସ୍ଥା

ରଘୁନାଥପୁର,୦୧/୧୧/୨୦୧୯(ଓଡ଼ିଶା ସମାଚାର)-ବହୁ ପୁରାତନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ଜଗତସିଂହପୁର ଜିଲା ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ୟତମ ।  କାଗଜ ପତ୍ରରେ ୨୩ ଗୋଟି ପଂଚାୟତର ୧ ଲକ୍ଷ ୧୦ ହଜାର ୩୭୪ ଜଣ ବ୍ୟକ୍ତି ବିଶେଷଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଉଲେଖ ଥିବାବେଳେ  ପ୍ରକୃତ ପକ୍ଷେ ଏହା ଉପରେ ୨ ଲକ୍ଷ ରୁ ଅଧିକ ଲୋକ ନିର୍ଭର କରନ୍ତି ।  ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟି କଟକ ପାରାଦୀପ ରାଜପଥରେ ଅବସ୍ଥିତ ଥିବାରୁ ଏବଂ କଟକ କେନ୍ଦ୍ରାପଡ଼ା ଜଗତସିଂହପୁର ଓ ଯାଜପୁର ଜିଲାର ସଂଯୋଗସ୍ଥଳରେ ଥିବାରୁ ଛୋଟ ଘଟଣା ଠାରୁ  ବଡ଼ ବଡ଼ ଦୂର୍ଘଟଣା ପର୍ଯ୍ୟନ୍ତ ବହୁ ଲୋକ ସେବା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି ।  ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ  ୪ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା: ଉତରକୂଳ,ଜଇପୁର,ରେଢ଼ୁଆ ଓ ତରିକୁନ୍ଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରୁଛି ।  କେବଳ ଉତରକୂଳ ଓ ତରିକୂନ୍ଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାଦ ଦେଲେ ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ମାତ୍ର ଆୟୁସ ଡ଼ାକ୍ତର ବିଶ୍ୱନ ସେନ୍ ଖୁଂଟିଆଙ୍କ ଦ୍ୱାରା ଚାଲୁଅଛି । ଏଠାରେ ଏମବିବିଏସ ଡ଼ାକ୍ତର ଓ ଫାର୍ମାସିଷ୍ଟ ପଦବୀ ଖାଲିପଡ଼ିଛି ।  ସେହିପରି ରେଢ଼ୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିକଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଗୋଷ୍ଠି କେନ୍ଦ୍ର ର ମାନ୍ୟତା ମିଳିଥିଲେ ମଧ୍ୟ ଏଠାରେ ଚୁକ୍ତି ଭିତିକ ଏମବିବିଏସ ଡ଼ାକ୍ତର ଅଜଫର ପରଭେଜ ଓ ଜଣେ ଆୟୁସ ଡ଼ାକ୍ତର ସୁକୁମାର ଦାସ କାର୍ଯ୍ୟରତ ।  ଏଠାକାର ଜନସାଧାରଣ ବିଭିନ୍ନ ସମୟରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ପାଇଁ ଦାବି କରି ଧାରଣା ଓ ଅନଶନ ସହିତ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ବି ଏହାର କୌଣସି ସୁଫଳ ମିଳୁନାହିଁ ।  ଏପରିକି ୩୦ ଜୁନ୍ ୨୦୧୮ ରୁ ଫାର୍ମାଶତଷ୍ଟ ପଦବୀ ଖାଲତ ପଡ଼ିଥିବାବେଳେ ଆଉ ୨ ଜଣ ସ୍ପେସିଆଲିଷ୍ଟ ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗାଇ ଦେବା ପାଇଁ ଦାବି ହେଉଥିବାବେଳେ ରଘୁନାଥପୁର ଗୋଷ୍ଟି ସ୍ୱାସ୍ଥ୍ୟୃ କେନ୍ଦ୍ର କଥା ନକହିବା ଭଲ ।  ସବୁଠୁ ବେଶି ଦୁର୍ଦ୍ଦଶା ଭୋଗୁଛନ୍ତି ଏହା ଉପରେ ନିର୍ଭର କରୁଥିବା ବ୍ୟକ୍ତି ବିଶେଷ ।  ଏଠାରେ ମେଡ଼ିସିନ୍ , ପେଡ଼ିଆଟ୍ରିକ୍ , ଗାଇନୋଲୋଜିଷ୍ଟ , ସର୍ଜରୀ ଭଳି ସ୍ପେସିଆଲିଷ୍ଟ ପଦବୀ ଖାଲି ପଡ଼ିଥିବାବେଳେ  ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିନଟେଣ୍ଡେଂଟ ଡ଼ା ସୁକାନ୍ତ କୁମାର ଦଳାଇ ଓ ଜଣେ ଆୟୁସ ଡ଼ାକ୍ତର ପ୍ରଭାତ ଚନ୍ଦ୍ର ସ୍ୱାଇଁ ଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚାଲୁଅଛି ।  ବିଭିନ୍ନ ସମୟରେ ବ୍ଲକ୍ ଓ ଜିଲା ସ୍ତରୀୟ ମିଟିଙ୍ଗ କିମ୍ବା ସରକାରୀ କାର୍ଯ୍ୟରେ ଶ୍ରୀଯୁକ୍ତ ଦଳାଇ ଯୋଗଦେବା ପାଇଁ ଯାଉଥିବାବେଳେ କେବଳ ଆୟୁସ ଡ଼ାକ୍ତର ହିଁ ଏହାକୁ ସାହା ଭରସା ।  ଏପରିକି ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଦେବା ପାଇଁ ଏଠାରେ କେହି ନାହାନ୍ତି ।  ସେହିପରି ଟ୍ରମା କେୟାର ସେଂଟର ଉପଲବ୍ଧ ନଥିବାରୁ ଅନେକ ଦୁର୍ଘଟଣା ଜନିତ ରୋଗୀ ରକ୍ତ ଟିକେ ନପାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।  ଏହି ମେଡ଼ିକାଲ ର  ନିଜସ୍ୱ ଆମ୍ବୁଲାନ୍ସ ଟିଏ ନାହିଁ । ଅନେକ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ସେଠାକୁ ପରିଦର୍ଶନରେ ଆସିଥାନ୍ତି । ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ପଦବୀ ସହିତ ସବଡ଼ିଭିଜନାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । କିନ୍ତୁ ଏହା ପାଣିର ଗାର ହୋଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ବିଷୟରେ  ବୁଦ୍ଧିଜିବୀଙ୍କୁ ପଚାରିଲେ ସେମାନେ କୁହନ୍ତି ଏଠାରେ ଡ଼ାକ୍ତର ତ ନାହାନ୍ତି ରୋଗୀ ଦେଖିବ କିଏ ?  । ତେଣୁ ରଘୁନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ସେବାରେ ତଳଆଡ଼ୁ ପ୍ରଥମ ।  ଓଡ଼ିଶା ସମାଚାର

About admin

Check Also

୨ରୁ ୬ଟି ଜିଲ୍ଲାରେ ହେବ ଟିକାକରଣ

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଶିଶୁମାନଙ୍କୁ ବିଭିନ୍ନ ମାରାତ୍ମକ ରୋଗ ଦାଉରୁ ରକ୍ଷା କରିବା ପାଇଁ ସରକାର ବ୍ୟାପକ ଟିକାକରଣ ଉପରେ …

Leave a Reply

Your email address will not be published. Required fields are marked *