Thursday , November 14 2019
Breaking News
Home / ରାଜନୀତି / ରକ୍ତଦାତାଙ୍କ ମହାନତା ସମାଜରେ ଅତୁଳନୀୟ -ମନ୍ତ୍ରୀ ପ୍ରତାପ ଜେନା

ରକ୍ତଦାତାଙ୍କ ମହାନତା ସମାଜରେ ଅତୁଳନୀୟ -ମନ୍ତ୍ରୀ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି ୧୬/୧୦/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) : ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନଈଗୁଆଁ , ଦାଉଦପୁରହାଇସ୍କୁଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ଅବସରରେ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ପଂଚାୟତିରାଜ , ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ, ରକ୍ତଦାନ ଜୀବନ ଦାନ । ଜଣେ ରକ୍ତଦାତାଙ୍କର ମହାନତା ସମାଜରେ ଅତୁଳନୀୟ । ତେଣୁ ଏଭଳି ମହତ କାର୍ଯ୍ୟ ନିମନ୍ତେ ଯୁବଗୋଷ୍ଠୀ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଉସôବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପଣ୍ଡା , ସବିତା ସାମଲ, ପଂଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ବିଜେଡ଼ି ଯୁବନେତା ଅଶୋକ ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଣ ରଂଜନ ମହାପାତ୍ର, ସରପଂଚ ଝରଣା ସାହୁ, ସମିତିସଭ୍ୟା ମମତା ମଞ୍ଜରୀ ନାୟକ, ଯୁବବିଜେଡ଼ି ସଭାପତି ମିହିର ମିଶ୍ର , ଉମାଶଙ୍କର ବିଶ୍ୱାଳ (ବାପି) ପ୍ରମୁଖ ଯୋଗଦେଇଥିଲେ । ମନ୍ତ୍ରୀ ଏହି ଅବସରରେ ସ୍କୁଲ ପରିସରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାର ଉଦଘାଟନ ଓ ବୋଧଙ୍ଗ ହନୁମାନ ମନ୍ଦିର ନିକଟରେ ଏକ ପାର୍କର ଶିଳାନ୍ୟାସ କରିଥିଲେ । ସଂଧ୍ୟା ସୁଦ୍ଧା ଏହି ରକ୍ତଦାନ ଶିବିରରେ ୪୩୨ଜଣ ରକ୍ତଦାତା ରକ୍ତଦାନ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

୫ଟି ଜିଲ୍ଲାର ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଆହ୍ୱାନ

‘ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନ ସହଯୋଗରେ ଲୋକଙ୍କ ସହାୟତା କର’ ଭୁବନେଶ୍ୱର ,୦୯/୧୧/୨୦୧୯(ଓଡ଼ିଶା ସମାଚାର)- ଘୂର୍ଣ୍ଣି …

Leave a Reply

Your email address will not be published. Required fields are marked *