Monday , December 9 2019
Home / ତାଜା ଖବର / ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ , ସ୍ୱାମୀ ଅଟକ

ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ , ସ୍ୱାମୀ ଅଟକ

ଗରଦପୁର,୧୬/୧୧/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଂଚାୟତର ନରଡା ଗ୍ରାମରେ ଯୌତୁକ ପାଇଁ ଏକ ନବବଧୂକୁ ହତ୍ୟା କରାଯାଇଥିବା ନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟକୁରା ଥାନା ଅନ୍ତର୍ଗତ ସିକୋଳ ଗ୍ରାମର ନିରଞ୍ଜନ ରାଉତଙ୍କ ଝିଅ କାଦମ୍ବିନୀ ସାମଲ (୨୮) ତେଣ୍ଡାକୁଡା ପଂଚାୟତ ଅନ୍ତର୍ଗତ ନରଡା ଗ୍ରାମର ନଳିନୀ ରଞ୍ଜନ ସାମଲଙ୍କୁ ଗତ ଅଢେଇ ବର୍ଷ ତଳେ ବୈଦିକ ମତରେ ବିବାହ କରିଥିଲେ । ସ୍ୱାମୀ ନଳିନୀ ଚାକିରି କରିବା ପାଇଁ ସୂଦୁର ଦୁବାଇରେ ରହନ୍ତି । ମାତ୍ର ଅଳ୍ପ ଦିନ ତଳେ ସ୍ୱମୀ ନଳିନୀ ଘରକୁ ଫେରି ଆସିଛନ୍ତି । ପତ୍ନି କାଦମ୍ବିନୀଙ୍କର ଦେହ ଅସୁସ୍ଥ ହେବାରୁ ଗତ ୯ ତାରିଖ ଦିନ ଶୁାଶୁ ଘରର ଲୋକମାନେ ଚିକିତ୍ସା ପାଇଁ କାଦମ୍ବିନୀକୁ କଟକସ୍ଥିତ ଏକ ନସିଂ ହୋମକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ କାଦମ୍ବିନୀର ୧୪ ତାରିଖ ରାତ୍ରୀରେ ମୃତ୍ୟୁ ଘଟିଛି । କାଦମ୍ବିନୀର ମୃତ୍ୟୁ ଖବର ବାପ ଘରେ ପହଂଚିିବା ପରେ କାଦମ୍ବିନୀର ବାପା ନିରଞ୍ଜନ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ଯେ, ଅଧିକ ଯୌତୁକ ଦାବି କରି ଶାଶୁ ଘରର ଲୋକମାନେ କାଦମ୍ବିନୀକୁ ମାରି ଦେଇଛନ୍ତି । ଅଭିଯୋଗ ପାଇ ପାଟକୁରା ଥାନା ପୁଲିସ ନଂ ୩୫୮/୧୯ ରେ ଯୌତୁକ ଜନିତ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ମୃତ କାଦମ୍ବିନୀର ଶବକୁ ଜବତ କରି କେନ୍ଦ୍ରାପଡା ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । କୋରୁଆ ଫାଣ୍ଡି ଅଧିକାରୀ ମହମ୍ମଦ୍ ଜାମସେଦ୍ ଘଟଣାର ତଦନ୍ତ କରୁଛନ୍ତି । ଏହି ଘଟଣାରେ ସ୍ୱାମୀ ନଳିନୀ ରଞ୍ଜନକୁ ପୁଲସ୍ ଥାନାରେ ଅଟକ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *