Wednesday , November 20 2019
Breaking News
Home / ବିଶେଷ / ଯୁବ ରେଡକ୍ରସ ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ – “ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରାଯିବ’

ଯୁବ ରେଡକ୍ରସ ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ – “ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରାଯିବ’

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ଉଦ୍ରେକ କରାଇ ଅଧିକରୁ ଅଧିକ ରେଡକ୍ରସ ସ୍ୱେଚ୍ଛାସେବୀ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ରେଡକ୍ରସ ଭବନ ପରିସରରେ ଯୁବ ରେଡକ୍ରସ ଶାଖାର ୨୦୧୯-୨୦ ଶିକ୍ଷାବର୍ଷ ଲାଗି ରାଜ୍ୟ କାର୍ଯ୍ୟକାରୀଣୀ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କଲେଜ ସ୍ତରରେ ଯୁବ ରେଡକ୍ରସ ଶାଖାର ସ୍ୱେଚ୍ଛାସେବୀ ଭାବେ ଯୋଗଦେଉଥିବା ପିଲାମାନେ ପାଠପଢ଼ା ଶେଷ ପରେ ମଧ୍ୟ ଯେପରି ରେଡକ୍ରସ ସହିତ ଜୀବନବ୍ୟାପୀ ସାମିଲ୍ ହୋଇରହିବେ ସେଥିଲାଗି ଗୁରୁତ୍ୱାରୋପ କରିଥିଲେ । ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ସଚେତନତା, ସଡ଼କ ସୁରକ୍ଷା ଆଦି ସେବାକ୍ଷେତ୍ରରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ପରିପ୍ରେକ୍ଷୀରେ କଲେଜ ସ୍ତରରେ ଯୁବ ରେଡକ୍ରସ ଶାଖାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଚଳିତବର୍ଷଠାରୁ ରାଜ୍ୟର ପ୍ରତ୍ୟେକ କଲେଜରେ ଯୁବ ରେଡକ୍ରସ ଶାଖା ଖୋଲାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବର୍ତମାନ ରାଜ୍ୟର ୫୦୪ଟି କଲେଜରେ ୫୦ଜଣ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ହିସାବରେ ପ୍ରାୟ ୨୫ହଜାର ସ୍ୱେଚ୍ଛାସେବୀ ଅଛନ୍ତି । ବୈଠକରେ ସ୍କାଉଟ୍, ଗାଇଡ୍,ଏନସିସି ଭଳି +୨ ଏବଂ +୩ ନାମଲେଖା ସମୟରେ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀଙ୍କୁ ପ୍ରତ୍ସୋହନ ନମ୍ବର ଦେବା ଲାଗି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ପ୍ରତି ଜିଲ୍ଲାରେ ସଂଯୋଜନମାନଙ୍କୁ ଚୁଡ଼ାନ୍ତ କରିବା ପାଇଁ ପଦକ୍ଷେପ ନେବା ଏବଂ ରେଡ୍କ୍ରସ ଫି’ ବୃଦ୍ଧି ଏବଂ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନୁଦାନ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଯୁବ ରେଡକ୍ରସର ଅବୈତନିକ ସଚିବ ସିଟିଏମ୍ ସୁଗୁଣା ସ୍ୱାଗତ ଭାଷଣ ଦେଇଥିବାବେଳେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଯୁବ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଡ. ଅଜୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡା ୧୯/୧୧/୨୦୧୯(ଓଡ଼ିଶା ସମାଚାର)-ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ୨୦୧୯-୨୦ଆର୍ଥିକ ବର୍ଷ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା …

Leave a Reply

Your email address will not be published. Required fields are marked *