Sunday , December 8 2019
Home / ତାଜା ଖବର / ଯୁକ୍ତଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ଯୁକ୍ତଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ସମ୍ବଲପୁର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମରେ ଜଣେ ଯୁକ୍ତ ଦୁଇ ଦ୍ୱିତୀୟବର୍ଷ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ପରେ ବିଭତ୍ସ ଭାବେ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବର୍ତମାନ ଛାତ୍ରୀଜଣକ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଓ ତାଙ୍କର ଅବସ୍ଥା ଗୁରୁତର ରହିଛି । ଛାତ୍ରୀଙ୍କ ସହିତ ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡିତାଙ୍କ ମୁଣ୍ଡ ଓ ମୁହଁରେ ପଥର ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ଛାତ୍ରୀଙ୍କ ମୁହଁରେ ଗଭୀର ଆଘାତ ଲାଗିଛି । ଫଳରେ ଛାତ୍ରୀ ଜଣକ କିଛି କହିବା ସ୍ଥିତିରେ ନଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳ ପ୍ରାୟ ୧୦ ଟା ସମୟରେ ଛାତ୍ରୀ ଜଣକ ତାଙ୍କ ବାପାଙ୍କ ସହିତ ଗାଁ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ପୋଟଳ ବଗିଚାକୁ ଯାଇଥିଲେ । ବାପା ଚାଷ ହୋଇଥିବା ଫସଲରେ ପାଣି ମଡାଇ କିଛି ସମୟ ପରେ ଘରକୁ ଫେରିଯାଇଥିଲେ । ପରେ ଛାତ୍ରୀଙ୍କ ମା ବଗିଚାରେ ପହଂଚିବା ପରେ ଝିଅକୁ ଅର୍ଦ୍ଧନଗ୍ନ ଓ ଗମ୍ଭୀର ଭାବେ ଆହତ ହୋଇଥିବା ଅବସ୍ଥାରେ ଠାବ କରିଥିଲେ । ପରେ ପରିବାର ଲୋକଙ୍କୁ ଖବର ଦେବାପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ବୁର୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ଝିଅର ଅବସ୍ଥା ଗୁରୁତର ଥିବାରୁ ପରିବାର ପକ୍ଷରୁ ରାତି ପ୍ରାୟ ୧୦ଟା
୨୦ ମିନିଟରେ ଅଭିଯୋଗ କରିବାକୁ ଥାନାରେ ପହଂଚିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଗତ ଜୁନ ୨୮ ତାରିଖରେ ରେଙ୍ଗାଲି ବ୍ଳକ ଠେଲକୁଲି ଥାନା ଅନ୍ତର୍ଗତ ବୁଧିଆପାଲି ମହୁଲବୁରେଇ ନିକଟରୁ ମଧ୍ୟ ଜଣେ ବିବାହିତ ମହିଳାଙ୍କ ଶବକୁ ପୁଲିସ ଉଦ୍ଧାର କରିଥିଲା । ମହିଳା ଜଣକ ଝାରସୁଗୁଡ଼ା ଜିଲ୍ଳା ବଡ଼ମାଲ ଥାନା ଅନ୍ତର୍ଗତ ବାଲିଚୁଆଁ ଗ୍ରାମର ହୋଇଥିବା ବେଳେ ତାଙ୍କୁ ମଧ୍ୟ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଉକ୍ତ ମାମଲରେ ଜଣେ ଯୁବକଙ୍କୁ ଗିରଫ କରି ଗତ ୮ ତାରିଖରେ କୋର୍ଟ ଚାଲାଣ କରିଥିଲା । ବର୍ତମାନ ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବାକୁ ଉଦ୍ୟମ ହେବା ଘଟଣା ଅଂଚଳରେ ଚାଂଚଲ୍ୟ ଖେଳାଇଛି । ଓଡ଼ିଶା ସମାଚାର

About admin

Check Also

ପୁଅକୁ ବଳିଦେବା ଅଭିଯୋଗରେ ବାପା ଗିରଫ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ  ଥାନା କେନ୍ଦୁପଡା ଗ୍ରାମର ଜନୈକ ଅଙ୍ଗନବାଡି ସହାୟିକାଙ୍କ ସ୍ୱାମୀ ପୁରସ୍ତମ ନିଜ ପୁଅକୁ  ଗୁଣିଗାରେଡି କରି ବଳି …

Leave a Reply

Your email address will not be published. Required fields are marked *