Friday , October 18 2019
Breaking News
Home / ତାଜା ଖବର / ଯାତ୍ରୀବାହୀ ବସ୍ରୁ ଖସିପଡି ପର୍ଯ୍ୟଟକ ଙ୍କ ମୃତ୍ୟୁ

ଯାତ୍ରୀବାହୀ ବସ୍ରୁ ଖସିପଡି ପର୍ଯ୍ୟଟକ ଙ୍କ ମୃତ୍ୟୁ

କୋଣାର୍କ,୨୨/୦୯/୨୦୧୯(ଓଡ଼ିଶା ସମାଚାର)- କୋଣାର୍କ-ପିପିଲି ରାସ୍ତାର ଦଶବାଟିଆ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଛାତରୁ ଖସିପଡି ଜଣେ ପର୍ଯ୍ୟଟକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ରାଜସ୍ଥାନର ଅନୁସ୍କା ନାମକ ଏକ ଯାତ୍ରୀବାହୀ ବସ(ଆରଜେ୨୩-ପିଏ-୩୩୮୧)ରେ ୫୦ରୁ ଅଧିକ ପର୍ଯ୍ୟଟକ ଓଡିଶା ଭ୍ରମଣରେ ଆସିଥିଲେ ।ଧଉଳି ବୁଲି ସାରିବା ପରେ କୋଣାର୍କର ସୂର୍ଯ୍ୟ ମନ୍ଦିର ବୁଲି ଦେଖିବା ପାଇଁ ଆସୁଥିବା ସମୟରେ ଦୁଇଜଣ ପର୍ଯ୍ୟଟକ ବସ ଛାତ ଉପରେ ବସିଥିଲେ । ଏହି ସମୟରେ କୋଣାର୍କ-ପିପିଲି ରାସ୍ତାର ଦଶବାଟିଆ ଛକ ଠାରେ ରାସ୍ତା ଉପରକୁ ଲମ୍ବି ଆସିଥିବା ବରଗଛ ଡାଳ ବସ ଛାତ ଉପରେ ବସିଥିବା ଭଜନଲାଲ ସେନ(୪୫) ନାମକ ଜଣେ ପର୍ଯ୍ୟଟକଙ୍କ ଦେହରେ ବାଜିଥିଲା । ଫଳରେ ଚଳନ୍ତା ବସରୁ ଭଜନଲାଲ ତଳକୁ ଛିଟିକି ପଡି ରକ୍ତଜୁଡୁବୁଡ ହୋଇଯାଇଥିଲୋ । ସ୍ଥାନୀୟ ଲୋକେ କୋଣାର୍କ ସ୍ଥିତ ଚମ୍ପାହାର ଅଗ୍ନିଶମ କାର୍ଯ୍ୟାଳୟ ଓ ପୋଲିସକୁ ଖବର ଦେବା ପରେ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଜ୍ୟୋତିପ୍ରକାଶ ରଥଙ୍କ ନେତୃତ୍ୱରେ ଆଗ୍ନିକମାନେ ଘଟଣା ସ୍ଥଳରେ ପହଂଚି ଭଜନଲାଲକୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଭଜନଲାଲଙ୍କ ପ୍ରାଣବାୟୁ ଉଡିଯାଇଥିବା ଡାକ୍ତର ଘୋଷଣା କରିଥିଲେ । କୋଣାର୍କ ପୋଲିସି ବସଟିକୁ ଜବତ କରିଥିବା ବେଳେ ଏହି ବସରେ ଆସିଥିବା ପର୍ଯ୍ୟଟକମାନେ ନହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ବସ ମାଲିକଙ୍କ ପକ୍ଷରୁ ଅନ୍ୟ ଏକ ବସରେ ଯାତ୍ରୀମାନଙ୍କୁ ଭ୍ରମଣ ପାଇଁ ପଠାଇଦିଆଯାଇଥିବା ଜଣା ପଡିଛି । ଏଠାରେ ପ୍ରଶ୍ନ ଉଠୁଛି ସେପ୍ଟେମ୍ବର ମାସର ୧ତାରିଖରୁ ସମଗ୍ର ଦେଶରେ ମଟର ଯାନ ଆଇନକୁ କଡାକଡି ଭାବେ ପାଳନ କରାଯାଥିବା ବେଳେ ଏହି ବସର କର୍ମଚାରୀମାନେ ନିୟମ କାନୁନକୁ ଖୋଲା ଉଲଙ୍ଘନ କରିଛନ୍ତି । ଏତଦବ୍ୟତିତ ଯାତୀୟ ରାଜପଥରେ କୌଣସି ଜାଗାରେ ଟ୍ରାଫିକ ପୋଲିସି ଏହି ବସର କର୍ମଚାରମାନଙ୍କୁ ତାଗିଦ କରିନଥିବାରୁ ଅକାଳରେ ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଳିଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

About admin

Check Also

ପିପିଏଲ ବ୍ୟାଗିଙ୍ଗ ପ୍ଲାଂଟର ରେଳ ଧାରଣାରେ କଟିଯାଇ ଶ୍ରମିକର ମୃତୁ୍ୟ

ପାରାଦ୍ୱୀପ ୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ପାରାଦ୍ୱୀପ ଫସଫେଟ୍ ଲିମିଟେଡ (ପିପିଏଲ) ସାରକାରଖାନାରେ ସାର ବୋଝେଇ ସମୟରେ ଜଣେ ଶ୍ରମିକ …

Leave a Reply

Your email address will not be published. Required fields are marked *