Thursday , September 19 2019
Breaking News
Home / ଶିକ୍ଷା / ଯକ୍ଷ୍ମା ରୋଗ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଯକ୍ଷ୍ମା ରୋଗ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ରଘୁନାଥପୁର,୧୪/୮/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ଛାତ୍ର ଛାତ୍ରୀଙ୍କୁ ଯକ୍ଷ୍ମାରୋଗ ସମ୍ପର୍କରେ ସଚେତନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଗତସିଂହପୁର ଜିଲା ଯକ୍ଷ୍ମା କେନ୍ଦ୍ର ପକ୍ଷରୁ ପିପିଏମ ସଂଯୋଜକ ଏମ ଡ଼ି ୱାକର ଅଲୀ ଉପସ୍ଥିତ ରହି ଏହି ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଟିବି ଚମ୍ପିଆନ ସେକ୍ ସହାୟକ ଅଲୀ ଯେକି ଯକ୍ଷ୍ମା ରୋଗରୁ ଆରୋଗ୍ୟ ଲାଭ କରି ସୁସ୍ଥ ଜୀବନ ବିତାଉଥିବା ନିଜର ଅନୁଭୂତି ସମ୍ପର୍କରେ ପ୍ରକାଶ କରିଥିଲେ । ଯେ କୌଣସି ବ୍ୟକ୍ତି ଅଧିକ ଦିନ ଜର, କାଶ ଓ କଫରେ ରକ୍ତ ପଡ଼ିଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ କଫ ପରୀକ୍ଷା କରାଇବାକୁ ସେ ପରାମର୍ଶ ରଖିଥିଲେ । ଯକ୍ଷ୍ମା ରୋଗ ଜଚ୍ଚାପଡ଼ିଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରି ଏହି ରୋଗରୁ ଆରୋଗ୍ୟ ଲାଭ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ । ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜର ପରିବାର , ପଡ଼ୋସୀ ତଥା ସମାଜର ଯେ କୌଣସି ଗୋଗୀଙ୍କ କ୍ଷେତ୍ରରେ ସେପରି ଲକ୍ଷଣ ଦେଖିଲେ ତୁରନ୍ତ ଆଶା ଦିଦି , ଏଏନଏମ କିମ୍ବା ନିଯେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଆସି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କଫ ପରୀକ୍ଷା କରାଇ ନେବାକୁ ଦେଇଥିଲେ । ଆଗାମୀ ୨୦୨୫ ସୁଦ୍ଧା ଭାରତ ବଷ;ରୁ ଯକ୍ଷ୍ମା ରୋଗ ଲୋପ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଭିଯାନରେ ସାମିଲ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏସଟିଏସ ଶ୍ରାବଣୀ ନାୟକ ପରାମର୍ଶ ରଖିଥିଲେ । ଯକ୍ଷ୍ମା ଆକ୍ରାନ୍ତ ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପାଇଁ ମାସିକ ୫୦୦ ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସେ ଅବଗତ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନେ ଏ ସମ୍ପର୍କରେ ଅଧିକ ତଥ୍ୟ ପଚାରି ବୁଝିଥିଲେ । ଯକ୍ଷ୍ମା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଷ୍ପରେ ଛୋଟ ଛୁଆଙ୍କୁ ନଛାଡ଼ିବା ଏବଂ ଡ଼ଟ ସେବନ କଲେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ ବୋଲି ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ । କଲେଜ ର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ଏହି ମହତ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସଉଠ କଲେ- ଜଣେ ବୋହୋସ୍ ୯ ଆହତ

ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋମଳମତି ଶିଶୁମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ …

Leave a Reply

Your email address will not be published. Required fields are marked *