Saturday , November 16 2019
Breaking News
Home / ବିଶେଷ / ମ. ରାମପୁରରେ ପୁଣି ଭାରରେ  ବୁହାହେଲା ରୋଗୀ

ମ. ରାମପୁରରେ ପୁଣି ଭାରରେ  ବୁହାହେଲା ରୋଗୀ

କଳାହାଣ୍ଡି, ୦୩/୧୧/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲାରେ ପୁଣି ଭାର ବୁହାର ପୁନରାବୃତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମାଣିକେରା ପଞ୍ଚାୟତରେ । ଧୁଳୁଗୁଣ୍ଡି ଗ୍ରାମର ଶର୍ମିଷ୍ଟା ମାଝି ବାଲିଭଟା ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିବାବେଳେ ତାଙ୍କୁ ଭୀଷଣ ଜ୍ବର ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପରିବାର ପାଖକୁ ଛାଡିବାକୁ ନେଇଥିଲେ । ହେଲେ ରାସ୍ତା ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଟାପରାଇଁ ନାଳରେ ଛାଡି ଦେଇଥିଲେ । ଫଳରେ ପରିବାର ଲୋକେ  ତାଙ୍କୁ ଭାରରେ ବୋହି ଡାକ୍ତରଖାନାକୁ ନେଇଥିଲେ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଂଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ହେଁ ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *