Monday , December 16 2019
Breaking News
Home / ଶିକ୍ଷା / ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ବିଦ୍ୟାଳୟ ପରିଦର୍ଶନ 

ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ବିଦ୍ୟାଳୟ ପରିଦର୍ଶନ 

ରଘୁନାଥପୁର,୨୦/୧୧/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତୀ ସ୍ଥିତ ହରିକୃଷ୍ଣ ସରକାରୀ ବିଦ୍ୟାପିଠକୁ ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷା ସସ୍ମୀତା ବାଗ୍ଚି ଅଚାନକ ଗସ୍ତ କରିଥିଲେ । ସ୍କୁଲର ପୁରାତନ ଛାତ୍ର ଛାତ୍ରୀମାନେ ସ୍କୁଲକୁ ଆଗେଇ ନେବାପାଇଁ ଏହି ଯୋଜନାରେ ସାମିଲ ହେବାପାଇଁ ଲକ୍ଷ ରଖାଯାଇଛି ବୋଲି ଶ୍ରୀମତୀ ବାଗ୍ଚି ପ୍ରକାଶ କରିଥିଲେ । ସ୍କୁଲକୁ ଏକ ସୁନ୍ଦର ବିଦ୍ୟାଳୟରେ ଗଢିବା ପାଇଁ ମଧ୍ୟ ଆହ୍ୱାନ କରିଥିଲେ । ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟ କମିଟି ଜମା ଖାତାରେ ୨ଲକ୍ଷ ୪୭ହଜାର ଟଙ୍କା ଜମା ରଖି ଜିଲ୍ଲାରେ ଏହି ବଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ହରିକୃୃଷ୍ଣ ବିଦ୍ୟାପିଠର ମୋ ସ୍କୁଲ ଅଭିଯାନର ସଭାପତି ଭଗବାନ ସ୍ୱାଇଁଙ୍କୁ ପ୍ରଶଂସା କରିଥିଲେ । ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ରିତା ରାଉତଙ୍କ ସହିତ ଆଲୋଚନା କରିଥିଲେ ଏବଂ ବିଦ୍ୟାଳୟ ପରିସରରେ ଏକ ଅଶୋକ ଗଛ ରୋପଣ କରିଥିଲେ । ଏଥିରେ ରାଜ୍ୟ ମୋ ସ୍କୁଲ ଅଭିଯାନର ମୁଖ୍ୟ କାର୍ଯ୍ୟ ବିର୍ବାହି ଅଧିକାରୀ ଅମରଜିତ୍ ଜେନା, ଜନ ସମ୍ପର୍କ ଅଧିକାରିଣୀ ଶୁଭ୍ରା ପାଲିତ୍, ଜନ ସମ୍ପର୍କ କାର୍ଯ୍ୟ ନିର୍ବାହି ଅଧିକାରିଣୀ ଦିପାଞ୍ଜଳି ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀଣି ପ୍ରତିଭା ମଞ୍ଜରି ଦାସ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ସୁବାଷ ଚନ୍ଦ୍ର ରାଉତ, ବ୍ଲକ ଶିକ୍ଷା ଅଧିକରିଣୀ ରାଜ୍ୟଶ୍ରୀ ସାହୁ, ସରପଂଚ ଜାନକୀ ବଲ୍ଲଭ ସ୍ୱାଇଁ, ବିଦ୍ୟାଳୟ ପରିଚାଳନା  କମିଟି ସଭାପତି ସିଦ୍ଧାର୍ଥ ରାଉତରାୟ, ମୋ ସ୍କୁଲ ଅଭିଯାନର ସଭ୍ୟ ଅଭିମନ୍ୟୁ ସାହୁ, ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ଦାସ, ପୁର୍ବତନ ସରପଂଚ ପୁରୁଷୋତମ ଦାସ, ତନ୍ମୟ ସ୍ୱାଇଁ, ଟୁକୁନା ସେଠୀ, ପୁର୍ବତନ ପ୍ରଧାନ ଶିକ୍ଷକ ଯଦୁନାଥ ଜେନାଙ୍କ ସମେତ ମୋ ସ୍କୁଲ ଅଭିଯାନର ସଭ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀମତୀ ବାଗ୍ଚି ବିଦ୍ୟାଳୟର କାଗଜ ପତ୍ର ଜାଂଚ କରିବା ସହିତ ଏହି ବିଦ୍ୟାଳୟର ଉନ୍ନତି କରଣ ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିଦ୍ୟା ଅଧ୍ୟୟନ ସହିତ ଖେଳକୁଦରେ ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି 

ସାଲେପୁର,୧୪/୧୨/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ଖେଳକୁଦ ଦ୍ୱାରା ସ୍ୱାସ୍ଥ୍ୟର ଉନ୍ନତି ସହିତ ଶରୀର ନିରୋଗ ରହିଥାଏ …

Leave a Reply

Your email address will not be published. Required fields are marked *