Wednesday , November 20 2019
Breaking News
Home / ରାଜନୀତି / ‘ମୋ ସରକାର କାର୍ଯ୍ୟକ୍ରମକୁ ନେଇ ବିଜେପି ବିଚଳିତ’-ବିଜେଡ଼ି

‘ମୋ ସରକାର କାର୍ଯ୍ୟକ୍ରମକୁ ନେଇ ବିଜେପି ବିଚଳିତ’-ବିଜେଡ଼ି

ଭୁବନେଶ୍ୱର,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ଜନସାଧାରଣଙ୍କୁ ଉତମ ସେବା ପ୍ରଦାନର ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ବିଜେପି ବିଚଳିତ ହୋଇପଡ଼ିଛି । ଭାରତୀୟ ଜନତା ପାର୍ଟି ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳତାକୁ ସହି ନପାରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ନିମନ୍ତେ ଅପଚେଷ୍ଟା କରୁଛନ୍ତି । ‘ମୋ ସରକାର’ ର ଇସ୍ତାହାର ଯଦି ଥରେ ପଢ଼ନ୍ତେ ତେବେ ଏପରି ଭାବେ ବିବୃତି ଦେବାରୁ କ୍ଷାନ୍ତ ରୁହନ୍ତେ ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଦ୍ୱାରା ମେଡ଼ିକାଲ ଷ୍ଟାଫ୍ଙ୍କର ବ୍ୟବହାର, କୌଣସି ପ୍ରକାର ଲାଂଚ ଦାବି ଅଥବା ଘରୋଇ କ୍ଲିନିକ୍କୁ ନ ପଠାଇ ଦେୟମୁକ୍ତ ଚିକିତ୍ସା ସେବା ପ୍ରଦାନ, ମାଗଣାରେ ଔଷଧ ପ୍ରଦାନର ବ୍ୟବସ୍ଥା, ଦେୟମୁକ୍ତ ନିଦାନ, ସରକାରୀ ଚିକିତ୍ସାଳୟରେ ସୁଷମ ଖାଦ୍ୟ ଯୋଗାଣ, ସର୍ବୋପରି ସ୍ୱଚ୍ଛତା ବଜାୟ ରଖିବା ଇତ୍ୟାଦି ଲକ୍ଷ୍ୟ ସାଧିତ ହେଉଛି । ଏଣୁ ଉପରୋକ୍ତ ବିଷୟ ଉପରେ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ନିମନ୍ତେ କ୍ଷେତ୍ର ପରିଦର୍ଶନ । ଏପରି ପରିଦର୍ଶନ ସମୟରେ ସମସ୍ତ ରୋଗୀମାନଙ୍କ ଠାରୁ ସକାରାତ୍ମକ ମତାମତ ଗ୍ରହଣ କରିବା ପ୍ରାୟତଃ ସମ୍ଭବ ନୁହେଁ । ଯଦିଓ ବିରୋଧୀ ଭିତିିଭୂମି ଏବଂ ଡାକ୍ତର ପଦବୀ ସମ୍ପର୍କରେ ଅଭିଯୋଗ ଆଣୁଛନ୍ତି, ସେମାନେ ଜାଣିବା ଉଚିତ୍ ଯେ, ‘ମୋ ସରକାର’ କାର୍ଯ୍ୟକ୍ରମ ହେଉଛି କାର୍ଯ୍ୟରତ ଡାକ୍ତର ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବ୍ୟବହାର ସଂକ୍ରାନ୍ତରେ ମତାମତ ଗ୍ରହଣ କରିବା । ନବୀନ ସରକାର ନିଜ ପ୍ରତିଶ୍ରୁତି ମୁତାବକ ଯେପରି ଜନହିତକର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ତାହାର କୌଣସି ବିକଳ୍ପ ନାହିଁ । ଏପରି କାର୍ଯ୍ୟକ୍ରମକୁ ବିଜେପି ସକାରାତ୍ମକ ଦୃଷ୍ଟିରେ ଗ୍ରହଣ କରିବା ଉଚିତ୍ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଜେଡି ଯୁବ ସଂଖ୍ୟାଲଘୁ ସେଲ ପକ୍ଷରୁ ମହମ୍ମଦଙ୍କ ଜନ୍ମଦିବସରେ ମେଡିକାଲରେ ଫଳ ବଂଟନ

କେନ୍ଦ୍ରାପଡା ୧୧/୧୧/୨୦୧୯(ଓଡ଼ିଶା ସମାଚାର)-ମହାପୁରୁଷ ହଜରତ ମହମ୍ମଦଙ୍କ ଜନ୍ମ ଦିବସ ଉପଲକ୍ଷେ କେନ୍ଦ୍ରାପଡା ବିଜେଡି ଯୁବ ସଂଖ୍ୟାଲଘୁ ସେଲ ଓ ନଜୱାନ …

Leave a Reply

Your email address will not be published. Required fields are marked *