Wednesday , December 11 2019
Home / ତାଜା ଖବର / ମୋବାଇଲ ଟାୱାର ବସାଇବାକୁ କହି ଠକେଇ – ବହୁ ମୂଲ୍ୟବାନ ସାମଗ୍ରୀ ଜବତ,୫ ଗିରଫ

ମୋବାଇଲ ଟାୱାର ବସାଇବାକୁ କହି ଠକେଇ – ବହୁ ମୂଲ୍ୟବାନ ସାମଗ୍ରୀ ଜବତ,୫ ଗିରଫ

ରାଉରକେଲା, ୧୧/୧୧/୨୦୧୯(ଓଡ଼ିଶା ସମାଚାର)- ମୋବାଇଲ ଟାୱାର ବସାଇବା ନାମରେ ଠକେଇ ଅଭିଯୋଗ ହୋଇଥିବା ବେଳେ   ରାଉରକେଲା ପୁଲିସ ଏପରି ଏକ ବଡ଼ ଧରଣର ଠକେଇର ପର୍ଦାଫାସ କରିଛି  । ମାର୍ଚ୍ଚ ମାସରେ ରାଉରକେଲା ସାଇବର ଥାନାରେ ଏକ ଅଭିଯୋଗ ହୋଇଥିଲା । ତାହାକୁ ଆଧାର କରି ତଦନ୍ତ ପରେ କୋଲକାତାରୁ ୫ ଜଣ ଅଭିଯୁକ୍ତଙ୍କ ସହ ଏଥିରେ ବ୍ୟବହୃତ ହେଉଥିବା କମ୍ପ୍ୟୁଟର, ଅନ୍ୟ ଉପକରଣ, ଚେକ୍ ଓ ନଗଦ ରାଶି ପୁଲିସ ଜବତ କରିଛି । ଏ ନେଇ  ଏସପି କେ . ଶିବା ସୁବ୍ରମଣି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି କୋଲକାତା ଦମଦମ ଥାନା ଅଂଚଳର ବୁଦ୍ଧ ସରକାର(୩୮), ଜୟନ୍ତ ବାନାର୍ଜୀ (୩୯), ହାୱଡାର ପ୍ରିୟାଂଶୁ ଦାସ(୨୫), ବରତଲାର ରୋହିତ ସରକାର(୩୪), ଶୁଭଦୀପ ରାବା(୩୫) । ଏମାନଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ପୁଲିସ ଆଣିବ ବୋଲି କହିଛି । ସୂଚନାନୁଯାୟୀ, ଚଳିତ ବର୍ଷ ଏ ସମ୍ପର୍କରେ ରାଉରକେଲା ସାଇବର ଥାନାରେ ମାର୍ଚ୍ଚ ୨୬ ତାରିଖ ଦିନ ଏତଲା ଦିଆଯାଇଥିଲା । ଏତଲା ଅନୁଯାୟୀ ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀକଲୋନୀ ଅଂଚଳର ପୁର୍ଣ୍ଣେନ୍ଦୁ ଶେଖର ପଣ୍ଡାଙ୍କୁ କୋଲକାତାରୁ ଘରେ ଜିଓ ଟାୱାର ଲଗାଇବା ଲାଗି ଫୋନ ଆସିଥିଲା । ଦ୍ୱିତୀୟ ଥର ରିଲାଏନ୍ସ ଇଷ୍ଟର୍ଣ୍ଣ ଜୋନର ମ୍ୟାନେଜର ଦର୍ଶାଇ ଜଣେ କେହି ଫୋନ କରିଥିଲେ । ଜିଏସଟି ଖର୍ଚ୍ଚ ବାବଦରେ ପ୍ରଥମ କିସ୍ତିରେ ୫୬ ହଜାର, ଦ୍ୱିତୀୟ ଥର ପଶ୍ଚିମବଙ୍ଗରୁ ଆସିଥିବା ଫୋନ କଲ ଅନୁସାରେ ୫୬ହଜାର, ତୃତୀୟ ଥରରେ ୧ ଲକ୍ଷ ୯୬ ହଜାର, ଚତୁର୍ଥ ଥର ଏନଓସି ପାଇଁ ୨ ଲକ୍ଷ ୨୪ ହଜାର ବ୍ୟାଙ୍କ ଏକାଉଂଟରେ ନିଆଯାଇଥିଲା । ମାର୍ଚ୍ଚ ୩ ତାରିଖରେ ଶ୍ରୀ ପଣ୍ଡାଙ୍କ ଘରକୁ ଏକ କୋରିଅର ଆସିଥିଲା । ଉକ୍ତ କୋରିଅରକୁ ଦେଖି ଶ୍ରୀ ପଣ୍ଡାଙ୍କ ମନରେ ସନ୍ଦେହ ହୋଇଥିଲା । ସେ ସ୍ଥାନୀୟ ଜିଓ ଅଫିସରେ ଯୋଗାଯୋଗ କରି ଏପରି କୌଣସି ଟାୱାର ଲାଗିବାକୁ ଦିଆଯାଇନାହିଁ ବୋଲି ଜାଣିବାକୁ ପାଇଥିଲେ । ଏ ନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଏତଲାକୁ ଭିତି କରି ସାଇବର ଥାନା ଏସଆଇ ସେରୋଫେନା ଖେସ ତାଙ୍କ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । କୋଲକାତାରୁ ଟ୍ରାକିଂ କରି ଏମାନଙ୍କୁ ଠାବ କରାଯାଇ ଅଣାଯାଇଥିଲା । ଏମାନଙ୍କ ନିକଟରୁ ୭ଟି ଲାପଟପ୍, ୧୬ଟି ଡେସ୍କଟପ୍, ୧ଟି ସର୍ଭର, ରାଉଟର ୨ଟି, ବାୟୋମେଟ୍ରିକ୍ ମେସିନ ୧ଟି, ଟାବଲେଡ଼ ଗୋଟିଏ, ଦେଢ଼ଶହରୁ ଉଦ୍ଧ୍ୱର୍ ବିଭିନ୍ନ କମ୍ପାନୀର ସିମକାର୍ଡ଼, ରସିଦ୍ ବୁକ୍ ୧୦ଟି,  ବିଭିନ୍ନ ବ୍ୟାଙ୍କର ୮୦ଟି ଚେକ୍, କ୍ୟାନସେଲ ଚେକ ୧୫୪ଟି, ଡାଟାସେଟ ୧୭ଟି, ଅଣବ୍ୟବହୃତ ଏସବିଆଇ ସୁନ୍ଦରଗଡ଼ର ୪ଲକ୍ଷ ୯୮,୪୦୦ ଟଙ୍କାର ଚେକ୍, ନଗଦ ୫୭ ହଜାରଟଙ୍କା ଜବତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପାରାଦୀପରେ ବାଘ ଆତଙ୍କ, ସାଧାରଣରେ କୋକୁଆ ଭୟ

ପାରାଦୀପ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବନ୍ଦର ସହର ପାରାଦ୍ୱୀପ ନିକଟସ୍ଥ ବାଉରିଆପାଳନ୍ଦା ବସ୍ତି ନିକଟସ୍ଥ ଆଇଓସିଏଲ୍ ଏଲପିଜି ଟର୍ମିନାଲ ପରିସରରେ ଏକ ବାଘ …

Leave a Reply

Your email address will not be published. Required fields are marked *