Friday , November 22 2019
Breaking News
Home / ରାଜନୀତି / ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶହେ ଦିନର କାମ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ମଣ୍ଡାଭିଆ

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶହେ ଦିନର କାମ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ମଣ୍ଡାଭିଆ

ମୋଦି ସରକାର ଦେଶର ଗରୀବ, ବଂଚିତ ଓ ଶୋଷିତଙ୍କ ପାଇଁ ସମର୍ପିତ
ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ମୋଦିସରକାରଙ୍କ ଦ୍ୱିତୀୟ ପାଳିର ୧୦୦ଦିନରେ କେନ୍ଦ୍ର ସରକାର ଓଡିଶାକୁ୧୬,୬୦୫.୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ୍ମଣ୍ଡାଭିଆ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ୧୦୦ ଦିନର ହିସାବ ଦେଇ ସେ ଏହା ପ୍ରକାଶକରିଥିଲେ । ସେ କହିଥିଲେ ଯେ ଓଡିଶାକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଓଡିଶାର ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇଟି ବିଭାଗ ଦିଆଯାଇଥିଲା । ଏବେ ୪ ଟି ବିଭାଗ ଦିଆଯାଇଛି । ଓଡିଶାକୁ ଦିଆଯାଇଥିବା୧୬,୬୦୫.୨ କୋଟି ଟଙ୍କା ମଧ୍ୟରୁ୫,୩୩୩ କୋଟି ଟଙ୍କା କାମ୍ପା ଫଣ୍ଡରୁ ଦିଆଯାଇଥିବା ବେଳେ ଫନିର କ୍ଷତିପୂରଣ ବାବଦକୁ ୩ଟି ପର୍ଯ୍ୟାୟରେ୪,୬୭୮.୨୨ କୋଟି ଟଙ୍କା ଓ ରେଲୱେ ବଜେଟ୍ ରେ ୫,୯୯୩କୋଟି ଟଙ୍କା ଦିଆଯାଇଛି । ଓଙ୍ଗିଶାକୁ କୌଣସି କ୍ଷେତ୍ରରେ ଅବହେଳା କରାଯାଇ ନାହିଁ । ଅନ୍ୟପକ୍ଷରେ କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ ଓ ବାତ୍ୟା ପ୍ରବଣ ଅଂଚଳରେ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୋଦି ସରକାର ସବକା ସାଥ, ସବକା ବିକାଶ ନୀତି ନେଇ କାମ କରୁଛି । ମୋଦି ସରକାରଙ୍କ ନୀତିର ମୂଳରେ ଦେଶର ଗରୀବ, ବଂଚିତ ଓ ଶୋଷିତ ରହିଛି । ସେମାନଙ୍କର ବିକାଶ ସହିତ ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକରି ଏକ ନୂଆ ଇତିହାସ ସୃଷ୍ଟି କରିଛି । ସେହିପରି ପ୍ରତିରକ୍ଷା, ଦୂରସଂଚାର ଓ ବିଦେଶ ନୀତିରେ ବୈପ୍ଳବିକ ପରିବର୍ତନ ଆଣିବା ସହ ଦେଶର ଭିତିଭୂମିକୁ ସୁଦୃଢ କରିବା ଦିଗରେ ମୋଦି ସରକାର କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ତା’ରଦ୍ୱିତୀୟ ପାଳିରେ ୧୦୦ ଦିନ ପୂରାକରିଥିବା ଅବସରରେ କେନ୍ଦ୍ରସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ମନସୁଖ୍ ମାଣ୍ଡଭିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ ମୋଦୀ ସରକାରତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ୧୦୦ଦିନରେ ଦେଶର ହିତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଗତ ବଜେଟ ୍ଅଧିବେଶନରେ ସର୍ବାଧିକ ଦିନ ଧରିସଂସଦ ଚାଲିଥିଲା । ଯାହା ବିଗତ ୨୦ବର୍ଷରେ ହୋଇ ନାହିଁ । ବିଜେପି ସରକାର ଲୋକଙ୍କୁ କ୍ଷତି ପହଁଚାଉଥିବା ୫୮ଟି ଆଇନକୁ ହଟାଇ ଦେଇଛନ୍ତି ଏବଂ ନୂତନ ଆଇନ ପ୍ରଣୟନ କରିଛନ୍ତି । ବଡ଼ ଐତିହାସିକ ପଦକ୍ଷେପ ହେଲାଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ଉଚ୍ଛେଦ । ଜାମ୍ମୁ ଓ କାଶ୍ମୀର ବାସିନ୍ଦା ଆଜି ନିଜର ହକ୍ ପାଇଛନ୍ତି । ସରକାରୀ ଯୋଜନା ଆଉ ଅପହଂଚ ହୋଇ ରହିନାହିଁ । ସେହିପରି ଆତଙ୍କାବାଦୀଙ୍କ ନିରସ୍ତ୍ର କରିବାକୁ ଉଦ୍ୟମ ଜାରି ରହିଛିା ଆତଙ୍କାବାଦୀଙ୍କୁ ଚିହ୍ନଟ କରି ତାଙ୍କୁ ଦଣ୍ଡିତ କରିବାକୁ ଜାତୀୟ ତଦନ୍ତକାରୀସଂସ୍ଥା ବା ଏନ୍ଆଇଏକୁ ସଶକ୍ତ କରାଯାଇଛି । ଏନ୍ଆଇଏ ଆବଶ୍ୟକ ମୁତାବକ ସ୍ୱତନ୍ତ୍ରଭାବେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ସେହିପରି ଡିଫେନ୍ସ ଷ୍ଟାଫ ଗଠନ କରାଯାଇଛି । ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଆପାଚେ ଯୁଦ୍ଧ ବିମାନ ସେନାରେ ସାମିଲ ହୋଇପାରିଛି । ସେହିପରି ସବୁ ବର୍ଗର ବିକାଶ ହେଲେନ୍ୟୁ ଇଣ୍ଡିଆର ସ୍ୱପ୍ନ ପୂରଣ ହୋଇପାରିବ । ଦେଶର ସବୁ ବର୍ଗରଲୋକଙ୍କୁ ସାମାଜିକ, ଆର୍ଥିକ, ଓଭୌଗୋଳିକ କ୍ଷେତ୍ରରେ ସମାନସୁଯୋଗ ମିଳିବା ନେଇ ପ୍ରୟାସ ଜାରିରହିଛି । ସେଥିପାଇଁ ଆଦିବାସୀ ବର୍ଗର ପିଲାଙ୍କ ଶିକ୍ଷା ପାଇଁ ୧୫୦ ଟିଏକଲବ୍ୟ ଆଦିବାସୀ ସ୍କୁଲ ପ୍ରତିଷ୍ଠା କରାଯାଇଛି ବୋଲି କହିନ୍ତି ମନସୁଖମଣ୍ଡାଭିଆ । ସେ କହିଛନ୍ତି ଯେ ଜାମ୍ମୁକାଶ୍ମୀର ଓ ଲଦାଖ-ଭାରତର ମୁକୁଟ,୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥାହାସଲ କରିବା ପାଇଁ ବ୍ୟାପକଅର୍ଥନୈତିକ ସଂସ୍କାର, ବ୍ୟବସାୟିକସୁଗମତା, ସମାଜର ସବୁ ବର୍ଗଙ୍କୁସାମାଜିକ ନ୍ୟାୟ ସୁନିଶ୍ଚିତ କରିବା,ସମସ୍ତଙ୍କର ସଶକ୍ତିକରଣ, କୃଷକଙ୍କଆୟ ଦ୍ୱିଗୁଣିତ କରିବା, ଜଳ ସୁରକ୍ଷାକ୍ଷେତ୍ରରେ ନେତୃତ୍ୱ, ଉତମ ପ୍ରଶାସନ,ଭାରତକୁ ସୁରକ୍ଷା ପ୍ରଦାନ କରୁଥିବାଲୋକଙ୍କ ପ୍ରତି ଉତ୍ସର୍ଗ ସରକାରଙ୍କପ୍ରଥମ ନିଷ୍ପତି । ସେ କହିଛନ୍ତି ଯେଉଚ୍ଚଶିକ୍ଷା ଭିତିଭୂମି ଉପରେ ଗୁରୁତ୍ୱ,ଆବିଷ୍କାର ସୋପାନରେ, ସୁରକ୍ଷା ଓପ୍ରତିରକ୍ଷା କ୍ଷେତ୍ର, ମୋଦୀ ସରକାରଙ୍କକାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା, ବିଶ୍ୱସ୍ତରରେ ଭାରତର ସମ୍ମାନରେ ବୃଦ୍ଧି,ବୈଶ୍ୱିକ କାର୍ଯ୍ୟକ୍ରମ ରେ ଭାରତରଉନ୍ନତି, ଜି-୨୦ରେ ପ୍ରଧାନମନ୍ତ୍ରୀମୋଦୀ, ପଡୋଶୀ ପ୍ରଥମେ ନୀତି, ବୃଦ୍ଧିପାଇଥିବା ପଡୋଶୀଙ୍କ ସହିତ ଆମ ସମ୍ପର୍କରେ ବୃଦ୍ଧି, ବିଶ୍ୱସ୍ତରରେ ଭାରତର ପ୍ରଭାବବୃଦ୍ଧି, ଜି-୭ ସମ୍ମିଳନୀ, ରୁଷସହ ସମ୍ପର୍କ ଦୃଢ଼ୀକରଣ, ଉତର-ପୂର୍ବାଂଚଳର ବିକାଶ ହୋଇଛି । ସେ କହିଛନ୍ତି ଯେ ଜାମ୍ମୁ, କାଶ୍ମୀର ଓଲଦାଖରେ ଜନସାଧାରଣଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ପାଇଁ ଧାରା ୩୭୦ ଓ ୩୫-ଏ ରଉଚ୍ଛେଦ, ଭାରତକୁ ୫ ଟ୍ରିଲିଅନଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା, ଭିତିଭୂମି ଓ ସାମାଜିକ କ୍ଷେତ୍ରରେ ବଡ ଧରଣର ନିବେଶ, ବ୍ୟବସାୟିକ ସୁଗମତା,ତିନି ତଲାକ ବିରୁଦ୍ଧରେ ଆଇନଗତ ପଦକ୍ଷେପ, ଜିଏସଟି ଓ ଆଇଟିରିଟର୍ଣ୍ଣଫାଇଲ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ବାହ୍ୟବାଧା ଦୂର, ଜଳଶକ୍ତି ଅଭିଯାନ, ହରଘର ବିଜଲି ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା,ଆୟୁଷ୍ମାନ ଭାରତ, ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ଓ କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ସାମାଜିକ କ୍ଷେତ୍ରରେ ସୁରକ୍ଷା ,କୃଷକମାନଙ୍କ ପାଇଁ ବିଶ୍ୱରେ ସର୍ବାଧିକଆର୍ଥିକ ସହାୟତା, ଫିଟ ଇଣ୍ଡିଆ ପାଇଁ ଓ ଥରକେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ଉପଯୋଗ ନିଷିଦ୍ଧ କରିବା ବିରୁଦ୍ଧରେ ଜନ ଆନ୍ଦୋଳନ,ଉତମପ୍ରଶାସନ ପାଇଁ ପଦକ୍ଷେପ,ଫଳପ୍ରଦ ସଂସଦୀୟ ଅଧିବେଶନ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟଧାରା ଆଦି ପ୍ରମୁଖ କାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ଗୁରୁତ୍ୱାରୋପ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀଦଳର ନେତା ପ୍ରଦୀପ୍ତ ନାୟକ,ଉପନେତା ବିଷ୍ଣୁ ସେଠୀ, ମୁଖ୍ୟସଚେତକ ମାହନ ମାଝୀ , ସାଂସଦଅପରାଜିତା ଷଡଙ୍ଗୀ, ଅଶ୍ୱିନୀ ବୈଷ୍ଣବତଥା ପତ୍ରସୂଚନା କାର୍ଯ୍ୟାଳୟରଅଧିକାରୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଂଚାୟତ ର  ଉପନିର୍ଵାଚ  ପାଇଁ ପ୍ରଚାର. ଜୋରଦାର

ସାଲେପୁର , ୧୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) -ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମପଂଚାୟତ ସରପଞ୍ଚ ପ୍ରଭାତୀ ଜେନା ଙ୍କ …

Leave a Reply

Your email address will not be published. Required fields are marked *