Tuesday , January 28 2020
Breaking News
Home / ସ୍ୱାସ୍ଥ୍ୟ / ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ-ଡାଇରିଆ ଓା୍ୱର୍ଡ଼ର ଭିତିପ୍ରସ୍ତର

ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ-ଡାଇରିଆ ଓା୍ୱର୍ଡ଼ର ଭିତିପ୍ରସ୍ତର

ବାଲେଶ୍ୱର, ୦୯/୧୨/୨୦୧୯(ଓଡ଼ିଶା ସମାଚାର)- ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡ଼ରେ ର୍ୟାମ୍ପ ବ୍ୟବସ୍ଥା ଓ ପୃଥକ ଡେଙ୍ଗୁ-ଡାଇରିଆ ୱାର୍ଡ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆନୁଷ୍ଠାନିକ ଭାବେ ଏହି ପ୍ରକଳ୍ପର ଭିତିିପ୍ରସ୍ତର ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିପାରିଛି ବୋଲି ସେ କହିଥିଲେ । ତେବେ ବାଲେଶ୍ୱର ମେଡିକାଲ କଲେଜ୍ ହସପଟାଲରେ ଖୁବଶୀଘ୍ର ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ମତ୍ସ୍ୟ ସଂପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଚାଲିଥିବା ନୂତନ ପ୍ରକଳ୍ପ ବେଶ୍ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଆଗାମୀ ଦିନରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ପ୍ରମୁଖ ଏହି ଉସôବରେ ଯୋଗ ଦେଇଥିଲେ । ପରେ ସିଡିଏମଓଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଓ ବିଧାୟକମାନେ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘଦିନ ଧରି ଡାକ୍ତରଖାନାରେ ଲାଗି ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ ପାଇଁ ବାଲେଶ୍ୱର ସଦର ଓ ରେମୁଣା ବିଧାୟକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦିଗରେ ରାଜ୍ୟ ସରକାର ତୁରନ୍ତ ଯତ୍ନବାନ ହେବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଅନ୍ୟପକ୍ଷରେ ଆଗାମୀ ୩ ବର୍ଷ ଯାଏଁ ଅଳ୍ପେ ବହୁତ ଏହି ସମସ୍ୟା ରହିବ ବୋଲି ସୂଚନା ଦେବା ସହିତ ଏହା ରାଷ୍ଟ୍ରବ୍ୟାପୀ ସମସ୍ୟା ଭାବେ ଦେଖାଦେଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ତେବେ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ଅନ୍ୟ ଏକ ଅଲଟ୍ରାସାଉଣ୍ଡ ମେସିନ କାର୍ଯ୍ୟକ୍ଷମ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଥାଲାସେମିଆ ରୋଗୀଙ୍କ ଉପଯୁକ୍ତ ଯତ୍ନ ନେବା, ବେଡ ସଂଖ୍ୟା ବୃଦ୍ଧି କରିବା, ଆଇସିୟୁରେ ସିଟ୍ ସଂଖ୍ୟା ବଢାଇବା, ସର୍ବଦା ଅନ୍ୟ ହସପିଟାଲ ରେଫର କରିବା ଆଦିକୁ କମାଇବାକୁ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ମେଡିକାଲ ସୁପରିଟେଣ୍ଡଂଟ ଡା. ଅନୁପ କୁମାର ଘୋଷ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବଦଳିବ ଏସ୍ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍

ଭୁବନେଶ୍ୱର ,୨୩/୦୧/୨୦୨୦ (ଓଡ଼ିଶା ସମାଚାର)- କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି)ମେଡିକାଲର ନବକଳେବର ହେବ । ଏସସିବିକୁ ବିଶ୍ୱସ୍ତୀୟ ମେଡିକାଲ୍ କରାଯିବାପାଇଁ …

Leave a Reply

Your email address will not be published. Required fields are marked *